Search for:
  • Home/
  • ରାଜ୍ୟ/
  • କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

Spread the love

Loading

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱରତା. ୨୩/୦୨/୨୪-କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ ସ୍ତରୀୟ ଯୁବ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି । ଦେଓମାଳୀ ପର୍ବତର ଶିଖର ଦେଶରେ ଆୟୋଜିତ ଏହି ଚିତ୍ରକଳା ପ୍ରଦର୍ଶନୀ କେନ୍ଦ୍ରାଞ୍ଚଳ ତଥା ଦକ୍ଷିଣାଞ୍ଚଳ ଆର. ଡି.ସି. ଶ୍ରୀ ରଞ୍ଜନ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦେଓମାଳୀର ସୌନ୍ଦର୍ଯ୍ୟକୁ ଶିଳ୍ପୀମାନେ ରଙ୍ଗ ଓ ତୂଳୀରେ ଅଙ୍କନ କରୁଥିବାରୁ ଅନେକ ପ୍ରଶଂସା କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଯୋଗଦେଇ ଚିତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଉତ୍ସବରେ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ପୌରହିତ୍ୟ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ଡ .ପଞ୍ଚାନନ ସାମଲ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଶିବିର ଆଭିମୁଖ୍ୟ ସମ୍ପର୍କରେ କହିଥିଲ । ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ଥିଲେ ।

ଅପରାହ୍ନରେ କୋରାପୁଟ ସଦର ମହକୁମାରେ ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀଠାରେ ଉକ୍ତ ଅତିଥି ମାନଙ୍କ ଦ୍ଵାରା ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା ପରିଚାଳନା କରିଥିଲେ । ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ପ୍ରତ୍ୟହ ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।

Leave A Comment

All fields marked with an asterisk (*) are required