Search for:
  • Home/
  • ରାଜ୍ୟ/
  • ଆରମ୍ଭ ହେଲା ୨୩ ତମ ” ଆନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଉତ୍ସବ”

ଆରମ୍ଭ ହେଲା ୨୩ ତମ ” ଆନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଉତ୍ସବ”

Spread the love

Loading

ଭୁବନେଶ୍ୱର:୧୩/୧୧/୨୦୨୪  କଳା ଭୂମି, ଭୁବନେଶ୍ୱର

ଆରମ୍ଭ ହେଲା ୨୩ ତମ ” ଆନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଉତ୍ସବ”

ଭୁବନେଶ୍ଵର, କଳା ଭୂମି ସଂଗ୍ରହାଳୟ ପରିସର ରେ ୨୩ ତମ ଆନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଚଳିତ ବର୍ଷ ୪ ଦିନ ଧରି ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ରେ ଭାରତ ବର୍ଷ ର ବିଭିନ୍ନ ପ୍ରାନ୍ତ ରୁ ତଥା ଓଡ଼ିଶା, ଜାମ୍ମୁ କାଶ୍ମୀର, ହରିୟଣା, ତ୍ରିପୁରା , ଦିଲ୍ଲୀ ସହିତ ପ୍ରଥମ ଥର ପାଇଁ ଲାଦାଖ୍ ଓ ସିକିମ୍ ରୁ ୧୦୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ କରିଛନ୍ତି। ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୧୦୦ ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଯୋଗଦାନ କରିଛନ୍ତି। ଚଳିତ ବର୍ଷ “ହିନ୍ଦୁ ପୁରାଣ” ଏହାର ଶୀର୍ଷକ ରହିଛି। କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ଙ୍କ ସହ ଅନ୍ୟାନ୍ୟ ଅତିଥି ମାନଙ୍କୁ ସୁନ୍ଦର ଢ଼ଙ୍ଗ ରେ ଅଭିନନ୍ଦନ କରିବା ସହ ପିଲା ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା, କର୍ମଶାଳା ରେ ଯୋଗ ଦେବା ଓ ନିଜର ନିଆରା ପ୍ରତିଭା ର ଝଲକ ଦେଖାଇବା ପାଇଁ ଉତ୍ସାହିତ କରା ଯାଇଛି। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏକତ୍ରିତ ହୋଇଥିବା ଟିକି ଟିକି ଫୁଲ ସଦୃଶ୍ୟ ଶିଶୁ ମାନଙ୍କର କୋଳାହଳ ସତେ ଯେମିତି କଳା ଭୂମି କୁ ଏକ ସୁନ୍ଦର ଫୁଲ ର ବଗିଚା ରେ ପାଲଟେଇ ଦେଇଛି। ଏପରି ଏକ ନିଆରା ଅନୁଭବର ଅବସର ପୁଣି ଥରେ ନେଇ ଆସିଛି ସ୍ୱାଭିମାନ ଦ୍ବାରା ଆୟୋଜିତ ୨୩ ତମ ଅଞ୍ଜଳି ଆନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉତ୍ସାହନକାରୀ କର୍ମଶାଳା ମାନ ଆୟୋଜିତ ହୋଇଅଛି। ସନ୍ଧ୍ୟା ରେ ଚଳିତ ବର୍ଷ ର ପ୍ରଥମ ଦିନ ରେ ଅଞ୍ଜଳି ର ଉଦ୍ଘାଟନୀ କାର୍ଯ୍ୟକ୍ରମ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗ ର ସଚିବ ଶ୍ରୀମତୀ ଉଷା ପାଢ଼ୀ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ର ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଏବଂ ସ୍ୱାଭିମାନ ର ମୁଖ୍ୟ ଡଃ ଶ୍ରୁତି ମହାପାତ୍ର ଯୋଗଦାନ କରି ପିଲା ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଶେଷ ରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ମନମୋହିତ ସାସ୍କୃତିକ କାର୍ଯ୍ୟକ୍ରମ ଆଜି ର ଦିବସ ରେ ମୁଖ୍ୟ ଆକର୍ଷଣ ସୃଷ୍ଟି କରିବା ସହିତ ଦର୍ଶକ ମାନଙ୍କ ର ହୃଦୟ ଜିଣି ପାରିଛି।

Leave A Comment

All fields marked with an asterisk (*) are required