Search for:
  • Home/
  • ରାଜ୍ୟ/
  • ଆଜାଦି କା ଅମ୍ରିତ୍ ମହୋତ୍ସବ ୨୦୨୪ ଅବସରରେ ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ

ଆଜାଦି କା ଅମ୍ରିତ୍ ମହୋତ୍ସବ ୨୦୨୪ ଅବସରରେ ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ

Spread the love

Loading

ଆଜାଦି କା ଅମ୍ରିତ୍ ମହୋତ୍ସବ ୨୦୨୪ ଅବସରରେ ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ

ଭୁବନେଶ୍ୱର:ଆଜାଦି କା ଅମ୍ରିତ୍ ମହୋତ୍ସବ ଅବସରରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ହରିଦ୍ୱାର ଚାନ୍ଦି ଘାଟରେ ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା ଦ୍ୱାରା “ଗଙ୍ଗା ଉତ୍ସବ ୨୦୨୪” ଆୟୋଜିତ ହୋଇଛି l ଏହି ଉତ୍ସବରେ ଜଣେ ଓଡ଼ିଆ ପୁଅ ତଥା ସୁଦକ୍ଷ ନିର୍ଦ୍ଦେଶକ ଦେବ ମେହେରଙ୍କ ନିର୍ଦ୍ଦେଶନାରେ ତିନିଟି ଗୀତର ନୃତ୍ୟ ପରିବେଷଣ ହୋଇଛି l ଗୀତ ଗୁଡିକୁ ସୁପରିଚିତା ଗାୟିକା ସୁସ୍ମିତା ଦାସ କଣ୍ଠଦାନ କରିଛନ୍ତି ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ l ପ୍ରଥମ ଅର୍ଘ୍ୟ “ହମ୍ ୟହିଁ ଜିଏଙ୍ଗେ…” ଯାହା ପରିବେଶ ଉପରେ ଆଧାରିତ ଏକ ସୁନ୍ଦର ପରିବେଷଣ ଥିଲା l ଉପସ୍ଥିତ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବିମୋହିତ କରିଥିଲା l ଦ୍ଵିତୀୟ ଅର୍ଘ୍ୟ “ହମ୍ ଅଗର ନେହିଁ.. “ଆଦ୍ରଭୂମି ସରଂକ୍ଷଣର ୨୫ ବର୍ଷକୁ ସ୍ମରଣୀୟ କରିଥିଲା l ଶେଷ ଅର୍ଥାତ ତୃତୀୟ ଅର୍ଘ୍ୟ ଥିଲା “ପ୍ରିଥ୍ଵୀ ମନ୍ଥନ…” ଯାହା ଜଳବାୟୁ ପରିବର୍ତ୍ତନ ଉପରେ ପାରିବେଶିତ ହୋଇଥିଲା ଯେଉଁ ଗୀତ ଟି ଭାରତର ସର୍ବାଧିକ ସ୍ଥାନରେ ପୁରସ୍କୃତ ହୋଇଛି ଏବଂ ବର୍ତ୍ତମାନ ଆୟୁସିଏନ ୱେବସାଇଟରେ ସ୍ଥାନ ପାଇଛି l ଏସମସ୍ତ ଗୀତର ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦ୍ଦେଶକ ଦେବ ମେହେର l ସେ ଜଣେ ସୁଦକ୍ଷ ମ୍ୟୁଜିକାଲ ସର୍ଟ ଫିଲ୍ମ ନିର୍ମାତା ଭାବରେ ବେଶ ଜଣାଶୁଣା l ପୂର୍ବରୁ ଅନେକ ମ୍ୟୁଜିକାଲ ସର୍ଟ ଫିଲ୍ମ ଏବଂ ମ୍ୟୁଜିକାଲ ଡ୍ୟାନ୍ସ ଡ୍ରାମା ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ଅଛନ୍ତି l ଓଡ଼ିଆ ନିର୍ଦ୍ଦେଶକ, ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଡ଼ିଆ କଳାକାରଙ୍କ ପରିବେଷଣ ଦେଖି ଦର୍ଶକ ଭୁୟସୀ ପ୍ରଶଂସା କରିଥିଲେ l

Leave A Comment

All fields marked with an asterisk (*) are required