Search for:
  • Home/
  • ରାଜ୍ୟ/
  • ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ପ୍ରଫୁଲ୍ଲ ମଲ୍ଲିକ ଙ୍କ ସୁନ୍ଦରପଦା ଜଟଣୀ ରାସ୍ତାର କ୍ଷେତ୍ର ପରିଦର୍ଶନ

ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ପ୍ରଫୁଲ୍ଲ ମଲ୍ଲିକ ଙ୍କ ସୁନ୍ଦରପଦା ଜଟଣୀ ରାସ୍ତାର କ୍ଷେତ୍ର ପରିଦର୍ଶନ

Spread the love

Loading

ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ପ୍ରଫୁଲ୍ଲ ମଲ୍ଲିକ ଙ୍କ ସୁନ୍ଦରପଦା ଜଟଣୀ ରାସ୍ତାର କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୬୭ ସୁନ୍ଦରପଦା ଅଞ୍ଚଳର ଆଜାଦ ନଗର ସମେତ ଏବରଙ୍ଗ ମୌଜାର ଅନେକ କଲୋନୀ ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଅଞ୍ଚଳବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ,ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ମେୟର ସୁଲୋଚନା ଦାସ ଙ୍କୁ ନେଇ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ପୋଖରୀପୁଟ ଫ୍ଲିଏ ଓଭର୍ ବ୍ରିଜ ଠାରୁ ଏବରଙ୍ଗ ବୋତଣ୍ଡା ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ଓ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିବା ସହ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ବିଭାଗୀୟ ପ୍ରମୁଖ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର ଅଧିକ୍ଷଣ ଯନ୍ତ୍ରୀ ଜଗବନ୍ଧୁ ରାଓ,

ଭୁବନେଶ୍ୱର ମହାନଗର ନିଗମ ସିଟି ଇଂଜିନିୟର ଅରୁଣ ନାୟକ, ସ୍ଥାନୀୟ କର୍ପୋରେଟର ମଧୁସ୍ମିତା ପ୍ରଧାନ,ଚନ୍ଦ୍ର ଶେଖର ମଲ୍ଲିଆ , ପୂର୍ବତନ କର୍ପୋରେଟର କୃଷ୍ଣ ସେଠି,ନିରୁପମା ଦାସ, ସ୍ଥାନୀୟ ଅଞ୍ଚଳବାସୀ ତପନ ରାଉତ, ଜିତେନ୍ଦ୍ର ନନ୍ଦ, ଅଷ୍ଫର୍ ଇକବାଲ,ନିହାର ଚଂପତି ଏବଂ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required