Search for:
  • Home/
  • ରାଜ୍ୟ/
  • ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ରାଜସ୍ବ ମନ୍ତ୍ରୀଙ୍କୁ

ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ରାଜସ୍ବ ମନ୍ତ୍ରୀଙ୍କୁ

Spread the love

Loading

ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ରାଜସ୍ବ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ଭୁବନେଶ୍ୱର, ୨୪/୭ – ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ବିଧାନସଭା ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ କରାଯାଇଥିଲା। ବର୍ତ୍ତମାନ ସରକାରଙ୍କ ରାଜସ୍ବ ବିଭାଗ ଦ୍ବାରା ସମସ୍ତ ସରକାରୀ ଜମିରୁ ଜବରଦଖଲ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିରେ ବସ୍ତି ବାସିନ୍ଦାଙ୍କୁ ବାସିନ୍ଦାଙ୍କ ସଂପର୍କରେ କୌଣସି ସୁଚନା ନାହିଁ ଏବଂ ପୂର୍ବର ବସ୍ତି ବାସିନ୍ଦାଙ୍କ ମହାନଗର ନିଗମ ଆଇନ ବା ଥଇଥାନ ବିଷୟରେ କିଛି କୁହାଯାଇ ନାହିଁ। ଏହି ପରିସ୍ଥିତିରେ ବସ୍ତି ବାସିନ୍ଦାମାନେ ବିଭିନ୍ନ ଭୟ ଆଶଙ୍କା ମଧ୍ଯରେ ଅଛନ୍ତି। ଏଥି ପୂର୍ବରୁ ପୂର୍ବ ସରକାର ସହର ମଧ୍ଯରେ ସରକାରୀ ଜାଗାରେ ଥିବା ଅନେକ ବସ୍ତି କୁ ମହାନଗର ନିଗମ ଦ୍ବାରା ଉଛେଦ କରି ଅନ୍ୟତ୍ର ସ୍ଥାନାନ୍ତ କରାଯାଇଥିଲେ ମଧ୍ଯ ସେମାନଙ୍କୁ ଆଇନ ଅନୁଯାୟୀ ଥଇଥାନ କରାଯାଇନାହିଁ ଏବଂ ସେଠାରେ କୌଣସି ମୌଳିକ ସୁବିଧା କରାଯାଇ ନାହିଁ। ଅନ୍ୟ ଦିଗରେ ନୂଆବଜାର ଜଗନ୍ନାଥ ରୋଡ ବସ୍ତିକୁ ସେମାନଙ୍କ କର୍ମସ୍ଥଳ ସେହି ପାଖାପାଖି ଜାଗା ଦେଇ ପଟ୍ଟା ଦେବା ପାଇଁ କୁହିଥିଲେ ମଧ୍ଯ ଅଦ୍ଯାବଧି ତାହା କରାଯାଇନାହିଁ। ଏହି ସବୁ ସମସ୍ୟାକୁ ନେଇ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ଜଣାଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ୫ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ୱର ସେଠୀଙ୍କ ନେତୃତ୍ବରେ ଦିପକ ଦାସ, ସୁକାନ୍ତ ନାୟକ, ସ୍ୱାଧିନୀ ବେହେରା ସିପ୍ରା ମହାନ୍ତି, ଉଦୟ ଟୁଡୁ, ଲକ୍ଷ୍ମୀ ସିଂ, ଶିବ ବେହେରା, ରାଧାରାଣୀ ସାହୁ, ଲିଙ୍ଗରାଜ ବାରିକ ପ୍ରମୁଖ ଆନ୍ଦୋଳନ ପରିଚାଳନା କରିଥିଲେ। ଏକ ପ୍ରତିନିଧି ଦଳ ରାଜସ୍ବ ମନ୍ତ୍ରୀଙ୍କ ଉଦେଶ୍ଯରେ ସ୍ମାରକପତ୍ର ପ୍ରଦାନ କରିବା ସହ ସମସ୍ତ ବସ୍ତି ବାସିନ୍ଦାଙ୍କୁ ମହାନଗର ନିଗମ ଆଇନ ଅନୁଯାୟୀ କର୍ମସ୍ଥଳରେ ଉପଯୁକ୍ତ ଥଇଥାନ କରିବା, ତାଲିକାଭୁକ୍ତ ଟେନାବଲ (Tenable Slumes) ବସ୍ତି ଗୁଡିକୁ ପଟ୍ଟା ଦେବା, ସମସ୍ତ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଓ ଘର ଯୋଗାଇ ଦେବା, ମୌଳିକ ସୁବିଧାରୁ ବଞ୍ଚିତ ସମସ୍ତ ବସ୍ତିରେ ମୌଳିକ ସୁବିଧାର ବ୍ୟବସ୍ଥା କରିବା ଓ ବସ୍ତି ବାସିନ୍ଦାମାନଙ୍କୁ ୪୦୦ ବର୍ଗ ଫୁଟର ଜାଗା ଦେଇ ଥଇଥାନ ବ୍ୟବସ୍ଥା କରିବା ପ୍ରଭୃତି ଦାବି ଗୁଡିକ ଉପସ୍ଥାପନା କରିଥିଲେ।

Leave A Comment

All fields marked with an asterisk (*) are required