Search for:
  • Home/
  • ରାଜ୍ୟ/
  • ବ୍ୟାଙ୍କ ମିତ୍ର ମାନଙ୍କୁ ଶ୍ରମିକ ର ମାନ୍ୟତା ଦିଅ

ବ୍ୟାଙ୍କ ମିତ୍ର ମାନଙ୍କୁ ଶ୍ରମିକ ର ମାନ୍ୟତା ଦିଅ

Spread the love

Loading

ବ୍ୟାଙ୍କ ମିତ୍ର ମାନଙ୍କୁ ଶ୍ରମିକ ର ମାନ୍ୟତା ଦିଅ

 

ଭୁବନେଶ୍ୱର:ତା୨୯.୦୪.୨୦୨୫ରିଖ- ଓଡିଶା ଜୀବିକା ମିଶାଣ ଅଧୀନ ରେ ରାଜ୍ୟରେ ପ୍ରାୟ ୨୫୦୦ ବ୍ୟାଙ୍କ ମିତ୍ର କାର୍ଯ୍ୟରତ ସେମାନଙ୍କ ତରଫ ରୁ ମିଶନ ଶକ୍ତି ନିର୍ଦେଶିକା ଙ୍କୁ ବିଭିନ୍ନ ସମୟ ରେ ଦାବୀପତ୍ର ଦେବା ସହ ଗତ ତା୩୦.୦୩.୨୦୨୫ରିଖରେ ବ୍ୟାଙ୍କ ମିତ୍ର ୟୁନିଅନ ର ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ଭେଟି ଏକ ଦାବୀପତ୍ର ଦେଇଥିଲେ ମଧ୍ୟ ଆଜିଯାଏ କୌଣସି ସୁଫଳ ମିଳିଲା ନାହିଁ।ବ୍ୟାଙ୍କ ମିତ୍ର ମାନେ କୁଶଳୀ ଶ୍ରମିକ ହୋଇଥିଲେ ମଧ୍ୟ ସେମାନଙ୍କୁ ଶ୍ରମିକ ର ପ୍ରାପ୍ୟ ମଧ୍ୟ ମିଳୁନାହିଁ ।ତେଣୁ ଗତ ୨୦୨୪ ଠାରୁ ୨୦୨୫ ପର୍ଯ୍ୟନ୍ତ ଯେଉଁ ବ୍ୟାଙ୍କ ମିତ୍ର ଙ୍କୁ ପରିଶ୍ରମିକ ମିଳି ନାହିଁ, ତୁରନ୍ତ ପ୍ରଦାନ, ସମସ୍ତ ବ୍ୟାଙ୍କ ମିତ୍ର ଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ପରିଚୟ ପତ୍ର ପ୍ରଦାନ କାର୍ଯ୍ୟ କରୁଥିବା ସମୟ ରେ କୌଣସି କ୍ଷତି ହେଲେ W.C. Act,1923 ଅନୁଯାୟୀ କ୍ଷତି ପୂରଣ ପ୍ରଦାନ କରିବା ଦାବୀ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ରାଜ୍ୟ ଉପସଭାପତି ମମତା ଜେନା,ରାଜ୍ୟ ସମ୍ପାଦିକା ପ୍ରଜ୍ଞା ପାରମିତା ଥାଟୋଇ, କୋଷଧାକ୍ଷା ରିନା ମାହୁନ୍ତ, ଉପସଭାପତି ସତ୍ୟାନନ୍ଦ ବେହେରା, ସିଟୁ ର ପୂର୍ଣଚନ୍ଦ୍ର ପାଢୀ,ଲମୁ ନାଗ, ଚିନ୍ମୟୀ ନନ୍ଦ ସୁଜାତା ନାଥ, ଗୋଲାପୀ ଅମାତ ରଞ୍ଜନ କୁମାର ନାୟକ, ସୁଜ୍ଞାନୀ ପାଣିଗ୍ରାହୀ, ରୀତା ବେହେରା, ସଜ୍ଜିତା ବେହେରା, ଏଲିପମା ନାଗ, କବିତା ରଥ, ସ୍ୱପ୍ନ ଗୁରୁ,କାଜଲୀ ପତି,ସବିତା ଶେଠ,ମଧୁସ୍ମିତା ସେନାପତି, ସରସ୍ବତୀ ରାୟ, ହରପ୍ରିୟା ମିଶ୍ର, ଦମୟନ୍ତୀ ବାରିକ, ରଞ୍ଜୁଲତା ମାହାଳିକ, ସଞ୍ଜୁଦ୍ରା କୋରା ମମତା ସତପଥ୍, ନକ୍ଷତ୍ର ମାଳିନୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required