Search for:
  • Home/
  • ରାଜ୍ୟ/
  • ନିୟମଗିରି ସୁରକ୍ଷା ସମିତିର କର୍ମୀଙ୍କୁ ଅବିଳମ୍ବେ ଖଲାସ୍ କର: ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ

ନିୟମଗିରି ସୁରକ୍ଷା ସମିତିର କର୍ମୀଙ୍କୁ ଅବିଳମ୍ବେ ଖଲାସ୍ କର: ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ

Spread the love

Loading

ନିୟମଗିରି ସୁରକ୍ଷା ସମିତିର କର୍ମୀଙ୍କୁ ଅବିଳମ୍ବେ ଖଲାସ୍ କର: ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ

ଭୁବନେଶ୍ୱର, ତା ୧୨/୦୭: ରାୟଗଡା ଜିଲ୍ଲା ମୁନିଗୁଡାରେ ନିୟମଗିରି ସୁରକ୍ଷା ସମିତିର କର୍ମୀ ବୋଲି କରକରାଙ୍କୁ ମିଥ୍ୟା କେଶରେ ଗିରଫକୁ ନିନ୍ଦା କରି ତାଙ୍କୁ ଅବିଳମ୍ବେ ମୁକ୍ତ କରିବାକୁ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଏହି ଗିରଫଦାରୀ ପ୍ରତିବାଦରେ ଆଜି ନିୟମଗିରି ସୁରକ୍ଷା ସମିତିର ନେତୃ ମଣ୍ଡଳୀ,ମହିଳା ଓ ପୁରୁଷ ସଦସ୍ୟ ମାନେ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ନିୟମଗିରି ସୁରକ୍ଷା ସମିତିର ଶତାଧିକ ମହିଳା ଓ ପୁରୁଷ କର୍ମୀ ଓ ବିଭିନ୍ନ ସଂଗଠନର ସଦସ୍ୟ ମାନେ ମୁନିଖୋଲରୁ ଏକ ଶୋଭାଯାତ୍ରାରେ ବାହାରି ନିୟମଗିରି ସୁରକ୍ଷା ସମିତିର କର୍ମୀଙ୍କୁ ମିଥ୍ୟା ଗିରଫ ଓ ପୋଲିସ୍ ବିରୋଧରେ ନାରାବାଜି ଦେଇ ସହର ପରିକ୍ରମ କରି ଥାନା ଗେଟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀଙ୍କ ଉପରେ ପୋଲିସ ବିଭିନ୍ନ ସମୟରେ ଜୁଲୁମ ଦେଖାଇ ନିରିହ ଲୋକଙ୍କୁ ମିଥ୍ୟା ମାଓବାଦୀ କେଶରେ ଉଠାଇ ନେଉଥିବା ବେଳେ ଗତ ୩ଦିନ ତଳେ ନିୟମଗିରି ସୁରକ୍ଷା ସମିତିର କର୍ମୀ ତଥା ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତର ଡେଙ୍ଗୁଣୀ ଗ୍ରାମର ବୋଲି କରକରିଆଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ବିଷୟକୁ ନେଇ ନିୟମଗିରି ସୁରକ୍ଷା ସମିତି ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ମୁନିଗୁଡା ଏସଡିପିଓ,ଥାନା ଅଧିକାରୀ ସମସ୍ତଙ୍କୁ ପଚାରିବା ପରେ ସେମାନେ ଏ ବିଷୟରେ କିଛି ଜାଣି ନଥିବା ଓ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିବା ଜଣାଯାଇଛି । ଅସନ୍ତୁଷ୍ଟ ଜନତା ବୋଲିକୁ କିପରି ମିଥ୍ୟା କେଶରେ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପୋଲିସ କାହିଁକି ବୋଲିକୁ ଉଠାଇ ନେଇଛି ତା’ର ସତ୍ୟାସତ୍ୟ ସଂପର୍କରେ ଯଦି ପୋଲିସ କୋୖଣସି ସୁଚନା ନଦିଏ ଏବଂ ବୋଲିକୁ ବିନା ସର୍ତ୍ତ ରେ ଛଡା ନଯାଏ ତାହାହେଲେ ଆଗାମୀ ଦିନରେ ନିୟମଗିରି ସୁରକ୍ଷା ସମିତି ସହ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପ୍ରତିବାଦ ସଭାରେ ଘୋଷଣା କରାଯାଇଛି।
ଏହି ପ୍ରତିବାଦ ସଭାରେ ଆବାହକ ଲିଙ୍ଗରାଜ ଆଜାଦ୍ ଓ ଉପ ସଭାପତି ଦଧି ପୁଷିକାଙ୍କ ମିଳିତ ନେତୃତ୍ୱରେ ସଂଗଠକ ଉପେନ୍ଦ୍ର ବାଗ୍,କର୍ମୀ ଦାସୁରୁ କାଡ୍ରାକା,ସାଇବୁ ପୁଷିକା, କଳାହାଣ୍ଡି ଜିଲ୍ଲା ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସମ୍ପାଦକ ବ୍ରିଟିଶ କୁମାର,ଏ.ଆଇ.କେ.ଏମ୍.ଏସ୍.ର ବ୍ଲକ ସଭାପତି କନିନ୍ଦ୍ର ଜାଲିକା ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଓ କର୍ମୀ ମାନେ ଯୋଗଦେଇ ଉକ୍ତ ଚେତାବନୀ ଦେଇଛନ୍ତି lନିୟମଗିରି ସୁରକ୍ଷା ସମିତିର ଏହି ‌ ନ୍ୟାୟ ସଙ୍ଗତ ପ୍ରତିବାଦ ଆନ୍ଦୋଳନକୁ ସଂହତି ଜଣାଇ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶାର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ପୋଲିସ୍ ର ଏହି ଜନବିରୋଧୀ କାର୍ଯ୍ୟକୁ ନିନ୍ଦା କରିବା ସହିତ ସମିତିର ସମସ୍ତ କର୍ମକର୍ତ୍ତାଙ୍କ ନାମରେ ରୁଜ୍ଜୁ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି

Leave A Comment

All fields marked with an asterisk (*) are required