ଟଙ୍କା ନେଇ ବିଏମ୍ସି ଘର ଭାଙ୍ଗୁଛି।
ଦୁଇ ସ୍ଥାନରୁ ଜବରଦଖଲ ଉଚ୍ଛେଦ
10 ହଜାର ବର୍ଗଫୁଟ ଜମି ଜବରଦଖଲମୁକ୍ତ
ଭୁବନେଶ୍ୱର, : ଇନଫୋସିଟ ଥାନା ଅନ୍ତର୍ଗତ ପଟିଆ ବିଗ୍ ବଜାରରୁ ପଟିଆ ଷ୍ଟେସନ ପର୍ଯ୍ଯନ୍ତ ବିଦୁ୍ଯତ ସଯୋଗୀକରଣ ପାଇଁ ଜବରଦଖଲ ଉଚ୍ଛେଦ କରିଛି ବିଡିଏ ଏଥିରେ 2ଟି କେବିନ, ଗୋଟିଏ ଫାଷ୍ଟଫୁଡ ଦୋକାନ ଏବଂ ଗୋଟିଏ ଓମ୍ଫେଡ୍ ଷ୍ଟଲ ଉଚ୍ଛେଦ କରାଯାଇଛି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା ଉଚ୍ଛେଦ ସମୟରେ ବିଡିଏ ଯୁଗ୍ମ କମିଶନର(ଏନଫୋର୍ସମେଣ୍ଟ) ଶ୍ୱେତ କୁମାର ଦାଶ ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିଲେ
ସେହିପରି ଅନ୍ଯ ଉଚ୍ଛେଦଟି ଚନ୍ଦ୍ରଶେରପୁରସ୍ଥିତ ଜାଭିଅର ଛକ ନିକଟରେ ଥିବା ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି ବିଡିଏ ସ୍କ୍ବାଡ୍ ନଂ1 ଓ 6 ପକ୍ଷରୁ ଏହି ଉଚ୍ଛେଦ ହୋଇଥିଲା ଏଥିରେ 5ଟି ଆଜବେଷ୍ଟସ ନିର୍ମିତ ଦୋକାନ, 2ଟି ଛୋଟ ମନ୍ଦିର, 4 ବଖରା ଘର, 30 ଫୁଟର ଟିଣ ପାଚେରୀ ଓ 60 ଫୁଟ ଲମ୍ବର ପାଚେରୀ, 2ଟି କ୍ଯାବିନ ଓ 2ଟି ଶୌଚାଳୟକୁ ମାଟିରେ ମିଶାଇଦେଇଛି ବିଡିଏ ପ୍ରାୟ 10 ହଜାର ବର୍ଗଫୁଟ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିଛି ବିଡିଏ