ବିରୋଧ ସତ୍ତ୍ବେ ସହିଦ ନଗରରୁ ହଟିଲା ଜବରଦଖଲ
ବିରୋଧ ସତ୍ତ୍ବେ ସହିଦ ନଗରରୁ ହଟିଲା ଜବରଦଖଲ
ଭୁବନେଶ୍ୱର: ପ୍ରବଳ ବିରୋଧ ସତ୍ତ୍ବେ ସହିଦ ନଗର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଇଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଏହି ଉଚ୍ଛେଦ କରାଯାଇଥିଲା
ଶୁକ୍ରବାର ବିଡିଏ ଏନଫୋର୍ସମେଣ୍ଟ ଟିମ ସହିଦନଗର ଅଞ୍ଚଳରେ ପହିଥିଲା ସହିଦନଗର ମୌଜାରେ ଥିବା ସରକାରୀ ପ୍ଲଟ ନମ୍ବର-696ରେ ଦୀର୍ଘଦିନ ଧରି ଜଣେ ପରିବାର ଜୋରଜବରଦସ୍ତ ଘର ନିର୍ମାଣ କରି ରହି ଆସୁଥିଲେ ସାଧାରଣ ପ୍ରଶାସନ ବିଭାଗର ରିକୁ୍ଯଜିସନକ୍ରମେ ବିଡିଏ ପକ୍ଷରୁ ଏହି ଉଚ୍ଛେଦ ଆରମ୍ଭ ହୋଇଥିଲା ଉଚ୍ଛେଦ ସମୟରେ ଜବରଦଖଲକାରୀ ପ୍ରବଳ ବିରୋଧ କରିଥିଲେ ଏପରିକି କିଛି ସମୟ ଉଚ୍ଛେଦ ଅଟିକିଥିଲା ତେବେ ପୋଲିସର ହସ୍ତକ୍ଷେପ ଯୋଗୁ ସୁରୁଖୁରୁରେ ଉଚ୍ଛେଦ କରିଥିଲା ଏନଫୋର୍ସମେଣ୍ଟ ଟିମ ଏଥିରେ 4ଟି ଆଜବେଷ୍ଟସ ଘର, ଗୋଟିଏ ଶୌଚାଳୟ ଓ ଗୋଟିଏ କ୍ଯାବିନ ମାଟିରେ ମିଶାଇଛି ବିଡିଏ ପ୍ରାୟ 1500 ବର୍ଗଫୁଟର ଜମିକୁ ଜବରଦଖଲମୁକ୍ତ କରାଯାଇଛି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସଡି) ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ ଜିଏର ସହକାରୀ ନିର୍ଦ୍ଦେଶକ ଅମୀୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ