ଜଳ ବନ୍ଦୀ ରୁ ମୁକ୍ତି ପାଇବ ପୁରୁଣା ଭୁବନେଶ୍ୱର: ବାବୁ ସିଂ
ଜଳ ବନ୍ଦୀ ରୁ ମୁକ୍ତି ପାଇବ ପୁରୁଣା ଭୁବନେଶ୍ୱର: ବାବୁ ସିଂ
•ଐତିହ୍ୟ ର ସୁରକ୍ଷା ଓ ବିକାଶ ଆମର ଲକ୍ଷ୍ୟ
•ଦୀର୍ଘ ଦିନର କଳୁଷିତ ଶାସନ କାଳରେ ଏକାମ୍ର କ୍ଷେତ୍ର ଅବହେଳିତ
ଭୁବନେଶ୍ୱର,୧/୦୫: ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ କ୍ଷେତ୍ର ହେଉଛି ପୁରୁଣା ଭୁବନେଶ୍ୱର ଅଞ୍ଚଳ। ଏଠାକୁ ଦେଶ ବିଦେଶରୁ ପ୍ରତି ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି ଦର୍ଶନ କରିବାକୁ।ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ କେବଳ ଶୁଭ ଦିଆରେ ରହି ଯାଇଛି। ଏମିତି କି ଲୋକେ ନିଜର ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି। ଆଜି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କରି ଲୋକଙ୍କ ସହ ମିଶି ସବୁ ଘରକୁ ଘର ଜାଇ ବିଶାଳ ପଦଯାତ୍ରା କରି ବିଜେପି କୁ ଭୋଟ ଦେଇ ଜିତିବାକୁ ନିବେଦନ କରିଥିଲେ। ଏହି ଅବସରରେ ବିଜେପି ନେତା ରଶ୍ମି ମହାପାତ୍ର,ସ୍ବାଗତ ମହାପାତ୍ର ଙ୍କ ସହ ସମସ୍ତ ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ନିର୍ବାଚନ ମଣ୍ଡଳୀରେ ନିଜର ସରଳତା, ପରୋପକାରୀ, ସୁସଂଗଠନ ପରିଚାଳନା ପାଇଁ ଦିନ କୁ ଦିନ ଲୋକଙ୍କ ପ୍ରିୟ ଭାଜନ ହେବାରେ ଲାଗିଛନ୍ତି। ଲୋକେ ତାଙ୍କର ଅଭିଯୋକ ନେଇ ଏବେ ବାବୁ ସିଂ ଙ୍କ ପାଖକୁ ଆସିବାରେ ଲାଗିଲେଣି ।ଅନ୍ୟ ଦଳ ପାଇଁ ଏବେ ବାବୁ ସିଂ ଏକାମ୍ର ରେ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ମାରାଥନ ପଦଯାତ୍ରା ଓ ମହିଳା ବୈଠକ ଏବଂ ବରିଷ୍ଟ ନାଗରିକଙ୍କ ସହ ମିଶି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ,ଦିର୍ଘ ଦିନର କଳୁଷିତ ଶାସନ କାଳରେ ସବୁ କ୍ଷେତ୍ର ରେ ପୁରୁଣା ଭୁବନେଶ୍ୱର ଅବହେଳିତ ଅବସ୍ଥାରେ। ବର୍ଷା ଅସରାଏ ହେଲେ ଏଠି କୃତ୍ରିମ ବନ୍ୟା ହେଉଛି। ନା ଅଛି ଡ୍ରେନେଜ୍ ନା ଅଛି ପିଇବା ପାଣି ର ବ୍ୟବସ୍ଥା। ଡ୍ରେନେଜ ନଥିବା ହେତୁ ବର୍ଷା ଦିନେ ବହୁଳ ମାତ୍ରା ରେ ଡେଙ୍ଗୁ ବ୍ୟାପିଥାଏ ଏହି ଅଞ୍ଚଳରେ।ଐତିହ୍ୟ ସଂସ୍କୃତି ପରିପୂର୍ଣ୍ଣ ପୁରୁଣା ଭୁବନେଶ୍ୱର ରେ ଥିବା ଅନେକ ପୁରାତନ ପୋଖୋରି ରକ୍ଷାଣବେକ୍ଷଣ ଅଭାବରୁ ଆଜି ପୋତି ହୋଇଗଲାଣି।ଏହି ଅଞ୍ଚଳରେ ଜଳ ସ୍ତର ହ୍ରାସ ମଧ୍ୟ ହେଉଛି ଏଥିପାଇଁ। ରାସ୍ତା ଘାଟ ଅବସ୍ଥା ନକହିବା ଭଲ ନିମ୍ନ ମାନର ରାସ୍ତା କାମ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏକାମ୍ର ନିର୍ବାଚମଣ୍ଡଳୀରେ ଯେଉଁ ଭଳୀ ଭାବରେ ରାଜନୈତିକ ବାତାବରଣ ଦେଖାଯାଉଛି ଲୋକଙ୍କ ବିପୁଳ ସମର୍ଥନ ପରିବର୍ତ୍ତନ ର ଲକ୍ଷଣ କୁ ଦର୍ଶାଉଛି। ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ବିକଳ୍ପ ସରକାର ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିନ୍ତ ବିଜୟ ଲାଭ କରିବ। ଏକାମ୍ର ର ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି। ନିର୍ବାଚନକୁ ସମସ୍ତେ ରଣାଙ୍ଗନ କହୁଥିବା ବେଳେ ମୁଁ କହେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ମାଧ୍ୟମ। ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।ମନରେ ଅନେକ ସଂକଳ୍ପ ନେଇ ମଇଦାନକୁ ଓହ୍ଲେଇଛି l ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ ।