ଅଙ୍ଗନୱାଡି ସମ୍ପର୍କିତ ଜାତୀୟ ଅଭିଯାନର ଶୁଭାରମ୍ଭ
ଅଙ୍ଗନୱାଡି ସମ୍ପର୍କିତ ଜାତୀୟ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ସ୍ଵେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ, ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା ପକ୍ଷରୁ ଅଙ୍ଗନୱାଡି ସମ୍ପର୍କିତ ଜାତୀୟ ଅଭିଯାନ ” ଅଙ୍ଗନୱାଡି ଗ୍ରାମୀଣ ଭାରତର ଜୀବନରେଖା ” ର ଶୁଭାରମ୍ଭ ହୋଇଛି | ସ୍ଥାନୀୟ ରେଡ଼କ୍ରସ ଭବନରେ ଆୟୋଜିତ ଏହି ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମମତା ଯୋଜନାର ପରାମର୍ଶ ଦାତା ଶ୍ରୀମତୀ ସଂଯୁକ୍ତା ମହାନ୍ତିଙ୍କ ସମେତ ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ସଦସ୍ୟ ସଚିବ ଶ୍ରୀମତୀ କୁମାର ସୁଲତାନ ବେଗମ, ପୂର୍ବତନ ପ୍ରଶାସକ ଶ୍ରୀ ଅରବିନ୍ଦ ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀ ଅକ୍ଷୟ କୁମାର ସାହୁ, ଆତ୍ମଶକ୍ତି ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଶ୍ରୀମତୀ ରୁଚି କାଶ୍ୟପ, ଓଡିଶା ଶ୍ରମଜୀବୀ ମଞ୍ଚ ର ରାଜ୍ୟ ଆବାହକ ଅଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଲୋକମାନଙ୍କ ସମସ୍ୟା ସରକାରଙ୍କ ପାଖରେ କେମିତି ପହଞ୍ଚିବ, ସେଥିପାଇଁ ତୃଣମୂଳ ସ୍ତରରେ ଏକ ମତାମତ ଆଦାନ ପ୍ରଦାନ ମଞ୍ଚ ତିଆରି କରି ସରକାରଙ୍କ ଲୋକାଭିମୁଖୀ ନୀତି ଏବଂ କାର୍ଯ୍ୟକ୍ରମର ସଫଳ “ପ୍ରତିଫଳନ ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ |
ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ 17ଟି ଜିଲ୍ଲାରୁ ଅଙ୍ଗନୱାଡିକର୍ମୀ, ସହାୟିକା, ମାତୃ ଏବଂ ଯାଞ୍ଚ କମିଟି ସଦସ୍ୟ / ସଦସ୍ୟା, ଲୋକ ପ୍ରତିନିଧି ଏବଂ ଏନଜିଓ ପ୍ରତିନିଧି ଯୋଗ ଦେଇଥିଲେ |