Search for:
  • Home/
  • ରାଜ୍ୟ/
  • ନୂତନ ଫୌଜଦାରୀ ଆଇନ ବ୍ୟକ୍ତି ସ୍ବାଧିନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ଅଧିକ ବିପଦଜନକ: ବିଚାରପତି ଚନ୍ଦ୍ରୁ

ନୂତନ ଫୌଜଦାରୀ ଆଇନ ବ୍ୟକ୍ତି ସ୍ବାଧିନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ଅଧିକ ବିପଦଜନକ: ବିଚାରପତି ଚନ୍ଦ୍ରୁ

Spread the love

Loading

ନୂତନ ଫୌଜଦାରୀ ଆଇନ ବ୍ୟକ୍ତି ସ୍ବାଧିନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ଅଧିକ ବିପଦଜନକ: ବିଚାରପତି ଚନ୍ଦ୍ରୁ

ଭୁବନେଶ୍ୱର ତା ୦୮/୦୯/୨୦୨୪- ନୂତନ ଭାବେ ପ୍ରଣୀତ ଫୌଜଦାରୀ ଆଇନ ବ୍ୟକ୍ତି ସ୍ବାଧିନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ଅଧିକ ବିପଦଜନକ ବୋଲି ମାଡ୍ରାସ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି କେ. ଚନ୍ଦ୍ରୁ, ମତବ୍ୟକ୍ତ କରିଛନ୍ତି ।

ଭାରତର ଛାତ୍ର ଫେଡେରେସନ୍ ( ଏସ.ଏଫ୍.ଆଇ) ପକ୍ଷରୁ ଭୁବନେଶ୍ୱର ପ୍ରେସକ୍ଲବ ସମ୍ମିଳନୀ କକ୍ଷରେ ” ଫୌଜଦାରୀ ଆଇନ ଓ ଭାରତୀୟ ନାଗରିକଙ୍କ ଅଧିକାର ” ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମୂଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ନୂଆ ଆଇନରେ ଅନାବଶ୍ୟକ ଭାବେ ଅଧିକ କଠୋର ଦଣ୍ଡ ଓ ଜଟିଳତା ଭରି ରହିଛି । ପୁରୁଣା ଆଇନରେ ୧୨୪ (କ) ଧାରାରେ ଥିବା ଦେଶଦ୍ରୋହ ଆଇନକୁ ଅସିଦ୍ଧ ଘୋଷଣା କରିଥିଲେ । ନୂତନ ଭାବେ ପ୍ରଣୀତ ଭାରତୀୟ ନ୍ୟାୟ ସଂହିତାରେ
୧୫୨ ଧାରାରେ ସାର୍ବଭୌମତ୍ଵ, ଅଖଣ୍ଡତା ଓ ନିରାପତ୍ତା ସୁରକ୍ଷା ଯୋଡା ଯାଇଛି ଯାହା ପୁରୁଣା ଆଇନରେ ନଥିଲା । ପୋଲିସ ନୂତନ ଆଇନରେ ଏତେ କ୍ଷମତା ଦିଆଯାଇଛି ଯେ କୌଣସି ବ୍ୟକ୍ତିକୁ ଉଗ୍ରପନ୍ଥି ଦଫା ଲଗେଇ ଗିରଫ କରି ପାରିବ । ବିଗତ ୧୦ ବର୍ଷର ସାମ୍ପ୍ରଦାୟିକ ରାଜନୀତିରୁ ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ଏହି ନୂତନ ଧାରା ବ୍ୟକ୍ତି ସ୍ବାଧିନତାକୁ ଅଧିକ ବିପନ୍ନ କରିବା । ଜନସାଧାରଣଙ୍କ ଜୀବନ ଜୀବିକା ପାଇଁ ଗଢି ଉଠୁଥିବା ଆନ୍ଦୋଳନ ଉପରେ ନୂତନ ଫୌଜଦାରୀ ଆଇନ ଅତ୍ୟନ୍ତ ଭୟାନକ ଭାବେ ଲାଗୁ ହେବ ବୋଲି ବିଚାରପତି କେ . ଚନ୍ଦ୍ରୁ କହିଛନ୍ତି ।

ସମ୍ମାନିତ ବକ୍ତା ଭାବେ ଯୋଗଦେଇ ପୁର୍ବତନ ପୋଲିସ ମହାନିର୍ଦ୍ଦେଶକ ଅମିୟ ଭୂଷଣ ତ୍ରିପାଠୀ କହିଲେ ଯେ ନୂତନ ଭାବେ ପ୍ରଣୀତ ଫୌଜଦାରୀ ଆଇନରେ ଭାରତୀୟତା ବୋଲି କିଛି ନାହିଁ । ସମସ୍ତ ସଂସଦୀୟ ପରମ୍ପରା, ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ ସହ ସମାଜର ବିଭିନ୍ନ ବର୍ଗର ଉପସ୍ଥାପିତ ଭିନ୍ନ ମତ ପ୍ରତି ଭ୍ରୁକ୍ଷେପ କରି ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଏହି ଆଇନ ପ୍ରଣୟନ କରାଯାଇଛି । ବିଲ ପାରିତ ହେବା ଆଗରୁ ୧୬୦ ଜଣ ସାଂସଦଙ୍କୁ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଉପାଧ୍ୟକ୍ଷ ବହିଷ୍କାର କରିବା ପୃଥିବୀର ଗଣତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା । ନୂତନ ଆଇନ
ଯେଉଁ ସବୁ ଅସାଧାରଣ ପରିବର୍ତ୍ତନ ହୋଇଛି ତାହା ଗଣତନ୍ତ୍ର ଓ ମାନବିକ ଅଧିକାରର ପରିପନ୍ଥୀ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଆଲୋଚନା ଚକ୍ରରେ ସଭାପତିତ୍ବ କରି ପ୍ରାକ୍ତନ ଅଧକ୍ଷ ଓ ଏସ ଏଫ୍ ଆଇ ର ରାଜ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା କହିଲେ ଯେ ନୂତନ ଫୌଜଦାରୀ ଆଇନକୁ ଉପନିବେଶବାଦ ପ୍ରଭାବରୁ ମୁକ୍ତ କରାଯାଇଛି ବୋଲି ଯେଉଁ ଦାବି କରାଯାଇଛି ତାହା ସଂପୂର୍ଣ୍ଣ ଅମୂଳକ । ଗତ ୧୦ ବର୍ଷ ଭିତରେ ଆମ ଦେଶ ବହୁଜାତିକ କମ୍ପାନୀଙ୍କ କର୍ତୁତ୍ୱରେ ରହିବା ହାର ଏତେ ତୀବ୍ର ଯେ ଭାରତର ଆର୍ଥିକ ସାର୍ବଭୌମତ୍ଵ ବେଶୀ ବନ୍ଧା ପଡ଼ିଲାଣି ଓ ଦେଶ ନବ୍ୟ ଉପନିବେଶବାଦ କବଳରେ ଅଧିକ ପଡୁଛି । ସାମାଜିକ ଉତ୍ପୀଡନ ଓ ବୈଷମ୍ୟ ବୈଷମ୍ୟ ଯେତିକି ବଢିବ ଦେଶରେ ଅପରାଧିକ ଘଟଣା ଅଧିକ ତୀବ୍ର ଓ ସଙ୍କଟଜନକ ହେବ। ଦେଶରେ ନ୍ୟାୟିକ ବ୍ୟବସ୍ଥାର ଢାଞ୍ଚାଗତ ଦୟନୀୟ ସ୍ଥିତି ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ ଓ ଏଥିପାଇଁ ସାରା ଦେଶରେ ବିଭିନ୍ନ କୋର୍ଟରେ ୫ କୋଟିରୁ ଅଧିକ ମକଦ୍ଦମା
ଫଇସଲା ନହୋଇ ପଡ଼ି ରହିଛି ବୋଲି ଶ୍ରୀ ଜେନା କହିଥିଲେ।
ପ୍ରାରମ୍ଭରେ ସଂଗଠନର ରାଜ୍ୟ ଆବାହକ ଶୁଭ୍ରାଂଶୁ ଶେଖର
ଉଦଗାତା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ର ନେତା ସ୍ମୃତି ସୁରଞ୍ଜନ ଜେନା, ଓଡ଼ିଆ ବିଶ୍ବବିଦ୍ୟାଳୟ ଛାତ୍ରୀନେତ୍ରୀ ମୋନାଲିସା ମହାରଣା, ସୁରଜମଲ ସାହା ମହାବିଦ୍ୟାଳୟ ଛାତ୍ରନେତା ରାକ୍ଷୀ ସ୍ୱାଇଁ , ଚନ୍ଦନ ସାହୁ , ମାନସ ରଞ୍ଜନ ଦଳବେହେରା, , ଆଇନ ମହାବିଦ୍ୟାଳୟ ଚ
ଛାତ୍ରନେତା ଅଭିଳାଷ ମଲ୍ଲିକ ଓ ସୌମ୍ୟ ରଞ୍ଜନ ହରିଚନ୍ଦନ ପ୍ରମୁଖ ପରିଚାଳନା କରିଥିଲେ । ଏହି ସଭାରେ ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ବହୁ କଲେଜର ଛାତ୍ରଛାତ୍ରୀ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ ।

Leave A Comment

All fields marked with an asterisk (*) are required