Search for:
  • Home/
  • ରାଜ୍ୟ/
  • ଓଡ଼ିଶାରେ ଆଳୁ ସଙ୍କଟ : ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୁଅନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଆଳୁ ସଙ୍କଟ : ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୁଅନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ

Spread the love

Loading

ଓଡ଼ିଶାରେ ଆଳୁ ସଙ୍କଟ : ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୁଅନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬.୭ : ବିଗତ ଦୁଇ ତିନିଦିନ ହେଲା ଓଡ଼ିଶାରେ ଆଳୁ ସଙ୍କଟ ଘନେଇବାରେ ଲାଗିଛି । କେତେକ ଜାଗାରେ ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରି ମନଇଚ୍ଛା ଚଢାଦରରେ ଆଳୁ ବିକ୍ରି କରୁଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ଅଳରେ ଖାଉଟି ହନ୍ତସନ୍ତ ହୋଇ ବାଧ୍ୟବାଧକତାରେ ଚଢା ଦରରେ ଆଳୁ କିଣୁଛନ୍ତି । ଆଠଦିନ ତଳେ କିଲୋପିଛା ୨୫ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଥିବା ଆଳୁ ଆଜି ୪୫ ଟଙ୍କାରୁ ୫୦ ଟଙ୍କାରେ ପôହଲାଣି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ତାଗିଦା ଯୋଗୁ ସେଠାରୁ ଓଡ଼ିଶାକୁ ଆଳୁ ଆସୁନାହିଁ । ଆସନ୍ତା କାଲି ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଉଛନ୍ତି । ନୀତି ଆୟୋଗ ବୈଠକ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇ ଓଡ଼ିଶାରେ ଆଳୁ ସଙ୍କଟ ଟାଳିବା ପାଇଁ ଉଦ୍ୟମ କରନ୍ତୁ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଆବାହକ ରବି ବେହେରା, ଯୁଗ୍ମ ଆବାହକ ଅରୁଣ ଜେନା ଏବଂ କାର୍ଯ୍ୟକାରୀ ସଦସ୍ୟ ସୁବାଷ କୁମାର ତାରଣିଆଁ ପ୍ରମୁଖ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Comment

All fields marked with an asterisk (*) are required