ବାସୁଦେବ ଭଟ୍ଟଙ୍କ ଲିଖିତ ଅଭିଭାବକର ଅନ୍ତଃଶ୍ୱର ପୁସ୍ତକ ଉନ୍ମୋଚିତ
ବାସୁଦେବ ଭଟ୍ଟଙ୍କ ଲିଖିତ ଅଭିଭାବକର ଅନ୍ତଃଶ୍ୱର ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର ତl ୧୧.୦୩.ରିଖ l ଓଡିଶା ଅଭିଭାବକ ମହାସଂଘ ସଭାପତି ଶ୍ରୀ ଯୁକ୍ତ ବାସୁଦେବ ଭଟ୍ଟଙ୍କ ଲିଖିତ ପୁସ୍ତକ “ଅଭିଭାବକର ଅନ୍ତଃଶ୍ୱର ” ଆଜି ରେଡ଼କ୍ରସ ଭବନ ପ୍ରେଖ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି l ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ଏହି ପୁସ୍ତକ ପ୍ରକାଶୀତ ହୋଇଛି l ପିଲାଟିକୁ ପାଠ ପଢାଇବା ସମୟରେ ଅଭିଭାବକ ମାନେ ଅଙ୍ଗେ ଅଙ୍ଗେ ନିଭାଉଥିବା ଅପ୍ରିୟ ସତ୍ୟ କଥା ଏହି ପୁସ୍ତକରେ ଦର୍ପଣ ସଦୃଶ ହୋଇଛି l ଶ୍ରୀଯୁକ୍ତ ବାସୁଦେବ ଭଟ୍ଟ ଅଭିଭାବକ ମହାସଂଘ ସଭାପତି ଭାବେ ଶିକ୍ଷା ବ୍ୟବସ୍ଥାର ଅବିକଳ ଚିତ୍ର ସହ ପ୍ରତ୍ୟେକ ଦିନ ଅଭିଭାବକ ମାନଙ୍କ ସମସ୍ୟା ଶୁଣାଣି ସହିତ ସମାଧାନର ଅନୁଭୂତି ମଧ୍ୟ ସେଥିରେ ନିଜ ଭାଷାରେ ଲେଖିଛନ୍ତି l ମନୋଜ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ସମାରୋହରେ ଓଡିଶା ନାଗରିକ ସମାଜର ପ୍ରତିଷ୍ଠାତା ଡ଼ଃ ଭଗବାନ ପ୍ରକାଶ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଶ୍ରୀରାମ ଦାଶ, ସୁଲେଖକ ଅଜୟ ସ୍ୱାଇଁ, ପକ୍ଷୀଘର ପ୍ରକାଶକ ବନଜା ତ୍ରିପାଠୀ, ଅଶୋକ ପୁହାଣ, ରୀନା ରାଉତରାୟ, ଇଂ ଲଳିତ ମୋହନ ପଟନାୟକ, ଅଶୋକ ଜେନା, ଡ଼ଃ ରଜନୀ ରଞ୍ଜନ, ପ୍ରସନ୍ନ ବିଷୋୟୀ, ମାତୃ ପ୍ରସାଦ ମିଶ୍ର, ଆଡ଼ଭୋକେଟ ଆଦିଶା ମହାନ୍ତି, ବନସ୍ମିତା ପତି, କୃଷ୍ଣଚନ୍ଦ୍ର ଆଇଚ, ଅଶୋକ ପାଇକରାୟ, ଧୃତିଧର ଦାସ, ମୋହନ ପଟନାୟକ, ମମତା ସାମନ୍ତରାୟ, ମଧୁସ୍ମିତା ଦାଶ, ଆଦି ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ l ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନେକ ଶିକ୍ଷାବିତ, ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରୀଯୁକ୍ତ ଭଟ୍ଟଙ୍କ ଦ୍ୱାରା ପୁସ୍ତକରେ ଅଭିଭାବକର ଯେଉଁ ଲୁକାୟିତ ଓ ହୃଦୟ ର କୋହ ବେଦନା ଲିଖନ କୁ ପ୍ରଶଂସା କରିବା ସହିତ ଆଗକୁ ଆହୁରି କିଛି ତଥ୍ୟ ସମସ୍ତଙ୍କ ପାଇଁ ଲେଖା ମାଧ୍ୟମରେ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ l ମନୋଜ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l