ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଅଭିଭାବକ ମହାସଂଘ ଖୁବଶୀଘ୍ର ଉଚ୍ଚ ସ୍ତରୀୟ ଆଲୋଚନା ନେଇ ପ୍ରତିଶୃତି
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଅଭିଭାବକ ମହାସଂଘ
ଖୁବଶୀଘ୍ର ଉଚ୍ଚ ସ୍ତରୀୟ ଆଲୋଚନା ନେଇ ପ୍ରତିଶୃତି
ଭୁବନେଶ୍ୱର ତା 26ରିଖ l ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସୁଧାର ତଥା ସମସ୍ତ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ପାଇଁ ସଦା ସର୍ବଦା ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟ କରି ଆସୁଛି l ପୂର୍ବରୁ ସାତ ଦଫା ଦାବୀ ସହିତ ଅନେକ ସମସ୍ୟା ପାଇଁ ବିଭିନ୍ନ ସମୟରେ ସରକାର ତଥା ବିଭାଗୀୟ ମନ୍ତ୍ରୀ ଓ ସଚିବ ସ୍ତରୀୟ ଆଲୋଚନା ହୋଇସାରିଛି l କିଛି ସମାଧାନ ହୋଇଛି ଆଉ ଅନେକ କିଛି ସମସ୍ୟା ରହିଛି l ନିହାତି ଆବଶ୍ୟକ ଥିବା ବନ୍ଦ ହୋଇଥିବା ସ୍କୁଲ ଖୋଲିବା, ପ୍ରାଇଭେଟ ସ୍କୁଲର ଫିସ ନିର୍ଧାରଣ, ଆର ଟି ଇ ରେ ମାଗଣାରେ ପ୍ରାଇଭେଟ ସ୍କୁଲ ରେ ପଢ଼ୁଥିବା ପିଲାଙ୍କ ଶିକ୍ଷାଦାନ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି, ପ୍ରାଇଭେଟ ସ୍କୁଲର ଆୟବ୍ୟୟ ହିସାବର ଅଡିଟ ଆଦି ଅନେକ ସମସ୍ୟା ନେଇ ଆଜି ଓଡିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଥିଲା l ଗତ କାଲି ସରକାର ବଜେଟରେ କିଛି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି ତାକୁ ସଠିକ କାର୍ଯ୍ୟକାରୀ ସହ ଅନ୍ୟାନ୍ୟ ସମସ୍ୟା ସଂକ୍ରାନ୍ତରେ ଆଲୋଚନା ହୋଇଛି l ଖୁବଶୀଘ୍ର ମନ୍ତ୍ରୀ, ସଚିବ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ସବୁ ସମସ୍ୟା ଶୁଣି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ l ଆଜି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ତାଙ୍କ ରଚିତ ପୁସ୍ତକ ଅଭିଭାବକର ଅନ୍ତଃଶ୍ୱର, ଭାଗବତ ଗୀତା ପ୍ରଦାନ କରିଥିଲେ l କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ସତ୍ୟଜିତ ଦାସ,ସୂର୍ଯ୍ୟ ନାରାୟଣ ଜେନା, ଅଶୋକ ପଟ୍ଟନାୟକ, ବ୍ରଜ କିଶୋର ଠକର,ସତ୍ୟଜିତ ପଣ୍ଡା,ପଦ୍ମନାଭ ସାହୁ, କଳ୍ପନା ସାହୁ,ମିଲି ସାହୁ, ବିମଲ ପ୍ରଧାନ ଆଦି ମୁଖମନ୍ତ୍ରୀ ସହିତ ଆଲୋଚନା କରିଥିଲେ l