ପ୍ରଧାନମନ୍ତ୍ରୀଙ୍କୁ ନେଇ ପାଣ୍ଡିଆନ ବାବୁ କୌଣସି ନକାରାତ୍ମକ ମନ୍ତବ୍ୟ ଦେବା ବନ୍ଦ କରନ୍ତୁ
ପାଣ୍ଡିଆନ ବାବୁ ୱାର୍ଡ ମେମ୍ବର ଲଢ଼ି ନାହାନ୍ତି
ବିଜେଡିର ସମସ୍ତ MP ନିଜ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନରେ ରଖନ୍ତୁ
ମୋ ରାଜନୈତିକ ଭବିଷ୍ୟତ ପାଣ୍ଡିଆନ ବାବୁଙ୍କ ମତାମତ ଉପରେ ନିର୍ଭର କରୁନି
ପ୍ରଧାନମନ୍ତ୍ରୀଙ୍କୁ ନେଇ ପାଣ୍ଡିଆନ ବାବୁ କୌଣସି ନକାରାତ୍ମକ ମନ୍ତବ୍ୟ ଦେବା ବନ୍ଦ କରନ୍ତୁ
ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଲୋକଙ୍କୁ ଔକାତ ଶବ୍ଦ ବ୍ୟବହାର କରିବା ସାହସ କଲେ କିପରି
ବିଜେପି ନେତାଙ୍କୁ କୁଜି ନେତା କହିବାକୁ ସାହସ କଲେ କେମିତି
ଭୁବନେଶ୍ବର : ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାର କଡ଼ା ଯବାବ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି ମୋର କାମକୁ ନେଇ ପ୍ରଶ୍ନ ହାସ୍ୟସ୍ପଦ। ମୋର କାମକୁ ନେଇ ପାଣ୍ଡିଆନ ବାବୁ ସନ୍ତୁଷ୍ଠ ନୁହଁ ବୋଲି କହିଛନ୍ତି। ହେଲେ ମୋର ରାଜନୈତିକ ଭବିଷ୍ୟତ ତାଙ୍କ ମତାମତ ଉପରେ ନିର୍ଭର କରେନାହିଁ। ମୁଁ ପ୍ରତିବର୍ଷ ମୋର ରିପୋର୍ଟ କାର୍ଡ ଦେଇଛି। ଯାହାକି ପବ୍ଲିକ ଡୋମେନରେ ଉପଲବ୍ଧ ରହିଛି। ପାଣ୍ଡିଆନ ବାବୁ ତାହାକୁ ସେଠାରୁ ପଢି ନିଅନ୍ତୁ। ମୁଁ ପାଣ୍ଡିଆନ ବାବୁଙ୍କୁ ପ୍ରଶ୍ନ କରୁଛି, ରାଜନୀତିରେ ମର୍ଯ୍ୟାଦାପୂର୍ଣ୍ଣ ମର୍ଯ୍ୟାଦା ପୂର୍ଣ୍ଣ ମନ୍ତବ୍ୟ ବ୍ୟବହାର କରାଯାଏ। ପ୍ରଶାସନିକ ଅଧିକାରୀଙ୍କୁ ଟ୍ରେନିଂ ରେ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାରର ଶିକ୍ଷା ଦିଆଯାଇଥାଏ। ଜଣେ ପୂର୍ବତନ ଅଧିକାରୀ ହିସାବରେ ପ୍ରଧାନମନ୍ତ୍ରୀ ଙ୍କ କାମକୁ ନେଇ ନକାରାତ୍ମକ ଟିପ୍ପଣୀ ନକରନ୍ତୁ ପାଣ୍ଡିଆନ ବାବୁ। ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ ବୋଲି ଟିପ୍ପଣୀ ନଦିଅନ୍ତୁ। ଖାଲି ସେତିକି ନୁହଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ତାଙ୍କ ଔକାତ୍, ଓ ଦମ ସବ୍ଦର ବ୍ୟବହାର କରିବା ଏବଂ ତାଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଶୋଭା ଦେଉନାହିଁ। ପାଣ୍ଡିଆନ୍ ବାବୁ ନିଜ ସୀମା ଭିତରେ ରହିବା ଦରକାର। ମର୍ଯ୍ୟାଦାପୂର୍ଣ୍ଣ କଥା କହିବା ଉଚିତ୍।ମୋତେ ପଚାରୁଛନ୍ତି ମୁଁ 5 ବର୍ଷରେ କଣ କରିଛି। ମାତ୍ର ବିଜେଡିର 12 ଜଣ ସାଂସଦ ଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖନ୍ତୁ ପାଣ୍ଡିଆନ୍ ବାବୁ। ପ୍ରସନ୍ନ ପାଟ୍ଟଶାଣୀ ବାବୁ 25 ବର୍ଷ ସାଂସଦ ଥିଲେ। ସବୁ ବର୍ଷର ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖି ପାରିବେ କି? 2019-24 ମଧ୍ୟରେ 12 ଜଣ ସାଂସଦ ବିଜେଡିର ଲୋକସଭାରେ ଥିଲେ। ସେମାନଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନରେ ରଖନ୍ତୁ ତ? ମାତ୍ର 3 ଜଣ କୁ ଛାଡିଦେଲେ ଅନ୍ୟ କୌଣସି ସାଂସଦ ଲୋକସଭାରେ ନା ପ୍ରଶ୍ନ କରୁଥିଲେ ନା ସେମାନଙ୍କୁ ଲୋକସଭାରେ ଦେଖିବାକୁ ମିଳୁଥିଲା। ଲୋକମାନେ ମନସ୍ଥ କରିସାରିଲେଣି ବିଜେପିକୁ ଆଉ ନରେନ୍ଦ୍ର ମୋଦୀ ଙ୍କୁ ହିଁ ଜିତାଇବେ। ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜେ ୱାର୍ଡ ମେମ୍ବର ନିର୍ବାଚନ ମଧ୍ଯ ଲଢ଼ି ନାହାନ୍ତି। ସେ ପଚାରୁଛନ୍ତି ଅପରାଜିତା ଷଡଙ୍ଗୀ କଣ କରିଛନ୍ତି। ଲୋକେ ଜାଣିବା ଦରକାର ବିଜେଡି MP କଣ କରିଛନ୍ତି।ସେପଟେ ସାକ୍ଷାତକାରରେ ବିଜେପିର ନେତାମାନଙ୍କୁ କୁଜି ନେତା କହିଛନ୍ତି ପାଣ୍ଡିଆନ୍ ବାବୁ। ମୁଁ ଏହିଭଳି ଶବ୍ଦ ପ୍ରୟୋଗକୁ ଭର୍ସନା କରୁଛି। ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଏପରି ମତ ପାଣ୍ଡିଆନ୍ ବାବୁଙ୍କୁ ଶୋଭା ଦେଉନାହିଁ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଟିପ୍ପଣୀ ଦେବା ଶୋଭା ଦେଉନାହିଁ। ମୁଖ୍ୟମନ୍ତ୍ରୀ ଙ୍କ ଦୁର୍ବଳ ସ୍ଵାସ୍ଥ୍ୟର ଫାଇଦା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଗୃହବନ୍ଦୀ କରି ନିଜକୁ ମହାନ ଜନ ନାୟକ ହେବାକୁ ଚେଷ୍ଟା କରୁଛନ୍ତି ସେ। ନିର୍ବାଚନୀରେ ଛିଡା ହେବାକୁ ସାହସ ନାହିଁ। ମାତ୍ର ବିଜେପିର ଯେଉଁ ନେତା ମାନେ ଦିର୍ଘ ଦିନ ଧରି କାମ କରୁଛନ୍ତି ସେମାନଙ୍କୁ କୁଜି ନେତା କହିଛନ୍ତି। ଏହା ସେ ନିଜ ଲକ୍ଷ୍ମଣରେଖା ଡେଇଁ ଯାଉଛନ୍ତି। ଶବ୍ଦର ଏହିଭଲି ପ୍ରୟୋଗ କରୁଛନ୍ତି ତାକୁ ମୁଁ ଘୋର ଭର୍ସନା କରୁଛି। ଯିଏ ନିଜେ ୱାର୍ଡ ମେମ୍ବର ପାଇଁ ନିର୍ବାଚନୀ ଲଢ଼ି ନାହାନ୍ତି ସେ ଏଭଲି ମନ୍ତବ୍ୟ ଦେବା ଉଚିତ୍ ନୁହଁ।