ଏ ଆଇ ୟୁ ଟି ୟୁ ସିର ତୃତୀୟ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ
ଏ ଆଇ ୟୁ ଟି ୟୁ ସିର ତୃତୀୟ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ
ଭୁବନେଶ୍ୱର:ଅଲ୍ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ ସେଣ୍ଟର (ଏ ଆଇ ୟୁ ଟି ୟୁ ସି) ତୃତୀୟ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ ୨୭ ଅକ୍ଟୋବର ୨୦୨୪ରେ ଭୁବନେଶ୍ବରସ୍ଥ ବୁଲନ୍ ଭାଇ ସେବା ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି। କମ୍ରେଡ ପୂର୍ଣ୍ଣଚନ୍ଦ୍ର ବେହେରା, ପଦ୍ମଚରଣ ମଲ୍ଲିକ ଓ ବୁଗୁରୁ ତ୍ରିନାଥଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏ ଆଇ ୟୁ ଟି ୟୁ ସି ଓଡ଼ିଶା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ସୁରେଶ ପ୍ରଧାନ ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଦେଶବ୍ଯାପୀ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ଗଢିତୋଳିବା ଉଦ୍ଦେଶ୍ଯରେ ୧୫ରୁ ୧୭ ଡିସେମ୍ବର ୨୦୨୪ରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଥିବା ଏ ଆଇ ୟୁ ଟି ୟୁ ସି ର ୨୨ତମ ସର୍ବଭାରତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ୧୫ଡିସେମ୍ବର ଖୋଲା ଅଧିବେଶନର ଜନସଭାରେ ହଜାର ହଜାର ସଂଖ୍ଯାରେ ଶ୍ରମିକ କର୍ମଚାରୀ ଯୋଗ ଦେବା ପାଇଁ ସେ ତାଙ୍କ ବକ୍ତବ୍ୟରେ ଆହ୍ଵାନ ଦେଇଥିଲେ। ସଂଗଠନର ଭୁବନେଶ୍ବର ଜିଲ୍ଲା ସମ୍ପାଦକ କମ୍ରେଡ ନିରଞ୍ଜନ ମହାନ୍ତି ସମିଳନୀର ମୁଖ୍ୟ ଚିଠା ପ୍ରସ୍ତାବ ଆଗତ କରିବା ପରେ ପ୍ରତିନିଧିମାନଙ୍କ ମତାମତ ଓ ସମର୍ଥନ କ୍ରମେ ଗୃହୀତ ହୋଇଥିଲା। ସଂଗଠନକୁ ସୁପରିଚାଳନା କରିବା ପାଇଁ କମ୍ରେଡ ପୂର୍ଣ୍ଣଚନ୍ଦ୍ର ବେହେରା ସଭାପତି, ପଦ୍ମଚରଣ ମଲ୍ଲିକ ଓ ବୁଗରୁ ତ୍ରିନାଥ ଉପସଭାପତି, ନିରଞ୍ଜନ ମହାନ୍ତି ସମ୍ପାଦକ, ବିଜ୍ଞାନ ବେହେରା କୋଷାଧ୍ୟକ୍ଷଙ୍କ ସମେତ ଏକ ୨୭ ଜଣିଆ ଭୁବନେଶ୍ୱର ଜିଲ୍ଲା କମିଟି ନିର୍ବାଚିତ ହୋଇଥିଲା । ସମ୍ମିଳନୀର ପ୍ରାରମ୍ଭରେ ଶହୀଦ ବେଦୀରେ ମାଲ୍ଯାର୍ପଣ ଏବଂ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା।