ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ଏକ ବନ୍ଧୁ ମିଳନ
ଭୁବନେଶ୍ୱର:ଗତ 15 ମାର୍ଚ୍ଚ 2025ରିଖ (ହୋଲି ) ସନ୍ଧ୍ୟାରେ ଆମ ପାର୍ଟି ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଯୋଗଦାନ କରିବା ସହ ଓଡିଶା ରାଜ୍ୟ ଓ ରାଜ୍ୟ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l ଓଡିଶା ସୀମା ମଧ୍ୟରେ ଥିବା ରେଳବାଇ ଅଂଚଳକୁ ଇଷ୍ଟ କୋଷ୍ଟ ରେଳ ଜୋନ ରେ ମିଶାଇବା, ପୋଲାଭରମ ପ୍ରକଳ୍ପ ର ଉଚ୍ଚତା ହ୍ରାସ କରି ମାଲକାନଗିରି ବାସୀଙ୍କୁ ବାସଚ୍ୟୁତ ହେବାରୁ ରକ୍ଷା କରିବା, ମହାନଦୀ ର ଜଳ ପ୍ରବାହ କୁ ସ୍ୱାଭାବିକ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ସହ ରତ୍ନଗର୍ଭା ଓଡିଶା ର ପ୍ରାକୃତିକ ସମ୍ପଦ ର ସଫଳ ବିନିଯୋଗ କରି ବେକାର ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ବିଭିନ୍ନ ବ୍ୟକ୍ତି ବିଶେଷ ମତ ରଖିଥିଲେ l ଓଡିଶା ମାଟି ମା ର ସ୍ୱାର୍ଥ ରକ୍ଷା ପାଇଁ ସଂଗ୍ରାମ ଜାରିରଖିବାକୁ ଏହି କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଥିଲା l ଉପରୋକ୍ତ ଦାବି ନେଇ ଆସନ୍ତା ଅପ୍ରିଲ 10 ତାରିଖ ଦିନ ଦିଲ୍ଲୀ ସଂସଦ ଭବନ ସମ୍ମୁଖରେ ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଅନୁଷ୍ଠିତ ହେଉଥିବା ପ୍ରତିବାଦ ଧାରଣା କାର୍ଯ୍ୟକ୍ରମରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱମାନେ ଯୋଗଦେଇ ବକ୍ତବ୍ୟ ରଖିବାକୁ ଆହ୍ୱାନ କରାଯାଇଥିଲା l