ଅଙ୍ଗନଓ୍ଵାଡି କର୍ମୀ ଫେଡେରେଶନର ରାଜ୍ୟସ୍ତରୀୟ ପ୍ରତିବାଦ
ଜାତୀୟ ଶିକ୍ଷାନୀତି -୨୦୨୦ ପ୍ରତ୍ୟାହାର କର, ଆଇସିଡିଏସକୁ ସ୍ଵତନ୍ତ୍ର ସ୍ଥାୟୀ ବିଭାଗରେ ପରିଣତ କର, ମାନ୍ଯଵର ସୁପ୍ରିମ କୋର୍ଟ ଏଵଂ ଗୁଜରାଟ ହାଇକୋର୍ଟ ଙ୍କ ଅଙ୍ଗନଓ୍ଵାଡି କର।ମଶାରୀ ସମ୍ପର୍କୀୟ ନିର୍ଦ୍ଦେଶ କାର୍ଯ୍ୟକାରୀ କର ଦାବିରେ ରାଜ୍ୟସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ।
ଭୁବନେଶ୍ଵର: ତା୨୩/୨: ଦେଶର ଗର୍ଭବତୀ ଓ ପ୍ରସୂତି ମହିଳା ଏଵଂ ଶିଶୁ ମୃତ୍ୟୁହାର ଦୂରୀକରଣ ପାଇଁ ୧୯୭୬ମସିହାରୁ ଗଠିତ ଆଇସିଡିଏସ୍ ଯୋଜନାକୁ ଧ୍ଵଂସ କରିବା ପାଇଁ ଶିଶୁ ପୁଷ୍ଟିହୀନତା ଦୂରିକରଣ ବିରୋଧୀ, ଶିଶୁ ମନସ୍ତତ୍ତ୍ଵ ବିରୋଧୀ ଅଵୈଜ୍ଞାନିକ ଵ୍ଯଵସ୍ଥାର ପ୍ରତୀକ “ଜାତୀୟ ଶିକ୍ଷାନୀତି -୨୦୨୦” କୁ ଲଦିଦେଇ ଉଭୟ ମା’- ଶିଶୁ ଏଵଂ ଶିକ୍ଷା ଵ୍ଯଵସ୍ଥାକୁ ଧ୍ଵଂସ କରି କେନ୍ଦ୍ର ଓ ରାଜ୍ଯ ସରକାର ଶିକ୍ଷାର କେନ୍ଦ୍ରୀୟ କରଣ, ଘରୋଇକରଣ,
ଵ୍ଯଵସାୟକଣ, ସାମ୍ପ୍ରଦାୟକରଣ କରିଵାର ହୀନ ପ୍ରୟାସ ବିରୋଧରେ ଏଆଇଟିୟୁସି ସଂଯୁକ୍ତ ଅଖିଳ ଭାରତ ଅଙ୍ଗନଓ୍ଵାଡି କର୍ମୀ ଫେଡେରେଶନର ରାଜ୍ୟସ୍ତରୀୟ ପ୍ରତିବାଦ ଦିବସ ଆଜି ଭୁବନେଶ୍ଵର ଲୋୟର ପିଏମଜି ଧାରଣା ସ୍ଥଳରେ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଅଲ୍ ଇଣ୍ଡିଆ ଅଙ୍ଗନଓ୍ଵାଡି ଓ୍ଵାର୍କର୍ସ ଫେଡେରେଶନ ର ଫେବୃଆରୀ ୨୨ ଓ ୨୩ଦୁଇ ଦିନ ଧରି ଜାତୀୟ ପରିଷଦ ବୈଠକ ଭୁବନେଶ୍ଵରରେ ଅନୁଷ୍ଠିତ ହେଵା ଅଵସରରେ ଆଜି ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ପକ୍ଷରୁ ଦେଶର କୋଟି କୋଟି ଗର୍ଭବତୀ ଓ ପ୍ରସୂତି ମହିଳା ଏଵଂ ଶିଶୁଙ୍କ ପୁଷ୍ଟିହୀନତା ଦୂରୀକରଣ ପାଇଁ ଦେଶର ସର୍ଵ ପୁରାତନ ସ୍କିମ ଆଇସିଡିଏସକୁ ଧ୍ଵଂସ କରିଵା ପାଇଁ ଲଦାଯାଇଥିଵା ଜାତୀୟ ଶିକ୍ଷାନୀତି -୨୦୨୦ ର ବୋଝ ଆଇସିଡିଏସ୍ ଉପରୁ ହଟାଇବା, ମାନ୍ୟବର ଗୁଜରାଟ ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ ଅଙ୍ଗନଓ୍ଵାଡି ଓ୍ଵାର୍କରଙ୍କୁ ଶିକ୍ଷକ ମାନ୍ୟତା ସହ ଶିକ୍ଷକମାନଙ୍କ ସହ ସମାନ ବେତନ ଓ ଅନ୍ୟାନ୍ୟ ସୁବିଧା ଦେବା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ଅଙ୍ଗନଓ୍ଵାଡି କାର୍ଯ୍ଯକର୍ତ୍ତ୍ରୀଙ୍କୁ କର୍ମଚାରୀ ଭଵିଷ୍ଯନିଧି ପାଣ୍ଠି ସୁଵିଧା, କର୍ମଚାରୀ ରାଜ୍ଯ ବିମା ସୁବିଧା ଓ ଗ୍ରାଚ୍ଯୁଇଟି ପ୍ରଦାନ କରିବା ଦାବିରେ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଆଇଟିୟୁସି ରାଜ୍ଯ ସଭାପତି ତଥା ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ରାଜ୍ଯ ସଭାପତି କମ୍ରେଡ୍ ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏଆଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ବିଜୟ ଜେନା, ଜାତୀୟ ସମ୍ପାଦକ ଶ୍ୟାମ କାଲେ, ଅଲ୍ ଇଣ୍ଡିଆ ଅଙ୍ଗନଓ୍ଵାଡି ଓ୍ଵାର୍କର୍ସ ଫେଡେରେଶନର ସର୍ବଭାରତୀୟ ସାଧାରଣ ସମ୍ପାଦକ ମାଧୁରୀ କ୍ଷୀରସାଗର, ଆଇଏନଟିୟୁସିର ସର୍ବଭାରତୀୟ ଉପସଭାପତି ଡଃ ରାମ ଚନ୍ଦ୍ର ଖୁଣ୍ଟିଆ, ପୁର୍ବତନ ଶ୍ରମ ଓ ମହିଳା ଶିଶୁ କଲ୍ଯାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିଆଇଟିୟୁ ରାଜ୍ଯ ସମ୍ପାଦକ ପ୍ରଦୀପ୍ତ ନାୟକ, ଫେଡେରେଶନର କାର୍ଯ୍ୟକାରୀ ସଭାପତି ସୁନିତା ମୁରଗାଓଁକର, ଜାତୀୟ ସମ୍ପାଦକ ପି ଜୟାମ୍ମା, ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ରାଜ୍ଯ ସାଧାରଣ ସମ୍ପାଦକ ହରପ୍ରିୟା ସ୍ଵାଇଁ ପ୍ରାରମ୍ଭିକ ସୁଚନା ଦେଇଥିଲେ। ଏହା ପୁର୍ବରୁ ସୁଜାତା ନାୟକ ଏଵଂ ମନୋରମା ସାମନ୍ତରାୟ ବିପ୍ଳବୀ ସଂଗୀତ ଏଵଂ ଅଙ୍ଗନଓ୍ଵାଡି କର୍ମଚାରୀଙ୍କ ଜୀଵନ ସଂଗ୍ରାମ ଉପରେ ସରକାରଙ୍କ ଆକ୍ରମଣ ର ଲୋମହର୍ଷଣକାରୀ ସଂଗୀତ ପରିବେଷଣ କରିଥିଲେ।