କଳା ଭୂମି ପରିସରରେ ୨୨ ତମ ଅନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଓ ଯୁବ ଉତ୍ସବ
ଭୁବନେଶ୍ଵର କଳା ଭୂମି ପରିସରରେ ୨୨ ତମ ଅନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଓ ଯୁବ ଉତ୍ସବ ଆରମ୍ଭ ହୋଇଛି। ଆଜି ଏହାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ରେ ସାରା ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗଦେଇଛନ୍ତି ।ଚଳିତ ବର୍ଷ ‘କାହାଣୀ ଓ କିମ୍ବଦନ୍ତୀ’ ଏହାର ଶୀର୍ଷକ ରହିଛି ।ଶାରୀରିକ ଭିନ୍ନକ୍ଷମ ପିଲା ଙ୍କ ମଧ୍ୟ ରେ ଉତ୍ସାହ ଓ ସାହାସ ଭରିବା ପାଇଁ ଡଃ ଶ୍ରୁତି ମହାପାତ୍ର ଙ୍କ ସ୍ୱାଭିମାନ ସ୍ଵେଚ୍ଛାସେବୀ ସଂଗଠନ ପ୍ର୍ୟତେକ ବର୍ଷ ଏହି କାର୍ଯ୍ୟକ୍ରମ ଅୟୋଜିତ କରିଆସିଛି । ୨୨ ବର୍ଷ ଧରି ସ୍ୱାଭିମାନ ପକ୍ଷରୁ ଏହି ଅଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି। ଶିଶୁଦିବସରେ ଏହା ଆରମ୍ଭ ହୋଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏଥିରେ ଓଡିଶାରୁ ପାଖାପାଖି ୨୧ ଟି ଜିଲ୍ଲାରୁ ପିଲା ଆସିଛନ୍ତି।କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଶିଶୁମାନଙ୍କୁ ଚନ୍ଦନ ଲଗାଇ ଅଭିନନ୍ଦନ କରିବା ସହ ହାତ ତିଆରି ଅଭିନନ୍ଦନ କାର୍ଡ ଦିଆଯାଇଛି । ପରେ ସ୍ୱାଭିମାନ ତରଫରୁ ପିଲାମାନଙ୍କୁ ସମ୍ମାନ ପ୍ରକାର ରେ ଟି ଶର୍ଟ୍ ଦେବା ସହ ସ୍ୱାଭିମାନ ଲୋଗୋ ଥିବା ବ୍ୟାଚ ଦିଆଯାଇଛି । ପିଲାଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାପାଇଁ ଉତ୍ସାହିତ କରାଯାଉଛି । ପ୍ରତିଯୋଗିତା ଅପରାହ୍ନ ୨ ରୁ ଆରମ୍ଭ ହୋଇ ୪ ପର୍ଯ୍ୟନ୍ତ ଚାଲିବ।ଯାଦୁ, ଚିତ୍ରକଳା, କାର୍ଟୁନ୍, ଜୈବିକ ବ୍ୟବହାର ଉପଯୋଗୀ ପଦାର୍ଥ ପ୍ରସ୍ତୁତି, ମୂର୍ତ୍ତିକା କଳା, ଟେରାକୋଟା, ବିଜ୍ଞାନ କଳା, କାହାଣୀ କଥନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଆଜି ଛାତ୍ରଛାତ୍ରୀ ମାନଙ୍କୁ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ନେଇ ଦେଖାଇବା ସହ ସେମାନ ଙ୍କ ବିଜ୍ଞାନ ପ୍ରତି ଥିବା ରୁଚି ଉପରେ ଆଲୋଚନା କରଯାଇଛି। ସନ୍ଧ୍ଯା ରେ କ୍ରିୟା ଗୁରୁ ସ୍ଵାମୀ ସୁଧାନନ୍ଦ ଗିରି, ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ବିଭାଗ କମିଶନର ବ୍ରତତି ହରିଚନ୍ଦନ, କ୍ୟୁରବଏର ମୁଖ୍ୟ ତଥା ସ୍ୱାଭିମାନର ପରିଚାଳନା ସଦସ୍ୟ ପ୍ରିୟଦର୍ଶୀ ମହାପାତ୍ର, ପୂର୍ବାଞ୍ଚଳ ବନବିଭାଗର ସାଧାରଣ ଡେପୁଟି ଇନ୍ସପେକ୍ଟର ପଦ୍ମା ମହାନ୍ତି, ହିରୋଇନ୍ ଅର୍ଚ୍ଚିତା ସାହୁ, ମୁଖ୍ୟ ଅତିଥି ରୂପେ ଯୋଗଦେଇଛନ୍ତି। ଏଥି ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ଓ ଅଞ୍ଜଳି ମେଧାବୃତ୍ତି ପ୍ରଦାନ କରାଯାଇଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ଅଧିକ ହୃଦୟସ୍ପର୍ଶୀ ହୋଇପାରିଛି।