Search for:
  • Home/
  • ରାଜ୍ୟ/
  • ୧୨ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ

୧୨ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ

Spread the love

Loading

୧୨ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ର ଦ୍ୱିତୀୟ ସଂଧ୍ୟାରେ ପାରମ୍ପାରିକ ବଙ୍ଗଳା ସଙ୍ଗୀତ ବାଉଲ ଓ ସୁଫି ସଙ୍ଗୀତ ପରିବେଷଣ

ଭୁବନେଶ୍ୱର : ୨୦.୦୨.୨୦୨୪ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ୧୨ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା ପାରମ୍ପାରିକ ବଙ୍ଗଳା ଲୋକ ସଙ୍ଗୀତ ବାଉଲ ସହିତ ସୁଫି ସଙ୍ଗୀତ ।

ସଂଧ୍ୟାର ପ୍ରଥମ ସଙ୍ଗୀତ କାର୍ଯ୍ୟକ୍ରମ ଥିଲା ତୁଲୀକା ମଣ୍ଡଳ ଓ ଗଙ୍ଗାଧର ମଣ୍ଡଳଙ୍କ ଦ୍ୱାରା ବଙ୍ଗଳା ଲୋକ ସଙ୍ଗୀତ ବାଉଲ ପରିବେଷଣ । ଏହି ଲୋକ ସଙ୍ଗୀତ ବାଉଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିରନ୍ତର ରୂପେ ଯାଇ ସଙ୍ଗୀତ ଦ୍ୱାରା ଲୋକମାନଙ୍କର ଭଲପାଇବା ଓ ଚିରନ୍ତନ ପ୍ରେମର ପ୍ରଚାର କରିଥାଏ । ତୁଲୀକା ମଣ୍ଡଳ ଓ ଗଙ୍ଗାଧର ମଣ୍ଡଳଙ୍କ ଦ୍ୱାରା ପରିବେଷିତ ବାଉଲ ଦର୍ଶକମାନଙ୍କୁ ଏକ ଆଧ୍ୟାତ୍ମିକ ଓ ଭାବପୂର୍ଣ୍ଣ ପରିବେଶକୁ ଟାଣି ନେଇଯାଇଥିଲା । ତାଙ୍କ ସହ ହାରମୋନିୟମ୍‌ରେ ଅସିତ୍‌ କର, ଢୋଲରେ ବିଭାଷ ଅଧିକାରୀ ଓ ଦୋତାରାରେ ଶ୍ରୀଦମ୍‌ ସରକାର ଥିଲେ ।

ସଂଧ୍ୟାର ଶେଷ ଉପସ୍ଥାପନା ଥିଲା ଜଲାଜ ଶ୍ରୀବାସ୍ତବଙ୍କ ଦ୍ୱାରା ସୁଫି ସଙ୍ଗୀତ ପରିବେଷଣ । ସେ ଅମୀର ଖୁସରୋ, ରୁମୀ ଏବଂ ବୁଲେହ ଶାସ ଇତ୍ୟାଦି ପ୍ରାଚୀନ ସୁଫି ମାଷ୍ଟରଙ୍କ ଲେଖନୀର ପୁଷ୍ପଗୁଚ୍ଛ ପରିବେଷଣ କରିଥିଲେ । ଶାସ୍ତ୍ରୀୟ, ଅର୍ଦ୍ଧ ଶାସ୍ତ୍ରୀୟ, ସୁଗମ ସଙ୍ଗୀତ, ଗଜଲ ଏବଂ ସୁଫି ସଙ୍ଗୀତ ଉପରେ ତାଙ୍କର ଆଧିପତ୍ୟ ତାଙ୍କୁ ଜଣେ ବହୁମୁଖୀ କଣ୍ଠଶିଳ୍ପୀରେ ପରିଣତ କରିଥିଲା । ତାଙ୍କୁ କିବୋଡ଼ରେ ନରେନ୍ଦ୍ର କୁମାର ମହାପାତ୍ର, ତବଲାରେ ମଦନ ମୋହନ ତ୍ରିପାଠୀ, ଢୋଲକ୍‌ରେ ରବି ନାରାୟଣ ବାରିକ୍‌, ଅକ୍ଟୋପାଡରେ ପ୍ରୀୟରଞ୍ଜନ ମହାନ୍ତି ଓ ହାରମୋନିୟମ୍‌ରେ ବିଭୁପ୍ରସାଦ ତ୍ରିପାଠୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ତାଙ୍କର ଏହି ସୁଫି ସଙ୍ଗୀତକୁ ମନଭରି ଉପଭୋଗ କରିଥିଲେ ।

ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚନ୍ଦ୍ର ହୋତା; ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି (ସି.ଇ.ସି)ର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ; ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡକ୍ଟର ଆଦ୍ୟାଶା ଦାସ । ଏହି “ସମର୍ପଣ’ ସଙ୍ଗୀତ କାର୍ଯ୍ୟକ୍ରମଟିର ସିଧାପ୍ରସାରଣ ଭୁବନେଶ୍ୱର ମ୍ୟୁଜିକ ସର୍କଲର ଇଉଟିଉବ ଚ୍ୟାନେଲରେ ପ୍ରସାରିତ କରାଯାଉଅଛି ।

Leave A Comment

All fields marked with an asterisk (*) are required