ଅଧିକାର ଓ ସାମ୍ବିଧାନିକ ମୂଲ୍ୟବୋଧ ଉପରେ କର୍ମଶାଳା
ଅଧିକାର ଓ ସାମ୍ବିଧାନିକ ମୂଲ୍ୟବୋଧ ଉପରେ କର୍ମଶାଳା
ଭୁବନେଶ୍ୱର, ତା ୨୩/୦୭/୨୩: ଆଜି ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ଲୋହିଆ ଏକାଡେମୀ ପରିସରରେ ବିଭିନ୍ନ ବସ୍ତି ବାସିନ୍ଦା ଏବଂ ସିଭିଲ ସୋସାଇଟିର ସଦସ୍ୟ ମାନଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ।ଏହି କର୍ମଶାଳାରେ ବସ୍ତି ବାସିନ୍ଦା ମାନେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟା ଯଥା, ଜାତିବାଦ, ବସ୍ତି ଉଚ୍ଛେଦ, ଶିକ୍ଷା ଅଧିକାର, ବାଲ୍ୟ ବିବାହ ଇତ୍ୟାଦି ବିଭିନ୍ନ ଅସୁବିଧା ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା ।ସେଥିମଧ୍ୟରୁ ମହାବୀର ବସ୍ତି, ଏବଂ କେଦାରପଲ୍ଲୀ ବସ୍ତିର ମହିଳା ନେତ୍ରୀ ଲକ୍ଷ୍ମୀ ନାୟକ ଏବଂ ଜ୍ୟୋତି ନାୟକଙ୍କ କହିବା ଅନୁଯାୟୀ ବିଗତ ଦିନରୁ ଚାଲିଆସୁଥିବା ଜାତିପ୍ରଥା ଭଳି ଲଜ୍ୟାଜନକ ବ୍ୟବସ୍ଥା,ବାଳିକା ବିବାହ, ଶିକ୍ଷାର ଅଧିକାରରୁ ବଞ୍ଚିତ ଏବଂ ବସ୍ତି ଉଛେଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏହି କାର୍ଯ୍ୟଶାଳାରେ ଉପସ୍ଥିତ ଥିବା ଲୋକଶକ୍ତି ଅଭିଯାନର ରାଜ୍ୟ ଆବାହକ ପ୍ରଫୁଲ ସାମନ୍ତରା, ସାମାଜିକ କର୍ମୀ ଗଦାଧର ପ୍ରଧାନ, ଘାସିରାମ ପଣ୍ଡା, ସଂଯୁକ୍ତା ପାଣିଗ୍ରାହୀ, ସଚିକାନ୍ତ ପ୍ରଧାନ, ମାନବାଧିକାର କର୍ମୀ ନରେନ୍ଦ୍ର ମହାନ୍ତି ପ୍ରମୁଖ ଏହି ସମସ୍ତ ସମସ୍ୟା ଉପରେ ଆଲୋଚନା କରିବା ସହ ମହିଳା ଆଇନଜୀବୀ ସୁଜାତା ଦାସ ନ୍ୟାୟିକ ବ୍ୟବସ୍ଥାରେ ରହିଥିବା ଅଧିକାର ବିଷୟରେ ସମ୍ୟକ ବିବରଣୀ ରଖିଥିଲେ।
ସମାଜସେବୀ ମଧୁସ୍ମିତା ବେହେରା କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ କର୍ମଶାଳାକୁ ସଂଯୋ କରିଥିଲେ । ମହାବୀର ବସ୍ତି, ଧିରୁକୁଟି ବସ୍ତି, ଚୁନୁକୋଳି ବସ୍ତିର ବାସିନ୍ଦାମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ବସ୍ତି ସ୍ତରରେ ଥିବା ‘ସମସ୍ୱର’ ସାଂସ୍କୃତିକ ଦଳ ଦ୍ୱାରା ସମାନତା,ସ୍ୱତନ୍ତ୍ରତା, ନ୍ୟାୟ ଏବଂ ବନ୍ଧୁତ୍ୱକୁ ନେଇ ସାଂସ୍କୃତିକ ଆୟୋଜିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ କିପରି ସାମ୍ବିଧାନିକ ମୂଲ୍ୟବୋଧ ପ୍ରତିଷ୍ଠା ହୋଇପାରିବ, ତାହା ପିଲାମାନଙ୍କ ଦ୍ୱାରା ନାଟ୍ୟ ରୂପାୟନ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା