ମହିଳାଙ୍କ ଉପରେ ବର୍ବର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ଶୋଭାଯାତ୍ରା
ଭୁବନେଶ୍ୱର:୨୫.୦୭ ଆମ୍ ଆଦ୍ମୀ ପାର୍ଟି ଆଜି ସାରା ଦେଶରେ ମଣିପୁର ହିଂସା ଏବଂ ମହିଳାଙ୍କ ଉପରେ ବର୍ବର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ ଶୋଭାଯାତ୍ରା କରୁଛି କ୍ଷ ଦୀର୍ଘ ତିନି ମାସ ଧରି ବିଜେପିର ମଣିପୁର ସରକାର ଦଙ୍ଗା ରୋକିବାରେ ଏବଂ
ସାଧାରଣ ଜନତାକୁ ସୁରକ୍ଷା ଦେବାରେ ବିଫଳ ରହିଛି କ୍ଷ ସମ୍ପୂର୍ଣ ମଣିପୁରରେ ଅରାଜକତା ଏବଂ ହିଂସାରେ ପ୍ରାୟ
ଦେଢ଼ଶହରୁ ଅଧିକ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ପଚାଶ ହଜାରରୁ ଅଧିକ ଲୋକ ଅସ୍ଥାୟୀ ଶିବିରରେ ଆଶ୍ରୟ
ନେବାକୁ ବାଧ୍ୟ ହୋଇଛନ୍ତି କ୍ଷ ଯେଉଁପରି ଭାବରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ହଜାର ହଜାର ଲୋକଙ୍କ
ସାମ୍ନାରେ ଦୁଷ୍କର୍ମ କରାଗଲା ତାହା ସାରା ଦେଶବାସୀଙ୍କୁ ଲଜ୍ଜିତ କରିବା ସହିତ ମଣିପୁରର ଡବଲ ଇଂଜିନ ବିଜେପି
ସରକାର ଉପରୁ ଲୋକଙ୍କ ଆସ୍ଥା ସମାପ୍ତ କରିଛି କ୍ଷ
ମାତ୍ର ଅତି ଦୁଃଖର ବିଷୟ ଏହିକିଯେ ମହିଳା ସୁରକ୍ଷା ଏବଂ ଏକ ସଶକ୍ତ ଶାସନର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଏହି ଘଟଣାକୁ ସମାଧାନ କରିବା ପରିବର୍ତ୍ତେ ଏହା କିପରି ଲୋକାଦୃଷ୍ଟିକୁ ନଆସିବ ସେଥିପାଇଁ ପ୍ରୟାସ
କରୁଛନ୍ତି କ୍ଷ ଉଭୟ ମଣିପୁର ଏବଂ କେନ୍ଦ୍ରରେ ବିଜେପି ସରକାର ଥିବାସତ୍ୱେ ଏହି ଦଙ୍ଗା ବ୍ୟାପିବାରୁ ଏହା ପଛରେ
ବିଜେପିର ପ୍ରଚ୍ଛନ୍ନ ହାତ ରହିଥିବାର ସ୍ପଷ୍ଟ ହୋଇଛି କ୍ଷ ସୋସିଆଲ ମେଡ଼ିଆରୁ ମଣିପୁର ହିଂସା ସମ୍ପର୍କିତ ଭିଡ଼ିଓ
ହଟାଇବା ପରେ ପାର୍ଲିଆମେଣ୍ଟରେ ମଧ୍ୟ ଏ ସମ୍ପର୍କିତ ଆଲୋଚନା ନ କରିବା ପାଇଁ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟସଭା
ନେତା ସଞ୍ଜୟ ସିଂଙ୍କୁ ପୁରା ସେସନ ପାଇଁ ବହିସ୍କୃତ କରିବା ମୋଦି ସରକାରର ଜନବିରୋଧୀ ଚେହେରାକୁ ସ୍ପଷ୍ଟ କରିଛି
ତେଣୁକରି ଆଜି ଆମ ଆଦମୀ ପାର୍ଟି ଓଡିଶା ତରଫରୁ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶା ସଭାପତି ଶ୍ରୀ ନିଶିକାନ୍ତ
ମହାପାତ୍ରଙ୍କ ନେତୃତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କର ଇସ୍ତଫା ଦାବି କରାଯିବା ସହିତ ମଣିପୁର ହିଂସାକୁ ତୁରନ୍ତ ବନ୍ଦ କରିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ
କରିବା ପାଇଁ ଦାବି ରଖାଯାଇଥିଲା । ଉକ୍ତ ସଭାପରେ ଉପସ୍ଥିତ ଥିବା ଶହ ଶହ କାର୍ୟ୍ୟକର୍ତ୍ତା ଏକ ଶୋଭାଯାତ୍ରାରେ
ବାହାରି ମାଷ୍ଟର କାଣ୍ଟିନ ଛକଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ ।
ଏହି ପ୍ରତିବାଦ ସଭାରେ ସୌମ୍ୟ ରଞ୍ଜନ ସ୍ଵାଇଁ, ଜନ୍ମେଜୟ ସ୍ଵାଇଁ, ଭବାନୀ ସାହୁ,ସଂଜୀବ ମହାନ୍ତି , ଦୁର୍ଗା
ପରିଡା , ଆଶିଷ ପାଣ୍ଡେ, ଦେବାଶିଷ ପାଣିଗ୍ରାହୀ , ସଂଦୀପ୍ତ ଦାସ , ମନୋଜ ମହାନ୍ତି , ମାନସ ପଣ୍ଡା , ଅନୁପମା
ସେଠି ,ସୁଧୀର ପ୍ରଧାନ, ଅମିୟ ଶର୍ମା ,ସୋମନାଥ ରାଉତ ,ଶ୍ରୀଧର ସାହୁ ,ସୁନିଲ ଷଡଙ୍ଗୀ , ଜୟସୂର୍ୟ୍ୟ କାନୁନଗୋ ,
ଲିପୁନ ପରିଡା ପ୍ରଭୁତି ଉପସ୍ଥିତ ଥିଲେ ।