Search for:
  • Home/
  • Bda/
  • ଜାଲ୍ ପ୍ରମାଣପତ୍ରରେ ଚାକିରୀ କରିଛନ୍ତି ଏମ୍ସ ନର୍ସିଂ ଅଫିସର

ଜାଲ୍ ପ୍ରମାଣପତ୍ରରେ ଚାକିରୀ କରିଛନ୍ତି ଏମ୍ସ ନର୍ସିଂ ଅଫିସର

Spread the love

Loading

ଜାଲ୍ ପ୍ରମାଣପତ୍ରରେ ଚାକିରୀ କରିଛନ୍ତି ଏମ୍ସ ନର୍ସିଂ ଅଫିସର

ଭୁବନେଶ୍ବର,୨୭/୧୧ ଜାଲ୍ ସାର୍ଟିଫିକେଟ ଦେଇ ଭୁବନେଶ୍ବର ଏମ୍ସରେ ଜଣେ ନର୍ସିଂ ଅଫିସର ଚାକିରୀ କରିଥିବା ଅଭିଯୋଗ ହୋଇଛି। କୁନିଲତା ନାୟକ ନାମ୍ନୀ ମହିଳା ଜାଲ ଓବିସି ଓ ଇଡବ୍ଲୁଏସ ସାର୍ଟିଫିକେଟ ଦେଇ ପୂର୍ବରୁ ଦେଓଘର ଓ ଏବେ ଭୁବନେଶ୍ବର ଏମ୍ସରେ ନର୍ସିଂ ଅଫିସର ଭାବେ ଚାକିରୀ କରିଛନ୍ତି ବୋଲି ସମାଜସେବୀ ସରୋଜ ବିଶ୍ୱାଳ ବୁଧବାର ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ଦକ୍ଷିଣବନ୍ତଳ ଗ୍ରାମର କୁନିଲତା ନାୟକ ଜାତିରେ ଖଣ୍ଡାୟତ ହୋଇଥିବାରୁ ସାମାଜିକ ଏବଂ ଶୈଖିକ ପଛୁଆ ବର୍ଗ (ଏସଇବିସି) ଭୁକ୍ତ ଅଟନ୍ତି। ସେ ମଧ୍ଯ ଚାକିରୀ ଉଦ୍ଦେଶ୍ୟରେ ଅସ୍ତରଙ୍ଗ ତହସିଲରୁ ୨୦୧୮ ଜୁଲାଇ ୫ ରେ ଏସଇବିସି ସାର୍ଟିଫିକେଟ ବାହାର କରିଛନ୍ତି। ମାତ୍ର ଦେଓଘର ଏମ୍ସରେ ନରସିଂହ ଅଫିସର ଭାବେ ଚାକିରୀ କରିବା ପାଇଁ ନିଜ ଜାତି ଖଣ୍ଡାୟତ ପରିବର୍ତ୍ତେ ଶୂଦ୍ର ଲେଖି ନକଲି ଓବିସି ସାର୍ଟିଫିକେଟ ବାହାର କରି ଓବିସି କୋଟାରେ ଚାକିରୀ ପାଇଲେ କୁନିଲତା। ଏଠାରେ ପ୍ରାୟ ବର୍ଷେ ଚାକିରୀ କରିବା ପରେ ନକଲି ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) ସାର୍ଟିଫିକେଟ ବନାଇ ଭୁବନେଶ୍ବର ଏମ୍ସରେ ନିଯୁକ୍ତି ପାଇଥିଲେ। ତେବେ ଏମ୍ସ ନର୍ସିଂ ଅଫିସର ଭଳି ଜଣେ ଉଚ୍ଚ ବେତନଭୋଗୀ ଅଧିକାରୀ କିପରି କିପରି ଅର୍ଥନୈତିକ ଦୁର୍ବଳ ବର୍ଗ ଅନ୍ତର୍ଭୁକ୍ତ ବୋଲି ଅଭିଯୋଗକାରି ପ୍ରଶ୍ନ କରିଛନ୍ତି। ତେବେ ଯୋଗ୍ୟତା ନଥାଇ କେନ୍ଦ୍ର ସରକାରଙ୍କୁ ଠକି ଚାକିରୀ ପାଇଥିବା ଏହି ନର୍ସିଂ ଅଫିସରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି।

Oplus_0
Oplus_0
Oplus_0
Oplus_0
Oplus_0

 

Leave A Comment

All fields marked with an asterisk (*) are required