Search for:
  • Home/
  • ରାଜ୍ୟ/
  • ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

Spread the love

Loading

ବେଦର ପ୍ରତ୍ୟେକ ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ
ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ
ଭୁବନେଶ୍ୱର, ୧୯.୮ : ପ୍ରାଚୀନ ବୈଦିକ ଯୁଗରୁ ମୁନିଋଷିମାନେ ଚାତୁର୍ମାସ୍ୟା ବ୍ରତ ପାଳନ କରି ଶ୍ରାବଣ ପୂର୍ଣ୍ଣିମା ଠାରୁ ବିଭିନ୍ନ ଗ୍ରାମ ଓ ଜନପଦ ଭ୍ରମଣ କରି ବେଦ ଓ ବୈଦିକ ବିଚାରକୁ ଜନମାନସରେ ବିତରଣ କରୁଥିଲେ । ଏହି ଦିବସକୁ ସ୍ମରଣ କରି ‘ଶ୍ରାବଣୀ ଉପାକର୍ମ’ ପର୍ବ ଏକ ବୈଦିକ ପର୍ବ ଭବେ ପାଳିତ ହୋଇଆସୁଛି ।
ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆଜି ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ଓଡିଶା ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତବର୍ଷ ଶ୍ରାବଣୀ ଉପାକର୍ମ ଓ ରକ୍ଷାବନ୍ଧନ ଉତ୍ସବ ଶ୍ରୀ ଅରବିନ୍ଦ ନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ସଭା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆର୍ଯ୍ୟ ସଂସ୍କୃତି ଓ ପରମ୍ପରାକୁ ଏହିଦିନ ଆମକୁ ମନେ ପକାଇ ଦେଇଥାଏ । ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ, ଦେବଋଣ, ଋଷିଋଣ, ପିତୃଋଣ ପରିଶୋଧର ସଂକଳ୍ପକୁ ପୁନଃ ଜାଗୁରିକ କରିବା ପାଇଁ ଆଜିର ଦିନରେ ଯଜ୍ଞ ଉପବିତକୁ ପରିର୍ବନ କରି ନୂତନ ଯଜ୍ଞ ଉପବିତ ଧାରଣ କରାଯାଇଥାଏ ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ହରେକୃଷ୍ଣ ଶତପଥି କହିଲେ ଯେ ଆଜିର ଦିବସ ଏକ ମହନୀୟ ଦିବସ, ସ୍ୱଭାବ କବି ଗଙ୍ଗାଧରଙ୍କ ଜନ୍ମ ଦିବସ, ସଂସ୍କୃତ ଦିବସ ଭାବେ ସର୍ବଭାରତୀୟସ୍ତରରେ ପାଳିତ ହେଉଛି । ଆମ ସଂସ୍କୃତି ଓ ପରମ୍ପରା ପ୍ରତି ଯୁବକମାନଙ୍କୁ ଆକୃଷ୍ଟ କରାଇବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ । ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ଶିକ୍ଷାବିତ୍ ଡଃ ବୁଦ୍ଧଦେବ ମିଶ୍ର, ବିଶିଷ୍ଟ ଶ୍ରମିକ ନେତା କିଶୋର ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆମ ପୂର୍ବ ଐତିହାସିକ ଗାଥା ରାଣୀ କର୍ଣ୍ଣାବତୀ ନିଜର ରକ୍ଷା ପାଇଁ ଦିଲ୍ଲୀ ସମ୍ରାଟ ହୁମାୟୁନଙ୍କ ନିକଟକୁ ପଠାଇଥିବା ରକ୍ଷାସୂତ୍ରକୁ ସ୍ମରଣ କରାଇ ସେହି ଐତିହାସିକ ଯୁଗରୁ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଆସିଛି ବୋଲି କହିଥିଲେ । ଏହି ଅବସରରେ ବୈଦିକ ଶାନ୍ତି ଯଜ୍ଞ ଆଚାର୍ଯ୍ୟ ଧର୍ମରାଜ, ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସମାଜର ଡିଜିଟାଲ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ସସ୍ତ୍ରୀକ ଯଜମାନ ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ନଳିନୀକାନ୍ତ ରାଉତ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମରେନ୍ଦ୍ର ମହାପାତ୍ର, ପାଲାଚାର୍ଯ୍ୟ ନାରାୟଣ ଶୁକ୍ଲା, ବାସ୍ତୁବିତ୍ ଶିଖ୍‌ତା ମହାପାତ୍ର, ଗୋସେବକ କମଲ ଅଗ୍ରୱାଲ, କବୟିତ୍ରୀ ସବିତା ଶୁକ୍ଲା, ପ୍ରମୁଖ ବହୁଛାତ୍ର ଯୁବକ, ମହିଳା ଯୋଗଦେଇ ନୂତନ ଯଜ୍ଞ ଉପବିତ ଧାରଣ କରିବା ସହ ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ଦ୍ୱାରା ରକ୍ଷା ସୂତ୍ର ବନ୍ଧନ କରିଥିଲେ । କାର୍ଯ୍ୟକ୍ରମକୁ ଜନ୍ମେଞ୍ଜୟ ନାୟକ, ଅଭିମନ୍ୟୁ ପାଢୀ, ବରୁଣ ରାଜ ଓ ଭବାନୀକାନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Comment

All fields marked with an asterisk (*) are required