Search for:
  • Home/
  • ରାଜ୍ୟ/
  • ବିଜେପିର ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବାବୁ ସିଂ ନାମାଙ୍କନ ଦାଖଲ

ବିଜେପିର ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବାବୁ ସିଂ ନାମାଙ୍କନ ଦାଖଲ

Spread the love

Loading

ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ବାବୁ ସିଂ ଙ୍କ ପ୍ରାର୍ଥୀ ପତ୍ର ଦାଖଲ

ଶୋଭାଯାତ୍ରା ରେ ୨୦ ହଜାର ରୁ ଉର୍ଦ୍ଧ ସମର୍ଥକ ଯୋଗଦେଇଥିଲେ

•ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ: ବାବୁ ସିଂ

•ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।

•ଏକାମ୍ର ନିର୍ବାଚନ ମଣ୍ଡଳୀର ଅସ୍ମିତା ପାଇଁ ସ୍ୱାଭିମାନ ପାଇଁ ଲଢ଼େଇ ହେବ ଏଥର।

ଭୁବନେଶ୍ୱର,୩/୦୫: ବିଜେପିର ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବାବୁ ସିଂ ନାମାଙ୍କନ ଦାଖଲ କରିଛନ୍ତି। ବିଭିନ୍ନ ଲୋକ ନୃତ୍ୟ, ବାଦ୍ୟ , ପ୍ରଭୁ ରାମ ଲକ୍ଷ୍ମଣ ସୀତା ଙ୍କ ସହ ହନୁମାନ ବେଶ ଧାରି କଳାକାର ଙ୍କ ଶୋଭାଯାତ୍ରା ସହିତ ସହସ୍ରାଧିକ ଜନତା ଏବଂ କର୍ମକର୍ତ୍ତାଙ୍କ ଭିଡ଼ରେ ପ୍ରଭୁ ଲିଙ୍ଗରାଜ ମନ୍ଦିର ରୁ କଳ୍ପନା ଛକ ର ରାସ୍ତା ଘାଟ ଏକ ପ୍ରକାର ଜନ ସମୁଦ୍ରରେ ପରିଣତ ହୋଇଥିଲା। ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଶ୍ରୀ ସିଂ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପ୍ରଥମେ ଶ୍ରୀ ସିଂ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ଦର୍ଶନ କରି ଥିଲେ। ପାରମ୍ପରିକ ବାଦ୍ୟ ର ତାଳେ ତାଳେ ସମର୍ଥକ ଙ୍କ ଗ୍ରହଣରେ ପ୍ରଭୁ ଲିଙ୍ଗରାଜ ଙ୍କ ମନ୍ଦିରରୁ ଶୋଭାଯାତ୍ରା ବାହାରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲା। ନାମାଙ୍କନ ପତ୍ର ଦାଖଲ ପାଇଁ ଆୟୋଜିତ ରୋଡ଼ ସୋ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ନାରୀନେତ୍ରୀ ରଶ୍ମି ମହାପାତ୍ର ଏବଂ ରାଜ୍ୟ ଓ ଜିଲ୍ଲା ର ସମସ୍ତ ବିଜେପି ନେତୃବୃନ୍ଦ ଙ୍କ ସମେତ ହଜାର ହଜାର

ସଂଖ୍ୟାରେ ସାଧାରଣ ନାଗରିକ, ନେତୃ ମଣ୍ଡଳୀ, କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।ନାମାଙ୍କନ ଦାଖଲ ଅବସରରେ ଶ୍ରୀ ସିଂ କହିଛନ୍ତି ଯେ ସମଗ୍ର ଏକାମ୍ର ମୋ ପରିବାର। ଏଠାରୁ ମୁଁ ପ୍ରାର୍ଥୀ ହୋଇଛି। ଏହାର ସବୁ ସୁଖ ଦୁଃଖରେ ସାମିଲ ହେବି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ଆଶୀର୍ବାଦ ନେଇ ଏକାମ୍ର ବିଧାନସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବ ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟ ର ବିଷୟ, ନାମାଙ୍କନ ପତ୍ର ଦାଖଲ ପାଇଁ ଆୟୋଜିତ ରୋଡ଼ ଶୋ ରେ ଏକାମ୍ର ନିର୍ବାଚନ ମଣ୍ଡଳୀ ନିଜ ହକ ପାଇଁ ଲଢେଇ କରୁଥିବା ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ, ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଓ ସମର୍ଥକ ମାନେ ଯୋଗ ଦେବା ମୋର ଆତ୍ମ ବିଶ୍ୱାସ ବଢ଼ାଇଛି। ଏକାମ୍ର ନିର୍ବାଚମଣ୍ଡଳୀରେ ଯେଉଁ ଭଳୀ ଭାବରେ ରାଜନୈତିକ ବାତାବରଣ ଦେଖାଯାଉଛି ଆଜିର ଶୋଭାଯାତ୍ରା ପରିବର୍ତ୍ତନ ର ଲକ୍ଷଣ କୁ ଦର୍ଶାଉଛି। ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ବିକଳ୍ପ ସରକାର ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିନ୍ତ ବିଜୟ ଲାଭ କରିବ। ଏକାମ୍ର ର ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି। ନିର୍ବାଚନକୁ ସମସ୍ତେ ରଣାଙ୍ଗନ କହୁଥିବା ବେଳେ ମୁଁ କହେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ମାଧ୍ୟମ। ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।ମନରେ ଅନେକ ସଂକଳ୍ପ ନେଇ ମଇଦାନକୁ ଓହ୍ଲେଇଛି l ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ lଅନ୍ୟାୟ ବିରୁଦ୍ଧରେ ବର୍ଷ ସାରା ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସାହସୀ ଉଦ୍ୟମ , ଅନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଯୋଗୁଁ ଦଳ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ ଶକ୍ତି ବୃଦ୍ଧି କରିଛି । ଚବିଶି ବର୍ଷ ଧରି ଗୋଟେ ସରକାର ଏକାମ୍ର ବାସୀଙ୍କୁ ଠକି ଚାଲିଛି। ବିଜେଡ଼ି ର ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିଯ୍ୟାତନା ବିରୋଧରେ ଏଥର ସାଧାରଣ ଲୋକ ସ୍ୱର ଉଠା ଉଛନ୍ତି। ଏଥର ଏକାମ୍ର ବାସୀ ହକ ପାଇଁ, ଅଧିକାର ପାଇଁ ଲଢ଼ିବେ।ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦରେ ଏଥର ଏକାମ୍ର ରେ ବିଜେପି ବିଜୟ ଲାଭ କରିବ। ଏହାଛଡ଼ା ବିକଶିତ ଏକାମ୍ର ତଥା ଏକାମ୍ର ବାସୀଙ୍କ ଅସ୍ମିତାର ଲଢେଇରେ ସାମିଲ ହେବା ପାଇଁ ସୁଯୋଗ ଦେଇଥିବାରୁ ଏକାମ୍ର ର ପ୍ରତ୍ୟେକ ଜନସାଧାରଣ ଙ୍କୁ ଶ୍ରୀ ସିଂ ଧନ୍ୟବାଦ ଜଣାଇ ସମର୍ଥନ ଲୋଡିଛନ୍ତି।

Leave A Comment

All fields marked with an asterisk (*) are required