ଉନ୍ନତିକରଣ ଯୋଜନା କହି ଭାଗୁଛଥି : ସମାଜ ସେବୀ
ନିକୋ ପାର୍କ, ଏଜି କଲୋନୀରୁ ଉଚ୍ଛେଦ
ଭୁବନେଶ୍ୱର): ୧୨.୦୭ ଖାରବେଳ ଥାନା ଅନ୍ତର୍ଗତ ୟୁନିଟ-4 ଓ ନିକୋ ପାର୍କ ଅଞ୍ଚଳରୁ ଉଚ୍ଛେଦ କରିଛି ବିଡିଏ ୟୁନିଟ-4ସ୍ଥିତ ପୁରୁଣା ଏଜି କଲୋନୀର ନବୀକରଣ ଓ ଡ୍ରେନ ନମ୍ବର 10 ପାର୍ଶ୍ୱରେ ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିଲା ପ୍ରଥମ ଉଚ୍ଛେଦ ୟୁନିଟ-4ସ୍ଥିତ ପୁରୁଣା ଏଜି କଲୋନୀର ମରାମତି ଓ ନବୀକରଣ ଲାଗି ଏଜିର ଡିଏଜି(ଆଡମିନ) ନୋଡାଲ ଅଫିସରଙ୍କ ରିକୁ୍ଯଜିସନକ୍ରମେ ଭୁବନଶ୍ୱେର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ବେଆଇନ ନିର୍ମାଣକୁ ଭାଙ୍ଗିଥିଲା ଏଥିରେ 5ଟି କ୍ଯାବିନ, 7ଟି ମାଂସ ଦୋକାନ, ଗୋଟିଏ ପରିବା ଦୋକାନ ଓ ଗୋଟିଏ ଆଜବେଷ୍ଟସ ଘର ଭଙ୍ଗାଯାଇଥିଲା ସେହିପରି ଦ୍ୱିତୀୟଟି ନିକୋ ପାର୍କ ପାର୍ଶ୍ୱ ଓ ଏହାର ଆଖପାଖ ଅଞ୍ଚଳରେ ହେବାକୁ ଥିବା ଉନ୍ନତିକରଣ ପାଇଁ ଉଚ୍ଛେଦ ହୋଇଥିଲା ବିଏମସି ଦ୍ୱାରା ମୁକ୍ତା ଯୋଜନା ଅନ୍ତର୍ଗତ ଡ୍ରେନ ନମ୍ବର10 ଓ ଲେକ୍ ଜୋନ-1ରେ ସୌନ୍ଦର୍ଯ୍ଯକରଣ କରାଯିବ ତେଣୁ ସେଠାରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯାଇଛି ଏଥିରେ 20ଟି ଆଜବେଷ୍ଟସ ଘର, ଗୋଟିଏ ପାଣି ଟାଙ୍କି, 3ଟି ଶୌଚାଳୟ, ଗୋଟିଏ ଟିଣ ସେଡ ଓ ବିଡିଏ ନିକୋ ପାର୍କ ଅଞ୍ଚଳର 20 ଫୁଟ ଲମ୍ବର ପାଚେରୀ ଭଙ୍ଗାଯାଇଥିଲା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା