Search for:
  • Home/
  • ରାଜ୍ୟ/
  • ଲଗାଣ ଲଘୁଚାପ ବର୍ଷାରେ ଜିକେ ଭଟ୍ଟର ହସ୍ପିଟାଲ ଭିତରେ ୨ ଫୋଟର ପାଣି। ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି।

ଲଗାଣ ଲଘୁଚାପ ବର୍ଷାରେ ଜିକେ ଭଟ୍ଟର ହସ୍ପିଟାଲ ଭିତରେ ୨ ଫୋଟର ପାଣି। ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି।

Spread the love

Loading

ଲଗାଣ ଲଘୁଚାପ ବର୍ଷାରେ ଜିକେ ଭଟ୍ଟର ହସ୍ପିଟାଲ ଭିତରେ ୨ ଫୋଟର ପାଣି।
ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି।
ଜଳେଶ୍ବର, ୩/୧୦ ଗତ ଦୁଇରୁ ତିନିଦିନ ଦିନ ଧରି ଲଗାଣ ଲଘୁଚାପ ବର୍ଷାରେ ଜନ ଜୀବନ ପ୍ରଭାବିତ ହେବା ସହିତ ଜଳେଶ୍ବର ଅଂଚଳରେ ବିଭିନ୍ନ ପଂଚାୟତ ସହିତ ମୁନ୍ସୀପାଲଟି ଅଂଚଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହେବା ହେତୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଗତ କାଲି ସନ୍ଧ୍ୟା ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଉତ୍ତର ବାଲେଶ୍ୱରର ଏକମାତ୍ର ଜିକେ ଭଟ୍ଟର ହସ୍ପିଟାଲରେ ଦୁଇ ଫୋଟରୁ ଉର୍ଦ୍ଧ୍ବ ପାଣି ସୁଅ ଛୁଟିବା ହେତୁ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି।ରୋଗୀ ମାନଙ୍କୁ ବର୍ତ୍ତମାନ ଉପର ମହଲାକୁ ସସ୍ଥାନାନ୍ତରିତ କରାଯାଉଛି।କିଛି ରୋଗୀକୁ ଡିସଚାର୍ଜ କରାଯାଉଛି।ଘଟଣା ସ୍ଥଳକୁ ପୌରାପାଳ ପ୍ରତିପ କୁମାର ପ୍ରଧାନ,କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ତଥା କାଉନ୍ସିଲର ମାନେ ଆସି ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି।ଖୁବ କମ ସମୟ ଭିତରେ ପାଣି ସବୁ ନିଷ୍କାସନ ହେବ ବୋଲି ପୌରପାଳ କହିଛନ୍ତି।

Leave A Comment

All fields marked with an asterisk (*) are required