Search for:
  • Home/
  • ରାଜ୍ୟ/
  • ଏଆଇଡିଏସଓ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଏଆଇଡିଏସଓ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

Spread the love

Loading

ଏଆଇଡିଏସଓ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର -୨୩/୧/୨୪- ଏଆଇଡିଏସଓ ଭୁବନେଶ୍ୱର ସିଟି କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଗଭୀର ଆବେଗର ସହିତ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ୟୁନିଟ ୬ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ସଂଗଠନର ଭୁବନେଶ୍ୱର ସଭାପତି ନସିମ ସରକାରଙ୍କ ସଭାପତିତ୍ବରେ ଏକ ଜୟନ୍ତୀ ସମାରୋହ ସଭା ଅନୁଷ୍ଠିତ ହେଇଥିଲା। ଏଥିରେ ବିଜୁପଟ୍ଟନାୟକ କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼ଃ କିଶୋର ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି, ଏଆଇଡିଏସ୍ଓର ପୂର୍ବତନ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ସଂଗଠନର ଭୁବନେଶ୍ୱର ଉପସଭାପତି ସପ୍ତର୍ଶୀନୀ ରାଉଳ ପ୍ରାରମ୍ଭିକ ସୂଚନା ପ୍ରଦାନ ଏବଂ ସଂପାଦିକା ସ୍ବସ୍ତି ସଙ୍ଗୀତା ଦଳାଇ ଅତିଥିମାନଙ୍କୁ ସ୍ମୃତି ଫଳକ ପ୍ରଦାନ କରିଥିଲେ। ନେତାଜୀଙ୍କ ସାଲିସ ବିହୀନ ଜୀବନ ସଂଗ୍ରାମରୁ ଶିକ୍ଷା ନେଇ ବର୍ତ୍ତମାନର ସମାଜିକ, ରାଜନୈତିକ ପରିସ୍ଥିତିରେ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ପାଳନ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ବକ୍ତାମାନେ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୂପାଲି ଦିଗଲ, ସୁଚରିତା ଜେନା, ତପସ୍ୱୀନି ପ୍ରିୟଦର୍ଶିନୀ, ଅର୍ପିତା ଦେହୁରୀ, ସାର୍ଥକ ରଥ, ସୋନାଲି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହାୟତା କରିଥିଲେ। ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା.

Leave A Comment

All fields marked with an asterisk (*) are required