ଭୁବନେଶ୍ଵର ଠାରେ ରାତି ସାରା ଆପ୍ କର୍ମୀଙ୍କ ବିକ୍ଷୋଭ
ଇଡି ଦ୍ଵାରା ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ, ରାଜଧାନୀ ଭୁବନେଶ୍ଵର ଠାରେ ରାତି ସାରା ଆପ୍ କର୍ମୀଙ୍କ ବିକ୍ଷୋଭ
ଭୁବନେଶ୍ୱର:ଇଡି ଦ୍ଵାରା ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫଦାରି ବିରୋଧରେ , ଓଡ଼ିଶା ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ରାତି ସାରା ପ୍ରତିବାଦ ଜାରିରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କାଲି ତା. ୨୧.୦୩.୨୪ ରାତି ୯.୦୦ ଘଟିକା ସମୟ ରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ରେ ଗତ ଦୁଇ ବର୍ଷ ଧରି ଇଡି ଦ୍ଵାରା ଯାଞ୍ଚ ଚାଲିଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ। ମାତ୍ର ନିର୍ବାଚନ ପୂର୍ବରୁ ଇଲୋକ୍ଟ୍ରାଲ ବଣ୍ଡ ଦୁର୍ନୀତି ପଦା କୁ ଆସିବା ପରେ ମୋଦି ସରକାର ଇଲୋକ୍ଟ୍ରାଲ୍ ବଣ୍ଡ ଦୁର୍ନୀତି ରୁ ଧ୍ୟାନ ହଟାଇବା ପାଇଁ ଆକ୍ରୋଶ ମୂଳକ ଭାବରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରିଛି। ଶାସନ କ୍ଷମତା ରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଭାରତ ଗଣତନ୍ତ୍ର ଇତିହାସ ରେ ଏକ ଦୁର୍ଭାଗ୍ୟଜନକ ଘଟଣା।ଏହି ଗିରଫଦାରୀକୁ ଭାରତ ବର୍ଷ ର ସମସ୍ତ ବିରୋଧୀ ଦଳ ନିନ୍ଦା କରିଛନ୍ତି।ଏହି ଗିରଫ ପ୍ରତିବାଦରେ ଦେଶ ସାରା ଆମ୍ ଆଦ୍ମୀ ପାର୍ଟି ର କର୍ମୀ ମାନେ ଆନ୍ଦୋଳନ କୁ ଆସି ଯାଇଛନ୍ତି। ଗଣତନ୍ତ୍ର କୁ ବଞ୍ଚାଇବା ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆପ୍ ଓଡ଼ିଶା ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର କହିଛନ୍ତି।