Search for:
  • Home/
  • ରାଜ୍ୟ/
  • ପଦ୍ମଶ୍ରୀ ଶ୍ରୀମତ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇରନ୍ୟାସନାଲ ଗୀତା ମିଶନ ତରଫରୁ ଆୟୋଜିତ

ପଦ୍ମଶ୍ରୀ ଶ୍ରୀମତ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇରନ୍ୟାସନାଲ ଗୀତା ମିଶନ ତରଫରୁ ଆୟୋଜିତ

Spread the love

Loading

ଗୀତା ଓ ମାନବବାଦ ଦୁଇଦିନିଆ
ଆଲୋଚନାଚକ୍ର ଉଦ୍‌ଯାପିତ
ଭୁବନେଶ୍ୱର, ୧୧.୮ : ପଦ୍ମଶ୍ରୀ ଶ୍ରୀମତ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇରନ୍ୟାସନାଲ ଗୀତା ମିଶନ ତରଫରୁ ଆୟୋଜିତ ‘ଗୀତା ଓ ମାନବବାଦ’ ଶୀର୍ଷକ ଦୁଇଦିନିଆ ଆଲୋଚନାଚକ୍ର ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ।
ଅନୁଷ୍ଠାନର ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ସ୍ୱୀୟ ଆଶୀର୍ବଚନରେ କହିଲେ ଯେ, ଗୀତା ଗ୍ରନ୍ଥ ଏକ ଧର୍ମଶାସ୍ତ୍ର ନୁହେଁ କିମ୍ବା କୌଣସି ନିଦ୍ଦିଷ୍ଟ ଜାତି, ଧର୍ମ, ଅଳ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ସମଗ୍ର ବିଶ୍ୱର ପ୍ରତିଟି ମଣିଷମାନଙ୍କ ପାଇଁ ଉଦ୍ଦିଷ୍ଟ । ଗୀତା ସମଗ୍ର ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧିବାର ମାର୍ଗଦର୍ଶନ କରିଅଛନ୍ତି । ଗୀତା ମାନବବାଦର ପ୍ରତିଷ୍ଠା, ଅତ୍ୟନ୍ତ ସଶକ୍ତ ଭାବେ ପ୍ରତିଷ୍ଠିତ କରିଅଛନ୍ତି ।
ଶ୍ରୀମଦ୍ ଭଗବତ ଗୀତା କେବଳ ଏକ ଧର୍ମ ନୁହେଁ, ଏହା ମାନବବାଦର ସର୍ବଶ୍ରେଷ୍ଠ ଓ ସର୍ବପ୍ରାଚୀନ ଉଦ୍‌ଘୋଷକ । ଶରୀରରୁ ଆତ୍ମା ପର୍ଯ୍ୟନ୍ତ ଯାତ୍ରା ଲାଗି ପଥ ସୁଗମ କରୁଥିବା ଆଲୋକ ର୍ବିକା ହିଁ ଗୀତା । ଏହାକୁ ମନୁଷ୍ୟ ଯେତେ ପାଠ କରୁଥିବେ, ସେଥିରୁ ସେତିକି ନୂଆ ନୂଆ ତଥ୍ୟ ଓ ପ୍ରେରଣା ଆହରଣ କରୁଥିବେ । ସ୍ଥୁଳ ମନୁଷ୍ୟ ମଧ୍ୟରେ ଅହରହ ଚାଲିଥିବା ମହାଭାରତ ସଂଗ୍ରାମରେ, ମୋହ ଓ ଅଜ୍ଞାନ ସଦୃଶ ଅନ୍ଧ ଧୃତରାଷ୍ଟ୍ରଙ୍କୁ ଚକ୍ଷୁସ୍ମାନ ସଞ୍ଜୟଙ୍କ ଭଳି ଗୀତା ଦିବ୍ୟ ସନ୍ଦେଶ ଦେଇ ଚାଲିଥିବ । ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଆନ୍ତର୍ଜାତିକ ଗୀତା ମିଶନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦୁଇଦିନିଆ ଆଲୋଚନା ଚକ୍ରର ଉଦ୍‌ଯାପନୀ ସନ୍ଧ୍ୟାରେ ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ନିଜ ନିଜ ବକ୍ତବ୍ୟରେ ଏହା କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଗୋପାଳ ମହାପାତ୍ର ଓ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର ଦୈନିକ ଜୀବନରେ ଗୀତାର ଆବଶ୍ୟକତା ଉପରେ ଗୁୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଉପସଭାପତି ଶଙ୍କର୍ଷଣ ରାଉତ ସ୍ୱାଗତ ଭାଷଣ ଓ ଡଃ ସ୍ୱପ୍ନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁପ ଦେ, ଝରଣାବାଳା ଦାସ, ନମିତା ଦାସ, ଜ୍ୟୋତିରଞ୍ଜନ ଦାସ, ରଶ୍ମିତା ରଥ, ଜ୍ୟୋତ୍ସ୍ନା ରଥ, ତପନ ରାଉତ, ସୁଶାନ୍ତ ବରାଳ, ବାସନ୍ତୀ ଜେନା, ସଞ୍ଜୟ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ବିଶେଷଭାବେ ସହଯେଗା କରିଥିଲେ । ଏଥିରେ ଅନେକ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସାଧୁସନ୍ଥଙ୍କ ସମେତ ବହୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ ।

Leave A Comment

All fields marked with an asterisk (*) are required