ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ”ର ବୈଠକ
ଭୁବନେଶ୍ୱର ତା 19ରିଖ l ଆଜି “ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ”ର ବୈଠକ ହୋଇ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି l ବିଏମସି ଅଫିସିଆଲ ମାନଙ୍କ ସହ ମିଳିତ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ ବେଳେ ଗlଡ଼କଣ ଅଲିଅଗଦା ସହ ପ୍ରସ୍ତାବିତ ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟର ସରଜମିନ ସର୍ବେକ୍ଷଣ କରିଥିଲେ l ବୈଠକର ପ୍ରାଥମିକ ପ୍ରସ୍ତାବ ଅନୁଯାଇ ସରଜମିନ ଅନୁଧ୍ୟାନ ପରେ ପୂର୍ବରୁ ଅସମାପ୍ତ ଥୁବା ଆଲୋଚନା ପାଇଁ ପ୍ରଥମେ ବିଏମସି କମିଶନରଙ୍କ ସହ ବୈଠକ ହେଵା ଉଚିତ l ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ଆଗାମୀ ଜୁନ 12 ସୁଦ୍ଧା ସୁକିଲା ଅଳିଆ ଆଉ ଗlଡ଼କଣ ନଯାଇ ପଳାଶୁଣୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପ୍ରୋସେସିଂ କରାଯିବ ବୋଲି ଅନୁଧ୍ୟାନ ସମୟରେ କହିଥିଲେ l ପଳାଶୁଣୀର ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଯେହେତୁ ପୁରା ପ୍ରସ୍ତୁତ ହୋଇଯାଇଛି ତେଣୁ ତାକୁ ତୁରନ୍ତ ଦୁଇ ଦିନ ଭିତରେ କାର୍ଯ୍ୟକ୍ଷମ କରି ଗlଡ଼କଣକୁ ଦୈନିକ ଆସୁଥିବା 150 ମେଟ୍ରିକ ଟନ ଶୁଖିଲା ଅଳିଆ ରୁ ପ୍ରଥମେ ମୁକ୍ତ କରିବାକୁ କମିଶନର ଙ୍କ ନିକଟରେ ଆଗାମୀ ବୈଠକରେ ପ୍ରାଥମିକ ପ୍ରସ୍ତାବ ଦେବାକୁ ଆଜିର ବୈଠକ ରେ ପ୍ରସ୍ତାବ ଆସିଥିଲା l ସେହିପରି 18 ମାସ ଭିତରେ ମେହେରପଲ୍ଲୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଓଦା ଅଳିଆ ସବୁ ପ୍ରୋସେସିଂ କରାଯିବ ବୋଲି ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥିତି ଅନୁଧ୍ୟାନ ବେଳେ ଆଲୋଚନା ହୋଇଥିଲା l ଯେହେତୁ ବର୍ତମାନ ଅତ୍ୟାଧୁନିକ ପ୍ରଣାଳୀରେ ସବୁ ନିର୍ମାଣ କାର୍ଯ୍ୟ କରାଯାଉଛି, ତେଣୁ ବି.ଏମ.ସି ତ୍ୱରିତ ପଦକ୍ଷେପ ନେଲେ ଛ ରୁ ସାତ ମାସ ଭିତରେ ତାକୁ କାର୍ଯ୍ୟକ୍ଷମ ମଧ୍ୟ କରାଯାଇ ଅଳିଆ ଯନ୍ତ୍ରଣା ଜନିତ ଦୁର୍ଗନ୍ଧରୁ ଭୁବନେଶ୍ୱରବାସୀଙ୍କୁ ମୁକ୍ତି ପ୍ରଦାନ କରାଯାଇପାରେ ବୋଲି ମଧ୍ୟ ଆଜି ଆଲୋଚନାରେ ପ୍ରସ୍ତାବ ଆସିଥିଲା l ପୂର୍ବ ପ୍ରସ୍ତାବ ଅନୁସାରେ ସମସ୍ତ 67 ୱାର୍ଡରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ୟବସ୍ଥା ଆସନ୍ତା ଦୁଇ ମାସ ମଧ୍ୟରେ ସ୍ଥାପିତ ହେଉ l ଏବେ 37 ଟି କାଯ୍ୟକ୍ଷମ ଥିବାବେଳେ ବାକି 30 ଟାରେ ଜଲଦି କରିବାକୁ ଅଭିଯାନ ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ l ଫଳରେ ସବୁ ଅଳିଆ ନିଜ ୱାଡ଼ର୍ରେ ଟ୍ରିଟମେଣ୍ଟ ହେବାସହ ଅଳିଆ ବୋହିବା ପାଇଁ ଯାତାୟାତ ଖର୍ଚ୍ଚ କମିଯିବ l ବିଏମସି ଏହାଦ୍ୱାରା ମାସକୁ କୋଟି କୋଟିରୁ ଉର୍ଦ୍ଧ ଅଯଥା ଖର୍ଚ୍ଚ ବନ୍ଦ ହେବ l
ସୈନିକ ସ୍କୁଲ ଅଳିଆଗଦା ର ଅଳିଆ ଖାଲି ହୋଇଯାଇଥିବା ସ୍ଥାନରେ ମାଟି ପକେଇ ଗଛ ଲଗାଇ ବନୀକରଣ ହେଉ l ଧୀରୀକୁଟି ବସ୍ତି ପାଖରେ ଥିବା ଜାଗାକୁ ମାଟି ପକେଇ ସମାନ କରିବା ସହ ସେଠାରେ ବି ଏମ ସି ତୁରନ୍ତ ଗଛ ଲଗାନ୍ତୁ l
ଗlଡ଼କଣ ଦମ୍ପି ୟାର୍ଡ଼ ରେ ରେ ଓଦା ଅଳିଆକୁ ଟ୍ରିଟମେଣ୍ଟ କରିବା ସମୟରେ ତାର ଦୁର୍ଗନ୍ଧ ବାୟୁକୁ ରୋକିବାକୁ ଅଧିକ ଉଚ୍ଚତା ବିଶିଷ୍ଟ ଆବଦ୍ଧ ସହ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧ ମୁକ୍ତ କରାଯାଉ l ଏହି ଆନ୍ଦୋଳନ ସମ୍ପର୍କରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ଼ ପୂର୍ବତନ ଜନପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି l ସୈନିକସ୍କୁଲ ସହ ସମଗ୍ର ଅଂଚଳକୁ ଦୁର୍ଗନ୍ଧମୁକ୍ତ ପାଇଁ ଗ୍ରୀନ ଟ୍ରିବୁନାଲ ସହ ଅନ୍ୟାନ୍ୟ ନ୍ୟାୟିକ ଲଢେଇ ପାଇଁ ମଧ୍ୟ ଆଜିର ବୈଠକ ରେ ପ୍ରସ୍ତାବ ନିଆଯାଇଛି l ଏସବୁ ବାଦ ଆସନ୍ତା କିଛି ଦିନ ଭିତରେ ଯଦି ପ୍ରଶାସନ ସ୍ତରରେ ସେଭଳି କିଛି ଠୋସ ପଦକ୍ଷେପ ନିଅlନଯାଏ ତେବେ ଡମପିଙ୍ଗ ୟାର୍ଡ଼ ଭିତରକୁ ମଧ୍ୟ ଅଳିଆ ଗାଡ଼ି ପ୍ରବେଶ ବନ୍ଦ କରିବା ଭଳି ଚରମ ନିଷ୍ପତି ନବାକୁ ମଧ୍ୟ ଆଜିର ବୈଠକରେ ନିଷ୍ପତି ନିଆଯାଇଛି l ଆଜିର ବୈଠକରେ ଆବାହକ ଭିକ୍ଷ୍ୟାକାରୀ ତ୍ରିପାଠୀ, ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ସିଦ୍ଧେଶର ନାୟକ, ପ୍ରସନ୍ନ ବିଷୋୟୀ, ଦିଲୀପ ଦାଶଶର୍ମା, ଚିନ୍ତାମଣି ବାରିକ, ଦାମୋଦର ବେହେରା, ଆଶୁତୋଷ ମିଶ୍ର, ଚିନ୍ତାମଣି ବାରିକ, ପ୍ରତାପ ସାହୁ, ରଶ୍ମିରଂଜନ ପରିଡା, ପ୍ରତାପ ସାହୁ, ଗଗନ ପଣ୍ଡା, ସୁବ୍ରତ ସାହୁ, ଅଶୋକ ପାଲଟାସିଂ, ସୁଜିତ ମିଶ୍ର, ଅଶୋକ ବଳବନ୍ତରାୟ, ଦିଲୀପ ସାହୁ, ନିରୁପମା ପାତ୍ର, ସତକର୍ତ୍ତୃ ମିଶ୍ର, ପ୍ରଫୁଲ୍ଲ ପାତ୍ର, ପ୍ରଦୀପ୍ତ ପରିଡା, ବିଶ୍ୱରଂଜନ ବେହେରା, ସଞ୍ଜୟ ମଲିକ, ରାଧାକାବି ଦାସ, ସୁଶାନ୍ତ ସାହୁ, ପ୍ରତିଭା ମଞ୍ଜରୀ ପ୍ରଧାନ ଆଦି ଉପସ୍ଥିତ ଥିଲେ l