Search for:
  • Home/
  • ରାଜ୍ୟ/
  • ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗିତା

ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗିତା

Spread the love

Loading

ଭୁବନେଶ୍ୱରରେ ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର:ଆଜି ତା, ୧୧/୦୨/୨୦୨୪ ଭୁବନେଶ୍ୱର- ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ଟ୍ରାନ୍ସ ଜେଣ୍ଡର ଆସୋସିଏସଅନ ମାନଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରର ହୋଟେଲ ପ୍ରିନ୍ସ ଠାରେ ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗୀତା -୨୦୨୪  ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୫୦ ଜଣ ଟ୍ରାନ୍ସ ଜେଣ୍ଡର ମାନଙ୍କ ମଧ୍ୟରୁ ବ୍ଲାକ କୁଇନ ଜେନା ଟ୍ରାନ୍ସ କୁଇନ ୨୦୨୪ ଓ ସୁମିତ ବେହେରା ଟ୍ରାନ୍ସ ହ୍ୟାଣ୍ଡସମ ର ମୁକୁଟ ପିନ୍ଧିଛନ୍ତି।

ଟ୍ରାନ୍ସ ଜେଣ୍ଡର ବା କିନ୍ନରମାନେ ସମାଜରେ ସବୁବେଳେ ଅବହେଳିତ ହୋଇ ଆସିଛନ୍ତି। ସେମାନଙ୍କ ସମସ୍ୟାକୁ ସବୁ କ୍ଷେତ୍ରରେ ଅଣଦେଖା କରାଯାଇଛି। ସେମାନଙ୍କ ମଧ୍ୟରେ ଥିବା ନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରି ଏହାକୁ ଲୋକଲୋଚନକୁ ଆଣିବା ପାଇଁ ରୁଚିକା ସମାଜ ମଙ୍ଗଳ ସଂଗଠନ ଯେଉଁ ପ୍ରୟାସ ଆରମ୍ଭ କରିଛି ତାହା ସ୍ୱାଗତଯୋଗ୍ୟ ଏବଂ ଏହା ମାଧ୍ୟମରେ ଟ୍ରାନ୍ସ ଜେଣ୍ଡର ଭାଇ ଭଉଣୀମାନଙ୍କ ଅଧିକାରକୁ ସ୍ୱୀକୃତି ମିଳିପାରିବ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ପୋଲିସ ଶାଖାର ଇନିସ୍ପେକଟର ଜେନେରାଲ  ଶ୍ରୀମତୀ ଏସ. ସାଇନି ମତବ୍ୟକ୍ତ କରିଛନ୍ତି।

ହୋଟେଲ ପ୍ରିନ୍ସ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଭାଷା ବିଜ୍ଞାନର ପ୍ରଣମ୍ୟ ପୁରୁଷ ତଥା ପ୍ରଥମ ବିଶ୍ବ ଓଡ଼ିଆ ପୁରସ୍କାର ବିଜେତା ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଟେକ୍ ମହିନ୍ଦ୍ରା ଲିମିଟେଡର ଲୋକେସନ୍ କାଉନସିଲର ସଦସ୍ୟ ଶ୍ରୀ ହର ପ୍ରସାଦ ଦାସ ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନର ଲୋକେସନ୍ ମୁଖ୍ୟ ଶ୍ରୀ ରଶ୍ମି ରଞ୍ଜନ ମହାନ୍ତି। କାଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ରୁଚିକା ସଂଗଠନ ର ସଂପାଦକ ଶ୍ରୀ ଉମା ଶଙ୍କର ଷଡଙ୍ଗୀ l

ଅତିଥିମାନଙ୍କୁ ସ୍ବାଗତ କରି ସଂଗଠନ ର ମୁଖ୍ଯ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ବେଣୁଧର ସେନାପତି କହିଲେ ରୁଚିକା ସଂଗଠନ ଟ୍ରାନ୍ସ ଜେଣ୍ଡର ମାନଙ୍କପାଇଁ ଭରତପୁର, ଡମଣା ଠାରେ ୨୦୧୯ ମସିହାଠାରୁ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ ସ୍ମାଟ୍ ତାଲିମ୍ କେନ୍ଦ୍ର ଚଲାଇ ବହୁ କିନ୍ନରଙ୍କୁ ତାଲିମ୍ ଦେବା ସହିତ ବିଭିନ୍ନ କରପୋରେଟ୍ କାଯ୍ୟାଳୟରେ ଚାକିରି କରିବାର ସୁଯୋଗ ଦେଇ ଆସୁଛି।

ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟଣ୍ଡସମ୍ ପୁରଷ୍କାର ବ୍ଯତୀତ ଏହି ପ୍ରତିଯୋଗୀତା ରେ ରନର୍ସଅପ୍ -୨୦୨୪ ଭାବେ   ଡ଼ଃ ସଞ୍ଜୟ ସାମଲ  ଙ୍କୁ, ଟ୍ରାନ୍ସ ଡ୍ୟାନ୍ସର ୨୦୨୪ ଭାବେ ଅନନ୍ୟା ଦାସ , ଟ୍ରାନ୍ସ ବିଉଟି-୨୦୨୪ ଭାବେ ଦିବ୍ୟାଂଶୀ , ଟ୍ରାନ୍ସ ଇଣ୍ଟେଲେକ୍ଟ ଭାବେ ତାରିଣୀ ନାୟକ ଙ୍କୁ ପୁରସ୍କୃତ କରାଯାଇଛି।

ଏତଦ୍ ବ୍ଯତିତ ୧୨ ଜଣ ଟ୍ରାନ୍ସ ଗୁରୁଙ୍କୁ ଯଥା ଶ୍ରୀମତି ମୀରା ପରିଡ଼ା, ଶ୍ରୀମତୀ ମେଘନା ସାହୁ, ଶ୍ରୀମତୀ ସୁଇଟି ସାହୁ, ଶ୍ରୀମତୀ ସମୀକ୍ଷା ବେହେରା, ଶ୍ରୀମତୀ ରାଣୀ ମା, ଶ୍ରୀମତୀ ସର ମା, ଶ୍ରୀମତୀ ସାଧନା ମିଶ୍ର, ଶ୍ରୀମତୀ ସୋନମ୍ ମହାପାତ୍ର, ଶ୍ରୀମତୀ ମେନକା ପରିଡ଼ା, ଶ୍ରୀମତୀ ମାଧୁରୀ ମା, ଶ୍ରୀମତୀ ମିଠୀ ମା, ଶ୍ରୀମତୀ ଦିବ୍ୟଶ୍ରୀ ନାୟକ ଗୁରୁ ଗୌରବ ସମ୍ମାନ ୨୦୨୪ ରେ ଭୂଷିତ କରାଯାଇଛି।

ପ୍ରତିଯୋଗୀ ମାନଙ୍କୁ ବାଛିବା ପାଇଁ ଗଢାଯାଇଥିବା ଜୁରୀ କମିଟିରେ ପ୍ରସିଦ୍ଧ ନୁତ୍ଯଗୁରୁ ଶ୍ରୀ ଗଜେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ରାଜ୍ଯ ମହିଳା କମିଶନ ସଦସ୍ୟ ଶ୍ରୀମତୀ ନମ୍ରତା ଚଢା, ସମାଜ ସେବୀ ଡଃ.  ଝରଣା ସ୍ବାଇଁ, ଓଡିଶା ସରକାରଙ୍କ ପୂର୍ବତନ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶ୍ବନୀ କୁମାର ଚୌଧୁରୀ, ଟେଲିଭିଜନ ଅଭିନେତ୍ରୀ ସୁଶ୍ରୀ ଡେଜୀ ସଦସ୍ଯ ଭାବେ  ପ୍ରତିଯୋଗୀ ମାନଙ୍କୁ ତିନୋଟି ସ୍ତରରେ ଯଥା ନୃତ୍ୟ ପ୍ରତିଯୋଗୀତା, ରାମ୍ପ ସୋ ଓ ମେକ୍ଅପ ପ୍ରତିଯୋଗୀତା ଏବଂ ବୁଦ୍ଧିମତା ପରୀକ୍ଷା କରି ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କ ମଧ୍ୟରୁ
ଶ୍ରେଷ୍ଠ ପ୍ରତିଯୋଗୀକୁ ବାଛିଥିଲେ।

ଉତ୍ସବରେ ସମସ୍ତ ଜୁରୀ ସଦସ୍ୟଙ୍କ ସହିତ, ଭାଗ ନେଇଥିବା ସମସ୍ତ ଟ୍ରାନ୍ସ ଜେଣ୍ଡର ପ୍ରତିଯୋଗୀ ଓ ହୋଟେଲ ପ୍ରିନ୍ସର ପରିଚାଳନା ନିର୍ଦେଶକ ଶ୍ରୀ ନିରଞ୍ଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୁଚିକାର ସଦସ୍ୟ  ରମେଶ୍ୱରୀ ପ୍ରସାଦ ଦିବେଦୀ, ହେମନ୍ତ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ଲାଲା,  ଠାକୁରାମ ବେହେରା,  ସରୋଜ କୁମାର ସା,  ହେମନ୍ତ କୁମାର ଦାଶ,  କେଶବ ଚନ୍ଦ୍ର ସେନାପତି,  ଜୟରାମ ନାୟକ, ଶିବାନୀ ନାୟକ, ଘନାଶ୍ୟାମ ଭୋଇ, ହରପ୍ରିୟା ପତି, ବିଜୟା ଭାରତୀ, ରିଙ୍କିନା ସ୍ୱାଇଁ।

କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ କୁମାରୀ ପ୍ରତିମା ଭୋଇ, ବିଜୟଲକ୍ଷ୍ମୀ କର, ଭାଗ୍ୟଶ୍ରୀ ପରିଜା ଓ ରଜତ କୁମାର ଦାସ ।

Leave A Comment

All fields marked with an asterisk (*) are required