ଅଲ୍ ଇଣ୍ଡିଆ ଅଙ୍ଗନଓ୍ଵାଡି ଓ୍ଵାର୍କରସ୍ ଫେଡେରେଶନ ଵୈଠକ
ମାନ୍ୟବର ସୁପ୍ରିମ କୋର୍ଟ ଏଵଂ ମହାରାଷ୍ଟ୍ର ହାଇ କୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ଇପିଏଫ୍, ଇଏସଆଇ, ଗ୍ରାଚ୍ଯୁଇଟି ସହ ପ୍ରାଥମିକ ଶିକ୍ଷକଙ୍କ ସହ ସମାନ ବେତନ ଓ ଜାତୀୟ ଶିକ୍ଷାନୀତି ପ୍ରତ୍ୟାହାର ପାଇଁ ଦେଶବ୍ୟାପୀ ଅଙ୍ଗନଓ୍ଵାଡି ଆନ୍ଦୋଳନ ଆହୁତ।
ଭୁବନେଶ୍ଵର: ତା୨୩/୨: ଅଲ୍ ଇଣ୍ଡିଆ ଅଙ୍ଗନଓ୍ଵାଡି ଓ୍ଵାର୍କରସ୍ ଫେଡେରେଶନ ଵୈଠକ ଫେଡେରେଶନର କାର୍ଯ୍ୟକାରୀ ସଭାପତି ସୁନିତା ମୁରଗାଓଁକର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଦେଶର ସମସ୍ତ ଅଙ୍ଗନଓ୍ଵାଡି କାର୍ଯ୍ଯକର୍ତ୍ତ୍ରୀଙ୍କୁ କର୍ମଚାରୀ ଭବିଷ୍ୟନିଧି ( ଇ.ପି.ଏଫ୍.) କର୍ମଚାରୀ ରାଜ୍ଯ ଵୀମା (ଇ.ଏସ୍.ଆଇ.) ଏଵଂ ଗ୍ରଚ୍ଯୁଇଟି ସୁବିଧା ଦେବାକୁ ଦେଇଥିବା ନିର୍ଦ୍ଦେଶ ଏଵଂ ମାନ୍ଯଵର ଗୁଜରାଟ ହାଇ କୋର୍ଟ ଅଙ୍ଗନଓ୍ଵାଡି କାର୍ଯ୍ଯକର୍ତ୍ତ୍ରୀ ପ୍ରାଥମିକ ଶିକ୍ଷକଙ୍କ ଠାରୁ ଅଧିକ ଗୁରୁତ୍ବପୁର୍ଣ ଦାୟିତ୍ଵ ତୁଲାଉ ଥିବାରୁ ଅଙ୍ଗନଓ୍ଵାଡି କାର୍ଯ୍ଯକର୍ତ୍ତ୍ରୀଙ୍କୁ ପ୍ରାଥମିକ ଶିକ୍ଷକଙ୍କ ଭଳି ସ୍ଥାୟୀ ନିଯୁକ୍ତି, ସମାନ ବେତନ ଓ ସୁଵିଧା ଦେବାକୁ ନିର୍ଦ୍ଦେଶ ଦେଇଥିଵା ବେଳେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ନ୍ୟାୟପାଳିକା ଙ୍କ ଆଦେଶ ଅବମାନନା କରି ଜାତୀୟ ଶିକ୍ଷାନୀତି – ୨୦୨୦ ଵୋଝ ଅଙ୍ଗନଓ୍ଵାଡି ଉପରେ ଲଦି ଦେଇ ଦେଶର ଏହି ସର୍ଵ ପୁରାତନ ସ୍କିମକୁ ବିକଳାଙ୍ଗ ଓ ଧ୍ଵଂସ କରିବାକୁ ଵସିଥିଵାରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି। ଦେଶର ଗର୍ଭବତୀ ଓ ପ୍ରସୂତି ମହିଳା ଏଵଂ ଶିଶୁ ପୁଷ୍ଟିହୀନତା ଦୂରୀକରଣ ସହ ପ୍ରାକ ଵିଦ୍ଯାଳୟ ଶିଶୁଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଅକ୍ଷର ଓ ସଂଖ୍ୟା ପାଇଁ ବିଭିନ୍ନ ଖେଳଣା, ଅଧ୍ୟୟନ ପାଇଁ ଆକୃଷ୍ଟ ହେବା ପାଇଁ ବିଭିନ୍ନ ନାଚ, ଗୀତ ମାଧ୍ଯମରେ ଛାପଯୁକ୍ତ ଭାଵେ ଆକୃଷ୍ଟ କରିଵା ଉଦ୍ଦେଶ୍ଯରେ ପ୍ରତିଷ୍ଠିତ ଦେଶର ପ୍ରଥମ କେନ୍ଦ୍ରୀୟ ସ୍କିମକୁ ଅତି ଚତୁରତାର ସହ ଏଡାଇଯାଇ ଶିଶୁ ମନସ୍ତତ୍ତ୍ଵ ଉପରେ ଚାପ ବୃଦ୍ଧି କାରକ ଜାତୀୟ ଶିକ୍ଷାନୀତି -୨୦୨୦ର ବୋଝ ଲଦି ଦେଶର ଭବିଷ୍ୟତକୁ ଚାପ ଗ୍ରସ୍ତ ଓ ବିକଳାଙ୍ଗ କରିବାର ଷଡ଼ଯନ୍ତ୍ର କରାଯାଇ ଥିବାରୁ ଦେଶବ୍ୟାପୀ ଅଙ୍ଗନଓ୍ଵାଡି ଆନ୍ଦୋଳନ ଆହ୍ଵାନ ଦିଆଯାଇଛି। ଆଇସିଡିଏସ୍ ଏଵଂ ଅଙ୍ଗନଓ୍ଵାଡି କୁ ସ୍ଥାୟୀ ସରକାରୀ ବିଭାଗ ଓ ଵ୍ଯଵସ୍ଥାରେ ପରିଣତ କରିବା ସହ ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ତମ ସୁପାରିଶ କାର୍ଯ୍ୟକାରୀ କରି ସ୍କିମ ଓ୍ଵାର୍କର ଭାଵେ ଅଙ୍ଗନଓ୍ଵାଡି କାର୍ଯ୍ଯକର୍ତ୍ତ୍ରୀଙ୍କୁ ଓ୍ଵାର୍କର ମାନ୍ୟତା ପ୍ରଦାନ, ନ୍ଯାୟପାଳିକାର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା, ଆକାଶ ଛୁଆଁ ଦର ଵୃଦ୍ଧି ହେତୁ ଏସ୍ଏନପି ସାମଗ୍ରୀର ବଜାର ମୂଲ୍ୟ ପ୍ରଦାନ, ଦେଶର ସହରାଞ୍ଚଳରେ ସଂଚାର କ୍ରାନ୍ତି ଆସିଥିବା ବେଳେ ୬୦ଭାଗ ଗ୍ରାମାଞ୍ଚଳରେ ନେଟଓ୍ଵାର୍କ ନରହିଵା ଓ ନିମ୍ନ ମାନର ମୋଵାଇଲ ଫଳରେ ପୋଷଣ ଟ୍ରାକର ଭଳି ଅନଲାଇନ କାର୍ଯ୍ଯ ସମ୍ଭଵ ହେଉ ନଥିବାରୁ ଅଫଲାଇନ ସୁବିଧା ଦିଆଯାଉ ଓ ବାକି ଅନଲାଇନ କାର୍ଯ୍ଯ ଆଇସିଡିଏସ କାର୍ଯ୍ୟାଳୟରୁ ପରିଚାଳନା କରିବା, ଅଙ୍ଗନଓ୍ଵାଡି ୬ସୂତ୍ରୀ କାର୍ଯ୍ଯ ଵ୍ଯତିତ ଅନ୍ୟାନ୍ୟ କାର୍ଯ୍ୟଭାର ଵନ୍ଦ କର, ଶ୍ରମିକ ସଂଘ ଗଠନର ଅଧିକାର ଖର୍ବ କରିବା ସହ ଟ୍ରେଡ୍ ୟୁନିୟନ ଅଧିକାର ଉପରେ ଆକ୍ରମଣ ପାଇଁ ପ୍ରତିଶତ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ଦେଶର ରାଜଧାନୀ ଦିଲ୍ଲୀରେ ୧୫ମାର୍ଚ୍ଚରେ ଆହୁତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ମିଳିତ କନଭେନଶନର ସଫଳତା ତଥା ଏହି ଦାବିରେ ମେ ମାସରେ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟର ସଫଳତା ପାଇଁ ଵ୍ଲକ, ଜିଲ୍ଲା ଓ ରାଜ୍ଯ ସ୍ତରରେ ବ୍ୟାପକ ପ୍ରସ୍ତୁତି ପାଇଁ ତୃପ୍ତ ଆହ୍ଵାନ ଦିଆଯାଇଛି। ଏହି ବୈଠକରେ ଏଆଇଟିୟୁସି ଜାତୀୟ ସମ୍ପାଦକ ଶ୍ୟାମ କାଲେ, ଫେଡେରେଶନ ଜାତୀୟ ସାଧାରଣ ସମ୍ପାଦକ ମାଧୁରୀ କ୍ଷୀରସାଗର, ଜାତୀୟ ସମ୍ପାଦକ ଜୟାମ୍ମା, ବିଜୟା ଜାନ୍ନା, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ସାଧାରଣ ସମ୍ପାଦକ ହରପ୍ରିୟା ସ୍ଵାଇଁ, ଉପସଭାପତି ନିର୍ଝରଵାଳା ସାହୁ, ଉପ ସାଧାରଣ ସମ୍ପାଦକ ପ୍ରତିଭା ପାଲ, ମମତାଜ ଖୁଣ୍ଟିଆ, ବିଷ୍ଣୁପ୍ରିୟା ଜେନା, ସୈ।ଦାମିନୀ ଦାଶ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।