ଆଳୁ ଚାଷରେ ଆତ୍ମନିର୍ଭର ପାଇଁ ସରକାରୀ ଯୋଜନା ସରକାର ସ୍ପଷ୍ଟ କରନ୍ତୁ- ଶେଷଦେବ
ଆଳୁ ଚାଷରେ ଆତ୍ମନିର୍ଭର ପାଇଁ ସରକାରୀ ଯୋଜନା ସରକାର ସ୍ପଷ୍ଟ କରନ୍ତୁ- ଶେଷଦେବ
ଭୁବନେଶ୍ବର,୨୮!୭ : ବର୍ଷ ବର୍ଷ ଧରି କ୍ରମାଗତ ଭାବରେ ରାଜ୍ୟରେ ଖାଉଟିଙ୍କ ପାଇଁ ଆଳୁ ସଂକଟ ଲାଗିରହିଥିବା ବେଳେ ବିଗତ ସରକାରର ବାବୁ ରାଜ୍ ଆମ ରାଜ୍ୟ ପାଇଁ ଦୁର୍ଦ୍ଦଶା ଡାକି ଆଣିଛି। ଆମର ଆବଶ୍ୟକ ଚାଷ ଜମି ଚାଷୀ ଓ ବଡ଼ ଖାଉଟି ବଜାର ଥିବା ବେଳେ ଆମେ କାହିଁକି ଆଳୁ ଚାଷୀଙ୍କ ପାଇଁ ପ୍ରୋତ୍ସାହନ ଓ ଶୀତଳ ଭଣ୍ଡାର କରୁନାହେଁ। ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଆଳୁ ମିଶନ୍ କିଭଳି ଫେଲ୍ ହୋଇଥିଲା ତାହା ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସଚିବାଳୟ ଓ କୃଷି ଭବନରେ ବସୁଥିବା ବାବୁମାନେ ଆଦୌ କ୍ଷେତ୍ରକୁ ନଯାଇ ସେମାନଙ୍କୁ ଠିକ୍ ସମୟରେ ବିହନ ନଦେଇ ସରକାର ଚାଷୀଙ୍କ ଠାରୁ ସବୁ ଉତ୍ପାଦିତ ଆଳୁ କିଣି ନେବେ ଏ ପ୍ରତିଶୃତି ନଦେବାରୁ ହିଁ ଆଳୁ ମିଶନ ଫେଲ୍ ହୋଇଥିଲା । କ୍ରମାଗତ କ୍ଷତି ସହି ସହି ଆଳୁ ଚାଷୀମାନେ ଆଳୁ ଚାଷରୁ ମୁହଁ ଫେରାଇ ନେଲେ । ଏହି ଛୋଟିଆ ସତ୍ୟ ପୂରୁଣା ସରକାରମାନେ ବୁଝିଲେ ନାହିଁ । ନୂଆ ସରକାର ତୁରନ୍ତ ନିର୍ଦ୍ଧିଷ୍ଟ ଭାବେ ଆଳୁ ଚାଷ ହେଉଥିବା ବଡ଼ କ୍ଷେତ୍ରରେ ନିର୍ଦ୍ଧିଷ୍ଟ ପରିମାଣର ଆଳୁ ରଖିବା ପାଇଁ ଗୋଦାମ ଘର ଆରମ୍ଭ କରନ୍ତୁ। ଏହା ସହ ସମବାୟ, କୃଷି, ଯୋଗାଣ, ଉଦ୍ୟାନ ବିଭାଗ ମିଳତ ବୈଠକ କରି ବର୍ଷ ବ୍ୟାପୀ ଆବଶ୍ୟକ ଆଳୁ ଚାଷୀ କିଭଳି ରାଜ୍ୟ ବ୍ୟାପୀ ଆବଶ୍ୟକ ଅନୁଯାୟୀ ଆଳୁ ଉତ୍ପାଦନ କରିବେ ଓ ଖାଉଟି ଉଚିତ୍ ଦରରେ ଆଳୁ ପାଇବେ ଆକୁ ନେଇ ତୁରନ୍ତ ବୈଠକ ଡକାଯାଉ। ବିଭାଗୀୟ ସଚିବ, ନିର୍ଦ୍ଦେଶକଙ୍କ ଠାରୁ ସମସ୍ତେ କିଭଳି ଯୋଜନାର ତଦାରଖ କରିବେ ସେନେଇ କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ବାନ ଜଣାଇଛନ୍ତି।