ପଣା ଉତ୍ସବ -୨୦୨୫ ଉଦଯାପିତ ରେ ସାମ୍ବାଦିକ ସନ୍ତୋଷ ପଣ୍ଡା ଙ୍କୁ ସଂସ୍କୃତି ଆୱାର୍ଡ ।
ପଣା ଉତ୍ସବ -୨୦୨୫ ଉଦଯାପିତ ହୋଇଯାଇଅଛି ଏହି ଅବସରରେ ସଂସ୍କୃତି ସେବା ସମ୍ମାନ , ସମାଜ ମଙ୍ଗଳ ହୁଣ୍ଡୀ ପ୍ରଦାନ, ପଥପ୍ରାନ୍ତ କବିତା ପାଠ ଉତ୍ସବ, ଭଜନ ସନ୍ଧ୍ୟା, ଅନ୍ନ ଛତ୍ର ଏବଂ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି l
ଭୁବନେଶ୍ୱର; ମାଟିର ପର୍ବ ପଣା ଉତ୍ସବ । କଳା ସାହିତ୍ୟ ସଂସ୍କୃତି ସେବା ଓ ପରମ୍ପରା ର ଏକ ନିଦର୍ଶନ । ପଣା ସଂକ୍ରାନ୍ତି ତଥା ମେଷ ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଏହି ପଣା ଉତ୍ସବ ପାଳନ କରାଯାଇଥାଏ । ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳାଭୁମି ଦ୍ୱାରା ଆୟୋଜିତ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ମାସ ଧରି ପିଥିକମାନଙ୍କ ପାଇଁ ପଣା ବଣ୍ଟନର ଉଦଯାପନୀ ଦିବସରେ ଚଉରା ମୂଳେ ଜଳ ଦେଇ ଉତ୍ସବ ଶୁଭାରମ୍ଭ କରାଯାଇଥିଲା । ଏବଂ ପ୍ରତେହ ଦୁଇ ହଜାର ରୁ ଉର୍ଦ୍ଧ ପଥିକ ମାନଙ୍କୁ ପଣା ଦାନ ଜଳଦାନ କାଯାଇଥାଏ l
କଳାଭୁମିର ଅଧ୍ୟକ୍ଷ ଡ଼.ପ୍ରମୋଦ ପତିଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ଗୋବର୍ଦ୍ଧନ ମଠ ଆଦିତ୍ୟ ଯୁବ ବାହିନୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର ବିଶିଷ୍ଟ ଯୁବ ସାହିତ୍ୟିକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ରାକେଶ ପଣ୍ଡା, ଯାଜପୁର ର ବିଶିଷ୍ଟ ସମାଜସେବୀ ସନ୍ତୋଷ ନନ୍ଦ, ସମାଜସେବୀ ମହାସଂଘ ର ସଭାପତି ଶ୍ରୀଯୁକ୍ତ ନାରାୟଣ ଓଝା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । କଳାଭୂମିର ବହୁଦିନର ଆଦର୍ଶ ଭାଗବତ ଟୁଙ୍ଗି ଦାବି ପାଇଁ ମାନ୍ୟବର ରାଜ୍ୟସଭା ସାଂସଦ ସୁଲତା ଦେଓ ଫଣ୍ଡ ଯୋଗାଇଦେବେ ଦେବେ ଆଉ ଜାଗା ପାଇଁ ବିଧାୟକ ସରକାର ଙ୍କୁ କହିବେ ବୋଲି ଉକ୍ତ ସଭା ରେ କହିଛନ୍ତି । ଏହାସହ ଆଠଗଡ଼ ତିଗିରିଆ ଅଞ୍ଚଳର ୯ ବର୍ଷର କର୍କଟ ପୀଡିତ ବାଳକ ଓଁକାର ନାୟକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ଷୋଳ ହଜାର ସାତଶହ ଏକାଵନ ଟଙ୍କା ପ୍ରଦାନ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସଂସ୍କୃତି ସେବା ସମ୍ମାନ ପ୍ରଦାନ କରାଯାଇଥିଲା ଓ ତିନି ହାହାରରୁ ଉର୍ଦ୍ଧ ଲୋକମାନଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯିବା ସହ ଭଜନ ସନ୍ଧ୍ୟା ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ କଳାଭୂମି ର ସମସ୍ତ ପରିଚାଳନା ସଦସ୍ୟ, ସଦସ୍ୟା ସହଯୋଗ କରିଥିଲେ ସମସ୍ତଙ୍କୁ ଅନେକ ଅନେକ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।