Search for:
  • Home/
  • ରାଜନୀତି/
  • ଏକାମ୍ର ବାସୀଙ୍କ ହକ୍ ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି:- ବାବୁ ସିଂ

ଏକାମ୍ର ବାସୀଙ୍କ ହକ୍ ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି:- ବାବୁ ସିଂ

Spread the love

Loading

*ଏକାମ୍ର ବାସୀଙ୍କ ହକ୍ ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି:- ବାବୁ ସିଂ*

•ଏଥର ଏକାମ୍ର ବାସୀ ଦୁର୍ନୀତି ଭ୍ରଷ୍ଟାଚାର ରେ ବୁଡ଼ି ଥିବା ନେତାଙ୍କୁ ସଠିକ୍ ଜବାବ ଦେବେ।

•ଜନତା ମୋର ମାଲିକ ମୁଁ ସେବକ

•ଏକାମ୍ର ବାସୀ ଓ ଏଠିକାର ସମସ୍ତ ବସ୍ତି ବାସିନ୍ଦାମାନେ ସମ୍ପୂର୍ଣ୍ଣ ସ୍ୱାଭୀମାନୀ ସେମାନେ କୌଣସି ଅର୍ଥ କିମ୍ବା ଚାପ ର ବଶବର୍ତ୍ତୀ ନହୋଇ ସଠିକ ବିଚାର କରିବେ।

ଭୁବନେଶ୍ୱର,୨୩/୦୫:ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ତାର ଶକ୍ତି କ୍ରମାଗତ ଭାବରେ ବଢ଼ାଇବାରେ ଲାଗିଛି। ଦିର୍ଘ ଦିନର ବିଜେଡ଼ି ଶାସନ ରେ ଏକାମ୍ର ବାସୀ ଅତିଷ୍ଟ ହୋଇ ବିଜେପି କୁ ବିପୁଳ ଜନସମର୍ଥନ ଦେଉଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପ୍ରତି ଜନସମର୍ଥନ ବଢ଼ିବାରେ ଲାଗିଛି ଯାହାକି ବିଜେଡ଼ି ଦଳର ନେତାଙ୍କ ମୁଣ୍ଡ ଅକଲ ଗୁଡୁମ୍ ହେଉଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ଲୋକେ ବାବୁ ସିଂ ଙ୍କ ବିଜୟ ସୁନିଶ୍ଚିନ୍ତ ବୋଲି ଆଲୋଚନା ମଧ୍ୟ କଲେଣି। ସ୍ଥାନୀୟ ବିଧାୟକ ଙ୍କ ଦୁର୍ନୀତି ଭ୍ରଷ୍ଟାଚାର ରେ ଅତିଷ୍ଟ ହୋଇ ବିଜେଡ଼ି ରୁ ବହୁ ନେତା ବିଜେପିରେ ସାମିଲ ହେଉଛନ୍ତି ଫଳରେ ବିଜେଡ଼ି ସଂଗଠନ ଏକାମ୍ର ରେ ସମ୍ପୂର୍ଣ ଭୁଷୁଡି ଯାଇଛି। ଆଜି ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ସକାଳୁ ଟିକରପଡ଼ା ପଞ୍ଚାୟତ ର କଲ୍ୟାଣପୁର ଗାଁ ରୁ ବାଇକ ଶୋଭାଯାତ୍ରା ଆରମ୍ଭ କରିଥିଲେ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଯୋଗଦେଇଥିଲେ। ବିଶାଳ ବାଇକ ଶୋଭାଯାତ୍ରା ଟିକରପଡ଼ା ରୁ ଆରମ୍ଭ ହୋଇ ଏକାମ୍ର ର ଛଅ ପଞ୍ଚାୟତ ବୁଲିଥିଲେ। ମଧ୍ୟାହ୍ନ ରେ ସାମନ୍ତରାପୁର ରୁ ଆରମ୍ଭ ହୋଇ ଏକାମ୍ର ର ସମସ୍ତ ୱାର୍ଡ଼ ପରିକ୍ରମା କରି ସଂଧ୍ୟାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ମନ୍ଦିର କୁ ବିଶାଳ ପଦଯାତ୍ରା ରେ ଯାଇ ପୂଜା ଅର୍ଚ୍ଚନା କରି ନିର୍ବାଚନୀ ପ୍ରଚାର ର ସମାପ୍ତ କରିଥିଲେ।ରାଜ୍ୟର ରାଜଧାନୀ ଭୁବନେଶ୍ୱର ହେଲେ ସୁଦ୍ଧା ଆଜିବି ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନେକ ସ୍ଥାନରେ ଲୋକେ ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଆଜି ନିର୍ବାଚନ ପ୍ରଚାର ର ଶେଷ ଦିନରେ ସକାଳୁ ରାତ୍ର ପର୍ଯ୍ୟନ୍ତ ବାବୁ ସିଂ ଲଗାତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା, ବାଇକ ଶୋଭାଯାତ୍ରା, ବୈଠକ,ଜନସଭା କରି ଲୋକଙ୍କ ଆର୍ଶୀବାଦ ନେଇଥିଲେ। ପ୍ରଚାର ସମୟରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଜନ ସମର୍ଥନ ଦେଉଛନ୍ତି ବାବୁ ସିଂ ଙ୍କୁ। ନିର୍ମଳ, ସରଳ, ପରୋପକାରୀ ଗୁଣ ପାଇ ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। ବାବୁ ସିଂ ଙ୍କ ପ୍ରଚାର ସମୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଶିଖରେ ପହଂଚିଛି । ଏକାମ୍ର ରେ ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ବାବୁ ସିଂ ଙ୍କୁ ନେଇ।ଏଥିରେ ସ୍ୱତଃପ୍ରତଭାବେ ସହ ସହ ଲୋକ ଯୋଗଦେଉଛନ୍ତୀ । ବାବୁ ସିଂ ଙ୍କୁ ଆର୍ଶୀବାଦ ଦେବା ପାଇଁ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏଥିରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ବାବୁ ସିଂ ଙ୍କୁ ଆଶୀର୍ବାଦ ଦେଇ ତାଙ୍କୁ ବିଧାନସଭା ନିର୍ବାଚନ ରେ ଜିତାଇବାକୁ ସହଜୋଗ କରୁଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀ ରାଜ୍ୟ ର ରାଜଧାନୀ ଭୁବନେଶ୍ଵର ରେ ଥିବା ସତ୍ବେ ବିଜେଡ଼ି ସରକାର ଦ୍ବାରା ସର୍ବଦା ଅବହେଳିତ ଅବସ୍ଥାରେ ରହିଛି। ସ୍କୁଲ ଠାରୁ ପିଇବା ପାଣି, ରାସ୍ତା, ଆଲୋକି କରଣ ଭଳି ମୌଳିକ ସୁବିଧା ଯୋଗାଇବାରେ ବିଜେଡ଼ି ସମ୍ପୂର୍ଣ ବିଫଳ। ମୁଖ୍ୟମନ୍ତ୍ରୀ ଏକାମ୍ର ରେ ଘୋଷଣା କରିଥିବା ଯୋଜନା କେତେ କାର୍ଯ୍ୟକାରୀ ହୋଇଛି। ଘୋଷଣା କେବଳ ଘୋଷଣା ରେ ରହିଯାଇଛି ଓ ଶୁଭ ଦେଇ ମୁଖ୍ୟମନ୍ତ୍ରୀ ଭୁଲି ଯାଇଛନ୍ତି। ଏଠି ମୁଖ୍ୟମନ୍ତ୍ରୀ ବସ୍ତି ବାସିନ୍ଦାଙ୍କୁ ଘର ଦେବେ କହି ମିଛ ପଟ୍ଟା ବାଣ୍ଟିଛନ୍ତି। ଏ ବିଜେଡ଼ି ସରକାର କେବଳ ଲୋକଙ୍କୁ ମିଛ ପ୍ରତିଶ୍ରୁତି ପରେ ପ୍ରତଶ୍ରୁତି ଦେଇ ଚାଲିଛି। ହେଲେ ଦୀର୍ଘ ଦିନର ଶାସନ ରେ ଏହି ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ କଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ। ଆଜି ବି ଏକାମ୍ର ର ଛଅ ପଞ୍ଚାୟତ ରେ ନା ଅଛି ଭଲ ରାସ୍ତା ନା ଅଛି ପିଇବା ପାଣି ନା ଅଛି ଆଲୋକିକରଣ,ସ୍କୁଲ ରେ ଶିକ୍ଷକ ନାହାନ୍ତି। ନାହିଁ ନାହିଁ ରେ ଏଠି ବିକାଶ ଚାଲିଛି ବୋଲି ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି।ଏକାମ୍ର ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ବିଜେଡ଼ି ଅସମର୍ଥ।ମୁଖ୍ୟମନ୍ତ୍ରୀ ରହୁଥିବା ଅଞ୍ଚଳ ଅସରାଏ ବର୍ଷା ରେ ଘରେ ପାଣି ପଶୁଛି ଏହା କଣ ବିକାଶ କୁହାଯାଏ କି? ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ କେବଳ ଶୁଭଦିଆ ଓ ନଡ଼ିଆ ଭଙ୍ଗାରେ ରହି ଯାଇଛି।ଦିର୍ଘ ଦିନର କଳୁଷିତ ଶାସନ କାଳରେ ସବୁ କ୍ଷେତ୍ର ରେ ଏକାମ୍ର କ୍ଷେତ୍ର ଅବହେଳିତ ଅବସ୍ଥାରେ।ଏକାମ୍ର ନିର୍ବାଚମଣ୍ଡଳୀରେ ଯେଉଁ ଭଳୀ ଭାବରେ ରାଜନୈତିକ ବାତାବରଣ ଦେଖାଯାଉଛି ଲୋକଙ୍କ ବିପୁଳ ସମର୍ଥନ ପରିବର୍ତ୍ତନ ର ଲକ୍ଷଣ କୁ ଦର୍ଶାଉଛି। ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ବିକଳ୍ପ ସରକାର ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିନ୍ତ ବିଜୟ ଲାଭ କରିବ।ଏକାମ୍ର ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବୁ। ଏକାମ୍ର ର ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି। ନିର୍ବାଚନକୁ ସମସ୍ତେ ରଣାଙ୍ଗନ କହୁଥିବା ବେଳେ ମୁଁ କହେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ମାଧ୍ୟମ। ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।ମନରେ ଅନେକ ସଂକଳ୍ପ ନେଇ ମଇଦାନକୁ ଓହ୍ଲେଇଛି l ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା ମୋର କର୍ତ୍ତବ୍ୟ।ଦୀର୍ଘ ୨୫ ବର୍ଷର ମିଥ୍ୟା ପ୍ରତିଶୃତି ଦ୍ଵାରା ଏକାମ୍ର ନିର୍ବାଚନ ମଣ୍ଡଳୀ ପ୍ରତାରିତ ଓ ଅବହେଳିତ। ଏକାମ୍ର ବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ ପ୍ରତିଜ୍ଞାବଦ୍ଧ ବିଜେପି।ମୋର ଦୃଢ ବିଶ୍ବାସ ଏକାମ୍ର ବାସୀ ଓ ଏଠିକାର ସମସ୍ତ ବସ୍ତି ବାସିନ୍ଦାମାନେ ସମ୍ପୂର୍ଣ୍ଣ ସ୍ୱାଭୀମାନୀ ସେମାନେ କୌଣସି ଅର୍ଥ କିମ୍ବା ଚାପ ର ବଶବର୍ତ୍ତୀ ନହୋଇ ସଠିକ ବିଚାର କରି ମୋତେ ଆଶ୍ରିବାଦ ପୂର୍ବକ ସୁଯୋଗ ଦେବେ ଶ୍ରୀ ସିଂ କହିଛନ୍ତି।

Leave A Comment

All fields marked with an asterisk (*) are required