ଅଂଶୁଘାତ ପ୍ରାଥମିକ ଚିକିତ୍ସା ଶିବିର ଓ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଉଦଘାଟିତ l
ଅଂଶୁଘାତ ପ୍ରାଥମିକ ଚିକିତ୍ସା ଶିବିର ଓ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଉଦଘାଟିତ l
ଭୁବନେଶ୍ୱର:କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ବୃଦ୍ଧି ଯୋଗୁଁ ଓଡ଼ିଶାର ଜନ ଜୀବନ ପ୍ରଭାବିତ ହେଉଥିବା ବେଳେ 1998 ଅଂଶୁଘାତରେ ଓଡ଼ିଶାର 2300 ଜଣଙ୍କର ଅଂଶୁଘାତରେ ଅକାଳ ମୃତ୍ୟୁକୁ ମନେ ପକାଇ ଦିଏ l ବିଗତ 25 ବର୍ଷ ଧରି ସେଣ୍ଟ ଜନ ଆମ୍ବୁଲାନ୍ସର ମହାଲେଖାକାର ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଜନସାଧାରଣଙ୍କୁ ଅଂଶୁଘାତ ଉପରେ ସଚେତନ କରାଇବା ସହ ଗ୍ରୀଷ୍ମ ଋତୁରେ ଏଜି ଛକରେ ଅଂଶୁଘାତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହାୟତାରେ ଅଂଶୁଘାତ ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ପ୍ରଦାନ କରିଥାଏ l 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏଜି ସମବାୟ ସମିତି ଓ ଓଡିଶା ସଚିବାଳୟ ୟୁକୋ ବ୍ୟାଙ୍କ ସହାୟତାରେ ଅଂଶୁଘାତ ଚିକିତ୍ସା କେନ୍ଦ୍ର ଓ ନିଶୁଳ୍କ ଆମ୍ବୁଲାନ୍ସ ସେବା ଓଡ଼ିଶାର ପ୍ରଧାନ ମହାଲେଖାକାର ରାଜକୁମାରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଅଛି I ଉଦଘାଟନୀ ଉତ୍ସବରେ ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଶ୍ରୀରାଜ ଅଶୋ, ଉପ ମହାଲେଖାକାର ଶୁଶ୍ରୀ ତାନ୍ୟା ଆମ୍ଭସ୍ତା, ସଚିନ କ୍ରିଷ୍ଣା କୌଶିକ, ବିକାଶ କୁମାର, କଲ୍ୟାଣ ଅଧିକାରୀ ଶରତ ଚନ୍ଦ୍ର ନାୟକ, ଏଜି ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ପ୍ରଧାନ ମହାଲେଖାକାରଙ୍କ ସଚିବ ଶରତ ଚନ୍ଦ୍ର ଭାରିମଲ୍ଲ, ବିବେକାନନ୍ଦ ଦାସ, ଏଜି ସମବାୟ ସମିତିର ନିର୍ଦେଶକ ପ୍ରିୟଦର୍ଶୀ କାନୁନଗୋ, ଡ଼ ନମିତା ପଟ୍ଟନାୟକ, ରିକ୍ରେସନ କ୍ଲବର ସମ୍ପାଦକ ଆନନ୍ଦ ଭଟ୍ଟ ଯୋଗ ଦେଇଥିଲେ l ପ୍ରଧାନ ମହାଲେଖାକାର ରାଜ କୁମାର ବିଗତ 25 ବର୍ଷ ଧରି ବିଭିନ୍ନ ବାଧା ବିଘ୍ନ ସ୍ଵତ୍ତେ ଏଜି ଡିଭିଜନ ଅଂଶୁଘାତ ରୋଗୀଙ୍କ ସେବା କରି ଆସୁଥିବାରୁ ସେ ତାହାର ଉଚ୍ଚ ପ୍ରଶଂସା କରି ଥିଲେ l ସଚେତନତା ଦ୍ୱାରା ଅଂଶୁଘାତ ମୃତ୍ୟୁ ନିରାକାରଣ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ l ଏହି ଚିକିତ୍ସା କେନ୍ଦ୍ରରେ ଅଂଶୁଘାତ ନିରାକରଣ ପାଇଁ ଦହି, ଲେମ୍ବୁ ଓ ଓଆରଏସ ପାନୀୟ ସହ ବରଫ ରଖାଯାଇଅଛି l ଜରୁରୀ ସମୟରେ ଅଂଶୁଘାତ ରୋଗୀ ପରିବହନ ପାଇଁ ଷ୍ଟ୍ରେଚେର, ଆମ୍ବୁଲାନ୍ସ ଓ ସ୍ବେଚ୍ଛାସେବୀମାନେ ନିୟୋଜିତ ଅଛନ୍ତି o ଜରୁରୀ ସମୟରେ ସାହାଯ୍ୟ ପାଇଁ ଏଜି ଡିଭିଜନ ସବୁବେଳେ ପ୍ରସ୍ତୁତ ରହିଛି ବୋଲି ସହକାରୀ କମିଶନର ଶ୍ରୀ ବଳ ପ୍ରକାଶ କରିଥିଲେ l ସଚେତନତା ସୃଷ୍ଟି ପାଇଁ ଏଜି ଡିଭିଜନର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଅଂଶୁଘାତ ରୋଗୀର ପ୍ରାଥମିକ ଉପଚାର ଓ ପରିବହନ କିପରି କରିବେ ତାହାର ମକଡ୍ରିଲ ପ୍ରଦର୍ଶନ କରିଥିଲେ l ଏହି ଶିବିର ମୌସୁମୀ ଆସିବା ପ୍ରଯ୍ୟନ୍ତ ଦିନ 10 ରୁ 3ଟା ପ୍ରଯ୍ୟନ୍ତ କାର୍ଯ୍ୟ କରିବ l ତୁରନ୍ତ ନିଃଶୁଳ ଆମ୍ବୁଲାନ୍ସ ସେବା ପାଇଁ 7978632954 ନମ୍ବରରେ ଯୋଗ ଯୋଗ ପାଇଁ ଏଜି ଡିଭିଜନ ପକ୍ଷରୁ ଅନୁରୋଧ କରାଯାଇଅଛି l ଏହି କାର୍ଯ୍ୟକ୍ରମକୁ ଏଜି ବ୍ରିଗ୍ରେଡ଼ର ରବୀନ୍ଦ୍ର ଦାଶ, ସଞ୍ଜୟ ଯାଦବ,ଜ୍ୟୋତି ରଞ୍ଜନ ପ୍ରଧାନ, ଅମ୍ରିତ କୁମାର ଗୌଡ଼, ସମୀକ୍ଷା ସୁମନ, ରଶ୍ମିରଂଜନ ବେହେରା, କୁନ୍ଦନ କୁମାର, ସୌଭାଗ୍ୟ କୁମାର ମହାନ୍ତି,ପ୍ରକାଶ ଗୌଡ଼, ଶିବନାଥ ମହାପାତ୍ର,ସୁରେଶ ମହାନ୍ତି, ରାହୁଲ ଯାଦବ ଓ ବାସୁଦେବ ଜେନା ପରିଚାଳନା କରିଥିଲେ l