ଜବରଦଖଲ ମୁକ୍ତ ହେଲା 25ହଜାର ବର୍ଗଫୁଟ
ଜବରଦଖଲ ମୁକ୍ତ ହେଲା 25ହଜାର ବର୍ଗଫୁଟ
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପ୍ରାୟ 25ହଜାର 500 ବର୍ଗଫୁଟ ଜମିକୁ ଜବରଦଖଲ ମୁକ୍ତ କରିଛି ବିଡିଏ ସରକାରୀ ପ୍ଲଟ ନଂ 152, 164, 293, 313, 314, 340, 350ରୁ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି ଉକ୍ତ ଉଛେଦ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ତରଫରୁ CEMC କୁ ଅନୁରୋଧ କରିଥିଲେ lଏହି ଉଚ୍ଛେଦରେ 7ଟି ଆଜବେଷ୍ଟସ ଘର, ଗୋଟିଏ ମୋବାଇଲ ଦୋକାନ, ଗୋଟିଏ ହୋଟେଲ, ଗୋଟିଏ ଟିଣ ସେଡ୍, 2ଟି ପାଣିଟାଙ୍କି, 2ଟି ଆଜବେଷ୍ଟସନ ନିୟମିତ ଦୋକାନ, ଗୋଟିଏ ବାର୍ଥରୁମ୍ ଭଙ୍ଗାଯାଇଛି ପ୍ରାୟ 25ହଜାର 5ଶହ ବର୍ଗଫୁଟ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲସ ମୁତୟନ କରାଯାଇଥିଲା ଉଚ୍ଛେଦ ବେଳେ ବିଡିଏ ଯୁଗ୍ମ କମିଶନର (ଏନଫୋର୍ସମେଣ୍ଟ) ଶ୍ୱେତ କୁମାର ଦାଶ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିଲେ