Search for:
  • Home/
  • ରାଜ୍ୟ/
  • ଐତିହାସିକ, ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ କଥା ସୌରଭ ଲୋକାର୍ପିତ

ଐତିହାସିକ, ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ କଥା ସୌରଭ ଲୋକାର୍ପିତ

Spread the love

Loading

ଐତିହାସିକ, ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ
କଥା ସୌରଭ ଲୋକାର୍ପିତ
୩ ସାରସ୍ୱତ ପ୍ରତିଭାଧାରୀ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧୯.୧୧ : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମର ମିଳିତ ଉଦ୍ୟମରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ବିଶିଷ୍ଟ ଐତିହାସିକ, ଗବେଷକ, ସ୍ତମ୍ଭକାର, ସାରସ୍ୱତପ୍ରାଣ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୪ତମ ଜନ୍ମଦିବସ ଅବସରରେ ତାଙ୍କ ସ୍ୱରଚିତ ‘କଥା ସୌରଭ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ପ୍ରାରମ୍ଭରେ ଜୟଦେବଙ୍କ ର୍କୀି, କୃତି ଉପରେ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
କାର୍ଯ୍ୟକ୍ରମ ସଂଯୋଜକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଓଡ଼ିଶା ଇତିହାସର ପୁନର୍ଲିଖନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଓଡିଶାରେ ଏହିପରି ବ୍ୟକ୍ତିତ୍ୱଙ୍କ ଜନ୍ମଦିବସ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଜିର ଯୁବକମାନେ ଅଧିକରୁ ଅଧିକ ଗବେଷଣା କରିବା ସହିତ ନୂତନ ଚିନ୍ତାଧାରାକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବରେଣ୍ୟ ଅତିଥି ଭାବେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ଅନ୍ୟତମ ଅତିଥି ଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜନେତା ଅରବିନ୍ଦ ଢାଲୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜିତ ତ୍ରିପାଠୀ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ସାହିିତ୍ୟିକ ଓ ସ୍ତମ୍ଭକାର ଦାଶ ବେନହୁର, ପ୍ରଫୁଲ୍ଲ ମିଶ୍ର, ପୂର୍ବତନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେବା ସହିତ ଓଡ଼ିଶାର ଇତିହାସର ଗବେଷଣା, ପୁନର୍ଲିଖନ ଓ ଉତ୍କଳର ମହାନ୍ କଳା, ସଂସ୍କୃତି, ପରମ୍ପରାକୁ ଆଗେଇ ନେବା ପାଇଁ ଆଜିର ଯୁବପୀଢି ଆଗକୁ ଆସନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜୟଦେବ ପୁରସ୍କାର ନାମ ପରିର୍ବନ ନେଇ ଶ୍ରୀଯୁକ୍ତ ଶତପଥୀ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ନାମ ପରିର୍ବନ କରି ପୁନର୍ବାର ଜୟଦେବଙ୍କ ନାମରେ ନାମିତ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହାକୁ ସମସ୍ତ ଅତିଥିବୃନ୍ଦ ସ୍ୱାଗତ କରିଥିଲେ ।
ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଥପଥି ମତବ୍ୟକ୍ତ କରିଥିଲେ ଯେ, ଭାରତବର୍ଷରେ ଉତ୍କଳର ପ୍ରାଚୀନ ପରମ୍ପରା, ଇତିହାସ ଓ ବୀର ମହାପୁରୁଷମାନଙ୍କ ବଳିଦାନ ପଟ୍ଟାନ୍ତର ନାହିଁ । ଏହା ଉପରେ ଆହୁରି ଗବେଷଣା କରିବା ନିହାତି ଜରୁରୀ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଓ ବିଶିଷ୍ଟ ସାରସ୍ୱତ ପ୍ରତିଭା ର୍କୀନ ପାଢୀଙ୍କୁ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପସ୍ଥିତ ଅତିଥି ମାନେ ଡ. ତ୍ରିପାଠୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ସରୋଜିନୀ ମିଶ୍ର, ପଦ୍ମନାଭ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଜୟଦେବଙ୍କ ଉପରେ ସଙ୍ଗୀତ ପରିବେଷଣ କରାଯାଇଥିଲା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Leave A Comment

All fields marked with an asterisk (*) are required