ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଆଦିବାସୀଙ୍କ ପ୍ରତି ତାତ୍ସଲ୍ୟ: ନିତ୍ୟାନନ୍ଦ ଗଣ୍ଡ
ଦୀର୍ଘ ୫ ବର୍ଷ ପରେ “ଟିଏସି ବୈଠକ”
ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଆଦିବାସୀଙ୍କ ପ୍ରତି ତାତ୍ସଲ୍ୟ: ନିତ୍ୟାନନ୍ଦ ଗଣ୍ଡ
ଆଦିବାସୀ ବିରୋଧୀ ରାଜ୍ୟ ସରକାର ଦୀର୍ଘ ୫ ବର୍ଷ ପରେ ରାଜନୈତିକ ଉଦ୍ଦେଶ୍ୟ ରଖି ଗତକାଲି ବାଧ୍ୟବାଧକତାରେ ଟିଏସି ବୈଠକ ଡକାଇଥିଲେ
ଗତ ପଂଚାୟତ ଓ ପୌର ନିର୍ବାଚନରେ ଷଡଯନ୍ତ୍ର କରି ଆଦିବାସୀବର୍ଗଙ୍କୁ ସେମାନଙ୍କ ସାମାଜିକ ଓ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଥିଲେ
ବହୁ ଆଶା ରଖି ଦୂରଦୂରାନ୍ତରୁ ଆସିଥିବା ଜନପ୍ରତିନିଧିମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ନାହିଁ
ଭୁବନେଶ୍ୱରରେ ଥିବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଭର୍ଚୁଆଲ ମୋଡରେ ଯୋଗ ଦେଲେ କାହିଁକି ?
ନିଜ ବକ୍ତବ୍ୟ ରଖିବା ପରେ ମୁଖ୍ୟମନ୍ତ୍ରୀ ଟିଏସି ବୈଠକ ମଝିରୁ ଉଭାନ ହୋଇଯିବା କାରଣରୁ ଆଦିବାସୀଙ୍କ ବିକାଶକୁ ନେଇ ବହୁ ପ୍ରସଙ୍ଗ ଆଲୋଚନା ହୋଇପାରିଲା ନାହିଁ
ଆଦିବାସୀଙ୍କ ଉନ୍ନତି ନୁହଁ ବରଂ ଶାସକ ଦଳ କର୍ମୀମାନଙ୍କୁ ଥଇଥାନ କରିବା ପାଇଁ ନୀତିନିୟମକୁ ଖିଲାପ କରାଯାଇ ଏସଡିସି ଗଠନ ହୋଇଛି
ବ୍ୟାପକ ଦୁର୍ନୀତି ଓ ଦଳୀୟ ନେତାଙ୍କ ସ୍ୱାର୍ଥ ହାସଲ ପାଇଁ ‘ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା’ ର ପାଣ୍ଠିକୁ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର
ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଉର୍ଦ୍ଦିଷ୍ଟ ପେସା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର କାହିଁକି କୁଣ୍ଠାବୋଧ କରୁଛନ୍ତି?
ଜଙ୍ଗଲଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଂଚିତ ହେବା କାରଣରୁ ଆଦିବାସୀଙ୍କ ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେଉଛି
ଭୁବନେଶ୍ୱର, ତା ୧୨/୦୭: ରାଜ୍ୟ ସମୁଦାୟ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଜନଜାତି ସଂପ୍ରଦାୟର । ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବହୁ କଲ୍ୟାଣକାରୀ ଯୋଜନା ରହିଛି । ରାଜ୍ୟରେ ଜନଜାତିଙ୍କ ସମସ୍ୟାର ସମାଧାନ ଏବଂ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ଟ୍ରାଇବାଲ ଆଡଭାଇଜରୀ କମିଟି’ (ଟିଏସି) ଗଠନ କରାଯାଇଛି । ବର୍ଷକୁ ୨ ଥର ଏହି ବୈଠକ ଅନୁଷ୍ଠିତ ହୋଇ ଜନଜାତିଙ୍କ ସମସ୍ୟାର ସମାଧାନ ଏବଂ ଅନ୍ୟାନ୍ୟ ବିକାଶମୁଳକ କାର୍ଯ୍ୟର ସମୀକ୍ଷା ହେବା ନିୟମ ରହିଛି । ଶେଷ ଥର ପାଇଁ ୨୦୧୮ ମସିହା ଜୁନ୍ ୨୮ ତାରିଖରେ ଟିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର ଆଦିବାସୀ ବିରୋଧୀ ରାଜ୍ୟ ସରକାର ଦୀର୍ଘ ୫ ବର୍ଷ ପରେ ରାଜନୈତିକ ଉଦ୍ଦେଶ୍ୟ ରଖି ଗତ କାଲି ବାଧ୍ୟବାଧକତାରେ ଟିଏସି ବୈଠକ ଡକାଇଥିଲେ । ବହୁ ଆଶା ରଖି ଦୁରଦୁରାନ୍ତରୁ ଆମେ ବୈଠକରେ ଯୋଗ ଦେବା ପାଇଁ ଆସିଥିଲୁ । ଜନପ୍ରତିନିଧିମାନଙ୍କ କଥା ଶୁଣାଯାଉନାହିଁ । ଭୁବନେଶ୍ୱରରେ ଉପସ୍ଥିତି ଥିବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଅନୁପସ୍ଥିତି ଏବଂ ଭର୍ଚୁଆଲ ମୋଡରେ ଯୋଗ ଦେବା ପରେ ତାଙ୍କ ଆଚରଣ ସମଗ୍ର ଜନଜାତିଙ୍କ ପ୍ରତି ତାତ୍ସଲ୍ୟ ବୋଲି ବିଧାୟକ ତଥା ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଣ୍ଡ କହିଛନ୍ତି ଯେ, ୨୩ ବର୍ଷ ଶାସନ କରିଥିବା ବିଜେଡି ସରକାରଙ୍କ ସ୍ଥାଣୁତା, ଅପାରଗତା ପାଇଁ ରାଜ୍ୟର ମୋଟ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଦିନକୁ ଦିନ ପଛେଇବାରେ ଲାଗିଛନ୍ତି । ରାଜ୍ୟର ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ । ଗତ ପଂଚାୟତ ଓ ପୌର ନିର୍ବାଚନରେ ଷଡଯନ୍ତ୍ର କରି ଆଦିବାସୀବର୍ଗଙ୍କୁ ସେମାନଙ୍କ ସାମାଜିକ ଓ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଥିଲେ । ଆଦିବାସୀମାନଙ୍କ ଐତିହ୍ୟ, ପରମ୍ପରା ଓ ବିକାଶ କିଭଳି ହେବ ସେନେଇ ଟିଏସି ବୈଠକ ହୋଇଥାଏ ଏବଂ ଏହାର ଏକ ବିସ୍ତୃତ ରିପୋର୍ଟ ମାନ୍ୟବର ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥାଏ । ଦୀର୍ଘ ୫ ବର୍ଷ ଅନ୍ତରରେ ଆଗାମୀ ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କରି ଗତକାଲି ମୁଖ୍ୟମନ୍ତ୍ରୀ ବାଧ୍ୟ ବାଧ୍ୟକତାରେ ଟିଏସି ବୈଠକ କରିଥିଲେ । ଭର୍ଚୁଆଲ ମୋଡରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ପରେ ମୁଖ୍ୟମନ୍ତ୍ରୀ ବୈଠକ ମଝିରୁ ଉଭାନ ହୋଇଯାଇଥିଲେ । ଆଦିବାସୀଙ୍କ ବିକାଶକୁ ନେଇ ବହୁ ପ୍ରସଙ୍ଗ ଆଲୋଚନା ବି ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଆଦିବାସୀମାନଙ୍କ ବିକାଶ ପାଇଁ କେତେ ତତ୍ପର, ତାହା ଗତାକାଲିର ଟିଏସି ବୈଠକରୁ ସ୍ପଷ୍ଟ ହୋଇଛି । ରାଜ୍ୟର ଜନଜାତିଙ୍କ ପ୍ରତି ରାଜ୍ୟ ସରକାର କେଉଁ ଭଳି ଅନ୍ୟାୟ କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଛି । ଆଦିବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ, ଏହା ତାଙ୍କ ପ୍ରତି ବଡ ଅପମାନ ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।ଆଦିବାସୀଙ୍କ ଉନ୍ନତି ନୁହଁ ବରଂ ଶାସକ ଦଳ କର୍ମୀମାନଙ୍କୁ ଥଇଥାନ କରିବା ପାଇଁ ନୀତିନିୟମକୁ ଖିଲାପ କରାଯାଇ ଏସଡିସି ଗଠନ ହୋଇଛି । ୨୦୧୭ ନିର୍ବାଚନ ପାଇଁ ଗଠନ ହୋଇଥିବା ଏସଡିସି ୨୦୧୯ ନିର୍ବାଚନ ସରିବା ପରେ ଏହା ଅକାମି ହୋଇଯାଇଥିଲା । ପୁନଃର୍ବାର ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ପୁଣି ଥରେ ଏସଡିସି ଗଠନ କରିଛନ୍ତି ରାଜ୍ୟ ସରକାର । ଏସଡିସି ଏକ ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି ଏବଂ ଏଥିରେ ଆଦିବାସୀମାନଙ୍କର କୌଣସି ବିକାଶ ସମ୍ଭବ ନୁହେଁ ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।
ଏମଏମଡିଆର ଆଇନ-୧୯୫୭ରେ ପ୍ରଣୋଦିତ ଆଇନକୁ ମୋଦିଜୀ ୨୦୧୫ରେ ପୁନଃର୍ବାର ‘ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା’ ରେ ପାଣ୍ଠି ଗଠନ କରାଯାଇ ସେହି ଅଚଂଳର ସର୍ବଙ୍ଗୀନ ଉନ୍ନତି ପାଇଁ ଖର୍ଚ୍ଚ କରାଯିବା ମୂଳ ଲକ୍ଷ୍ୟକୁ ପୁରଣ କରିବାରେ ବିଫଳ ହେଲେ ରାଜ୍ୟ ସରକାର । ବ୍ୟାପକ ଦୁର୍ନୀତି ଓ ଦଳୀୟ ନେତାଙ୍କ ସ୍ୱାର୍ଥ ହାସଲ ପାଇଁ ବ୍ୟବହାର କରାଗଲା । ପଂଚଦଶ ଅର୍ଥ କମିଶନଙ୍କ ସୁପାରିକ୍ରମେ ଆସୁଥିବା ଅନୁଦାନ ଅର୍ଥକୁ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉନାହିଁ । ରାଜ୍ୟ ସରକାର ଗ୍ରାମସଭାକୁ କୋଣଠେସା କରିଦେଇ ଆଦିବାସୀମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।‘ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିନିୟମ (ପେସା)-୧୯୯୬’ ଅଧିନିୟମାନୁଯାୟୀ ଅନୁସୁଚୀତ କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ୱତନ୍ତ୍ର କ୍ଷମତା ରହିଛି । କିନ୍ତୁ ଶାସକ ବିଜେଡି ଓଡିଶାରେ ଏହି ନିୟମକୁ ସଂପୂର୍ଣ୍ଣ ଜଳାଞ୍ଜଳୀ ଦେବା ସହ ଆଦିବାସୀ ବିକାଶ ପରିଷଦରେ ନିଜ ଦଳୀୟ ନେତାଙ୍କୁ ଥଇଥାନ କରି ହୀନ ରାଜନୀତି କରୁଛି । ଜନଜାତିଙ୍କୁ ସାମ୍ବିଧାନିକ ଅଧିକାର ଯୋଗାଇ ଦେବା ପାଇଁ ପ୍ରଣୟନ ହୋଇଥିବା ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ ନ୍ୟସ୍ତ କରିଛନ୍ତି । ବାରମ୍ବାର ଦାବି ସତ୍ୱେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ପେସା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର କାହିଁକି କୁଣ୍ଠାବୋଧ କରୁଛନ୍ତି ବୋଲି ଶ୍ରୀ ଗଣ୍ଡ ପ୍ରଶ୍ନ କରିଛନ୍ତି ।ଆଦିବାସୀଙ୍କ ଅର୍ଥନୀତିର ବିକାଶ ପାଇଁ ପୂର୍ବରୁ ମାତ୍ର ୧୩ଟି ଲଘୁଜାତ ବନ ଦ୍ରବ୍ୟରେ ଏମ୍ଏସ୍ପି ଲାଗୁ ହୋଇଥିବାବେଳେ ମୋଦି ସରକାର ଶାସନ କ୍ଷମତାକୁ ଆସିବାରେ ଏହାକୁ ୮୦କୁ ବୃଦ୍ଧି କରିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକ ଅଭାବ କାରଣରୁ ଏମଏସପି ପାଇବାରୁ ବଂଚିତ ହେଉଛନ୍ତି । ଆଦିବାସୀଙ୍କ ଆର୍ଥୀକ ଅଭିବୃଦ୍ଧିରେ ବଡ ବାଧକ ସାଜିଛନ୍ତି ବିଜେଡି ସରକାର । ମୋଦି ସରକାର ଆଦିବାସୀମାନଙ୍କ ଲଘୁ ବନଜାତଦ୍ରବ୍ୟ ଉପରେ ଏମଏସପି ଧାର୍ଯ୍ୟ କରିବା ସତ୍ୱେ ରାଜ୍ୟ ସରକାରଙ୍କ କୌଣସି ବ୍ୟବସ୍ଥା ନଥିବା କାରଣରୁ ଆଦିବାସୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଶସ୍ୟକୁ ସଠିକ ମୂଲ୍ୟରେ ବିକ୍ରି କରିପାରୁନାହାନ୍ତି । ଶାଳ ମଞ୍ଜିର ଏମଏସପି କେଜି ପ୍ରତି ୨୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ କଳାବଜାରୀମାନେ ମାତ୍ର ୧୦ ରୁ ୧୨ ଟଙ୍କା ଦେଇ କିଣୁଛନ୍ତି । ଏଭଳି ଅନେକ ଜଙ୍ଗଲଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଂଚିତ ହେବା କାରଣରୁ ଆଦିବାସୀଙ୍କ ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।
ମୋଦି ସରକାର ଆଦିବାସୀ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨୦୧୯-୨୦ଆର୍ôଥକ ବର୍ଷରୁ ‘ବନଧନ ଯୋଜନା’ ଆରମ୍ଭ କରିଛନ୍ତି । ବନଧନ ବିକାଶ କେନ୍ଦ୍ର ପାଇଁ କେନ୍ଦ୍ର ସରକାର ୧୫ଲକ୍ଷ ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ହାଇଜାକ କରି ନିଜ ନାମରେ ବ୍ରାଣ୍ଡିଂ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଅନୁଦାନ ସଠିକ ଉପଯୋଗ ପରିବର୍ତେ କେବଳ ରାଜନୈତିକ ସ୍ୱାର୍ଥ ହାସଲ ଆତ୍ମପ୍ରଚାରରେ ସୀମିତ ରଖୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବର୍ତମାନ ସୁଦ୍ଧା ୧୫୦ଟି ବନଧନ ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ କରୁଛି । ଏବେ ରାଜ୍ୟ ସରକାର ଜନଜାତି ବହୁଳ ଅଂଚଳରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯେଉଁ କେନ୍ଦ୍ର କରିବେ ବୋଲି ଘୋଷଣା କରିଛନ୍ତି, ତାହା ସଂପୂର୍ଣ୍ଣଭାବେ କେନ୍ଦ୍ରସରକାରଙ୍କ ବନଧନ ଯୋଜନାର ‘କପି ପେଷ୍ଟ’ । ମୁଖ୍ୟମନ୍ତ୍ରୀ ଶିକ୍ଷା ତଥା ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ୨୨.୫ପ୍ରତିଶତ ଆଦିବାସୀମାନଙ୍କୁ ୧୬.୨୫ଏସି ରହୁଥିବାବେଳେ ସେମାନେ ମଧ୍ୟ ଏଥିରୁ ବଂଚିତ ଅଛନ୍ତି । ପଦୋନ୍ନତି କ୍ଷେତ୍ରରେ ଆଦିବାସୀମାନଙ୍କୁ ଉପେକ୍ଷିତ କରିଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଭବାନୀ ଶଙ୍କର ଭୋଇ ଓ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।