ଆଗକୁ ଅଧିକ ଷ୍ଟୋର ଖୋଲିବାକୁ ମୁଁ ପ୍ରୟାସ କରିବି ; ସାଂସଦ ଅପରାଜିତା ଷଡ଼ଙ୍ଗୀ
‘ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେ ଭଲ ଓ କମ୍ ଦାମରେ ଗୁଣବତ୍ତା ଔଷଧ ପାଇପାରୁଛେ, ଆଗକୁ ଅଧିକ ଷ୍ଟୋର ଖୋଲିବାକୁ ମୁଁ ପ୍ରୟାସ କରିବି ; ସାଂସଦ ଅପରାଜିତା ଷଡ଼ଙ୍ଗୀ
ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ତରଫରୁ ସପ୍ତାହ ବ୍ୟାପି ସପ୍ତମ ଜନଔଷଧି ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ଶୈଳସ୍ରୀ ବିହାର ଜଗନ୍ନାଥ ମନ୍ଦିର ଠାରେ ଏକ ଜନ ଚେତନା ପଦଯାତ୍ରା ଆୟୋଜନ କରାଯାଇଅଛି। ଏଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓ କର୍ପୋରେଟର ଯଶୋଧାରା ପ୍ରଧାନ ଯୋଗ ଦେଇଥିଲେ। ଏହି ପଦ ଯାତ୍ରାରେ ପ୍ରାୟ 300ରୁ ଉର୍ଦ୍ଧ୍ବ ଲୋକ ଅଂଶଗ୍ରହଣ କରି ଜନଔଷଧି ଔଷଧର ଗୁଣବତ୍ତା ଓ ଉଚିତ୍ ଦାମ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ।
ଏହି ଅବସରରେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଖୁବ୍ କମ୍ ଦାମ୍ ଅର୍ଥାତ୍ ପାଖାପାଖି 50 ରୁ 90 ପ୍ରତିଶତ କମ୍ ଦାମ୍ ରେ ଗୁଣବତ୍ତାଯୁକ୍ତ ଔଷଧ ଉପଲବ୍ଧ ହେଉଛି। ଏହା ବ୍ୟତୀତ ଅନେକଙ୍କୁ ନିଯୁକ୍ତି ସୁଯୋଗ ବି ମିଳିଛି। ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ଶାସନ କାଳରେ ସାରା ରାଜ୍ୟରେ ଖାସ୍ କରି ଭୁବନେଶ୍ୱରରେ ଜନଔଷଧି କେନ୍ଦ୍ର ଖୋଲାଯାଇଛି। ଯେଉଁଠି କମ୍ ଦାମରେ ଭଲ ଓ ଗୁଣାବତ୍ତା ଔଷଧ ମିଳୁଛି। ମୋର ସଂସଦୀୟ କ୍ଷେତ୍ର ତରଫରୁ ଏଭଳି ପ୍ରୟାସ ପାଇଁ ରେ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି।
ବଡ଼ କଥା ହେଉଛି ଏ କ୍ଷେତ୍ରରେ ଅପରାଜିତା ଷଢ଼ଙ୍ଗୀଙ୍କର ବି ଅନେକ ଅବଦାନ ରହିଛି। କିଛି ସ୍ଥାନରେ ଜୁଲାଇ 19 ,2021 ରୁ ଡିସେମ୍ବର 30, 2023 ପର୍ଯ୍ୟନ୍ତ ବନ୍ଦ୍ ଥିଲା ଜନଔଷଧୀ ଷ୍ଟୋର୍। କିନ୍ତୁ ଶ୍ରୀମତି ଅପରାଜିତା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଭ୍ ମାଣ୍ଡଭିୟଙ୍କୁ ଦେଖା କରି ଯେଉଁ 15 ଟି ଜିଲ୍ଲାରେ ଏହା ବନ୍ଦ୍ ଥିଲା ସେଠାରେ ଜନଔଷଧୀ ଷ୍ଟୋର ଖୋଲିବାକୁ ପ୍ରସ୍ତାବ ଦେଇଥିଲେ। ପରେ ସେହି ପ୍ରମୂଖ ଜିଲ୍ଲା ମାନଙ୍କରେ ଖୋଲିଥିଲା ଷ୍ଟୋର। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ 734 ଷ୍ଟୋର ଖୋଲା ଯାଇଛି। ଯାହା ଦ୍ୱାରା ଗରିବ ବା ମଧ୍ୟ ଲୋକମାନେ ସୁବିଧାରେ ଓ ସୁଲଭ ମୂଲ୍ୟରେ ଔଷଧ ପାଇପାରୁଛନ୍ତି। ଆଗକୁ କେମିତି ସହର ସହ ପ୍ରତି ଗାଁରେ ଅଧିକରୁ ଅଧିକ ଷ୍ଟୋର ଖୋଲାଯିବନ ଆଉ ଲୋକ ଉପକୃତ ହେବେ ସେ ନେଇ ଓଡ଼ିଶାର ଜନଔଷଧୀ ଦାୟିତ୍ୱରେ ଥିବା ଓଡ଼ିଶା ମୁଖ୍ୟ ଦେବେନ୍ଦ୍ର ନାଥଙ୍କ ସହ ଚର୍ଚ୍ଚା କରିଥିଲେ ଅପରାଜିତା।