Search for:
  • Home/
  • ରାଜ୍ୟ/
  • ଶ୍ରୀଯୁକ୍ତ ଅମରେଶ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜେଡ଼ି ଦଳକୁ ସୁଦୃଢ଼ କରିବା ପାଇଁ ଏକ ପ୍ରସ୍ତୁତି ବନ୍ଧୁ ମିଳନରେ ୧୫୦୦୦ରୁ ଉର୍ଦ୍ଧ ଯୋଗ ଦେଲେ

ଶ୍ରୀଯୁକ୍ତ ଅମରେଶ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜେଡ଼ି ଦଳକୁ ସୁଦୃଢ଼ କରିବା ପାଇଁ ଏକ ପ୍ରସ୍ତୁତି ବନ୍ଧୁ ମିଳନରେ ୧୫୦୦୦ରୁ ଉର୍ଦ୍ଧ ଯୋଗ ଦେଲେ

Spread the love

Loading

ଭୁବନେଶ୍ୱର:ରାଜ୍ୟ ସମ୍ପାଦକ ବିଜୁ ଜନତା ଦଳ, ୱାର୍ଡ ନମ୍ବର-୪୫ର କର୍ପୋରେଟର ଓ ବୌଦ୍ଧ ଜିଲ୍ଲାର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅମରେଶ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜେଡ଼ି ଦଳକୁ ସୁଦୃଢ଼ କରିବା ପାଇଁ ଏକ ପ୍ରସ୍ତୁତି ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିର୍ଲା ଗେଷ୍ଟ ହାଉସ୍ ପାଖ, କଳ୍ପନା ଛକ ଠାରେ ଆୟୋଜନ କରାଯାଇଥିଲା। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏବଂ ନୂଆ କରି ବିଜୁ ଜନତା ଦଳରେ ଯୋଡ଼ି ହୋଇଥିବା ଯୁବ ପ୍ରତିଭାଙ୍କୁ ନେଇ, ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵରର ପୂର୍ବତନ ମେୟର ଶ୍ରୀ ମିହିର ମହାନ୍ତି, ଏକାମ୍ରା ବିଧାନସଭା ନିର୍ବାଚନମଣ୍ଡଳୀର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକର ଓ ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡରୁ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଲୋକମାନଙ୍କ ନିକଟରେ ଦଳୀୟ କର୍ମୀ ଓ ନେତା ପହଞ୍ଚି କିଭଳି ଭାବେ ଅଧିକରୁ ଅଧିକ ନିକଟତର ହୋଇ ପାରିବେ, ବିଭିନ୍ନ ଜନ ହିତକର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଗୁରୁମନ୍ତ୍ର ଦେଇଥିଲେ ଶ୍ରୀଯୁକ୍ତ ଅମରେଶ ଜେନା। ଏହି ସମାରୋହରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ସବୁ ୱାର୍ଡରୁ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଆସିଥିବା ବେଳେ କେବଳ ମହିଳା ୪ ହଜାରରୁ ଅଧିକ ଆସି ଯୋଗ ଦେଇଥିଲେ। ଏହା ବ୍ୟତୀତ ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ୪ଟି ଜାଗା ଯଥା ଆଇଜି ପାର୍କ, ଫରେଷ୍ଟ ପାର୍କ, କେଶରୀ ଟକିଜ୍ ଓ ଝାରପଡ଼ାରୁ ବିଶାଳ ବାଇକ୍ ରାଲି ବାହାରିଥିଲା ଯେଉଁଠି ପ୍ରତ୍ୟେକ ରାଲିରେ ୫୦୦ରୁ ଉର୍ଦ୍ଧ ଲୋକ ବାଇକରେ ଆସି ଯୋଗଦାନ କରିଥିଲେ। ‘ବନ୍ଧୁ ମିଳନ’ରେ ବାଇଁଆଙ୍କୁ ମିଳିଲା ଅକୁଣ୍ଠ ସମର୍ଥକରିଥିଲେ। ରବିବାର ୪୫ ନମ୍ବର ୱାର୍ଡର କର୍ପୋରେଟର ତଥା ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅମରେଶ ଜେନା ଓରଫ ବାଇଁଆ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟର ସମସ୍ତ ୧୯ଟି ୱାର୍ଡ ସହ ଏକାମ୍ର କ୍ଷେତ୍ରରୁ ଶହଶହ ସମର୍ଥକ ଓ ନେତା ଯୋଗ ଦେଇଥିଲେ । ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବାଇଁଆଙ୍କୁ ଅକୁଣ୍ଠ ସମର୍ଥନ କରିଥିଲେ ।

ବିଶେଷ କରି ରାଜଧାନୀର ଫରେଷ୍ଟ ପାର୍କ, କେଶରୀ ହଲ, ଝାରପଡା ଓ ଆଇଜି ପାର୍କ ପାଖରୁ ୪ଟି ବାଇକ ରାଲି ହଜାର ହଜାର ସଂଖ୍ୟାରେ ଆସି ସହରରକୁ ଏକ ପ୍ରକାର ଜାମ କରିଦେଇଥିଲା । ଏତେ ସଂଖ୍ୟକ ଲୋକଙ୍କ ସମାଗନ ଦେଖି ବିରୋଧି ଶିବିରରେ ଛନକା ପଶିଯାଇଛି । ଅମରେଶଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସତେ ଯେମିତି ଏକ ବିରାଶ ସାଧାରଣ ସଭାରେ ପରିଣତ ହୋଇଥିଲା ।

ଏହି ଅବସରରେ ଅମରେଶ ଜେନା କହିଥିଲେ, ମୁଖ୍ୟମନ୍ତ୍ରୀ ‘ନୂତନ ଓଡ଼ିଶା’ ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଗାଁ-ଗଣ୍ଡାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ବିକାଶ କରିବାକୁ ନୂଆ ନୂଆ ଯୋଜନା କରୁଛନ୍ତି । ହେଲେ କିଛି ନ୍ୟାସ୍ତସ୍ୱାର୍ଥ ନେତା ଏଥିରେ ବାଧକ ସାଜୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଠା କରୁଥିବା ଲୋକଙ୍କ ଗୋଡ ଟାଣୁଛନ୍ତି । ତେବେ ଏଣିକି ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ତଥା ବିକାଶରେ ବାଧକ ସାଜିବେ, ସେମାନଙ୍କୁ ଉଚିତ ଜବାବ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି ସଭାପତିତ୍ୱ କରି କହିଥିଲେ, ଦେଶ ତଥା ରାଜ୍ୟକୁ ବିକାଶ କରିବାକୁ ହେଲେ ଆମକୁ ଉଦୟମାନ ଯୁବନେତୃତ୍ୱର ଆବଶ୍ୟକତା ରହିଛି । ଦୌଡି ପାରୁଥିବା ଘୋଡାକୁ ରେସ୍‌ରେ ସାମିଲ କରାଯିବା ଉଚିତ, ଛୋଟା ଘୋଡାକୁ ନୁହେଁ । ଏହି କ୍ରମରେ ଭୁବନେଶ୍ୱର ମଧ୍ୟ ଆସନ ଲାଗି ବାଇଁଆ ହିଁ ଆମ ପାଇଁ ଏକମାତ୍ର ବିକଳ୍ପ । ତେଣୁ ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ନୂଆ ସଂକଳ୍ପ ନେଇ ବାଇଁଆକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ ।କାଯ୍ୟକ୍ରମରେ କର୍ପୋରେଟର ଲିଟୁ ମହାସୁପକାର, ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ନରେନ ସାହୁଙ୍କ ସମେତ ଅନେପୂର୍ବତନ କର୍ପୋରେଟର, ଉଇ ଫର ଭୁବନେଶ୍ୱରର ସଦସ୍ୟମାନେ ଯୋଗଦେଇ ବାଇଁଆକୁ ସହଯୋଗ କରିବାକୁ କହିଥିଲେ ।

Leave A Comment

All fields marked with an asterisk (*) are required