ବସ୍ତି ବାସିନ୍ଦାଙ୍କ ଥଇଥାନ ପୂର୍ବରୁ କୌଣସି ଉଛେଦ ସରକାର କରିପାରିବେ ନାହିଁ।:ବସ୍ତି ମହାସଂଘ
ଭୁବନେଶ୍ୱର:୧୩.୦୭ ଗୋଟିଏ ପ୍ରାଇଭେଟ୍ ସଂସ୍ଥା କୁ ରାସ୍ତା ଦେବା ପାଇଁ ଆଜି ବିଏମସି ଏବଂ ବିଡ଼ିଏ ର ମିଳିତ ଉଛେଦକାରୀ ଦଳ ସରକାରୀ ରାଜନୈତିକ ଦଳର ପ୍ରଭାବ ରେ ପ୍ରଭାବିତ ଭୁବନେଶ୍ୱର ଆମରୀ ହସ୍ପିଟାଲ ନିକଟସ୍ଥ ଦକୋଳଥିଆ ବସ୍ତି ଉଚ୍ଛେଦ କରୁଛନ୍ତି । ମାନ୍ୟବର ଓଡ଼ିଶା ହାଇକୋର୍ଟ ତତ୍କାଳୀନ ମୁଖ୍ୟ ବିଚାରପତି ଶ୍ରୀମାନ ଭି. ଗୋପାଳଗୌଡା ୨୦୧୦ କଟକ ବସ୍ତି ଉଚ୍ଛେଦ ପ୍ରସଙ୍ଗ ଏକ ପିଆଇଏଲ ର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ଯେ –
୧-ବସ୍ତି ବାସିନ୍ଦାଙ୍କ ଥଇଥାନ ପୂର୍ବରୁ କୌଣସି ଉଛେଦ ସରକାର କରିପାରିବେ ନାହିଁ।
୨- ବର୍ଷା ଏବଂ ଶୀତ ଋତୁରେ ତଥା ପିଲା ସ୍କୁଲ ଶିକ୍ଷା ଚାଲିଥିବା ସମୟରେ କୌଣସି ଉଛେଦ କରାଯାଇପାରିବ ନାହିଁ।
ରାଜ୍ୟ ସରକାର ଜାଗା ମିଶନ କୁ ପ୍ରଚାର କରି ହାବିଟାଟ ଆହ୍ଵାଡ ପାଉଥିବା ସ୍ଥଳେ ଗୋଟିଏ ବି ଆଜି ପର୍ଯ୍ୟନ୍ତ ଯାଗା ଖଣ୍ଡେ ଦେଇନାହାନ୍ତି। ପରନ୍ତୁ ଅନେକ ବସ୍ତି ରାଜନୈତିକ ଅଭିସନ୍ଧି ରଖି ବଳପୂର୍ବକ ଉଛେଦ କରୁଛନ୍ତି।
ସୂଚନା ଯୋଗ୍ୟ ଆଗାମୀ ଦିନରେ ଯଦି ନ ଦେବେ ୨୦୨୪ ନିର୍ବାଚନ ରେ ଦେଖାହେବ ବୋଲି ବସ୍ତି ମହାସଂଘ କହିଛଥି ଏଥିରେ ବହୁ ମୂଲ୍ୟବାନ ଲୋକ ଅଛଥି ବୋଲି କହିଛଥି।