Search for:
  • Home/
  • ରାଜ୍ୟ/
  • ଫାର୍ମାସୀ ବିଦ୍ୟାର୍ଥୀ ମାନଙ୍କୁ ନ୍ୟାୟ ଦିଅନ୍ତୁ : ଅରିଜିତ ପଟ୍ଟନାୟକ

ଫାର୍ମାସୀ ବିଦ୍ୟାର୍ଥୀ ମାନଙ୍କୁ ନ୍ୟାୟ ଦିଅନ୍ତୁ : ଅରିଜିତ ପଟ୍ଟନାୟକ

Spread the love

Loading

ଓଡ଼ିଶାରେ ସରକାର ଫାର୍ମାସୀ ବିରୋଧି ସରକାର : ଏବିଭିପି
ରାତା ରାତି ୧୦୦୨ ପୋଷ୍ଟ ୨୦୩ କେମିତି ହେଲା ?
ରାଜ୍ୟ ସରକାର ତୁରନ୍ତ ଫାର୍ମାସୀ ବିଦ୍ୟାର୍ଥୀ ମାନଙ୍କୁ ନ୍ୟାୟ ଦିଅନ୍ତୁ : ଅରିଜିତ ପଟ୍ଟନାୟକ
ମାଷ୍ଟରକ୍ୟାଣ୍ଟିନ୍ ଠାରେ ଏବିବିପି ର ବିକ୍ଷୋଭ ପ୍ରଦର୍ଶନ ।

ଭୁବନେଶ୍ୱର:୦୮,୦୨,୨୦୨୪ । ଓଡିଶାରେ ଦୀର୍ଘ ୨୩ ବର୍ଷ ହେଲା ଗୋଟିଏ ସରକାର ଅଛି ଯିଏ ସ୍ବାସ୍ଥ୍ୟ ସେବାରେ ପଛରେ ଶିକ୍ଷାରେ ପଛରେ ଓ ଦୁର୍ନୀତି ରେ ଆଗରେ।
ପୂର୍ବରୁ ଆୟୁର୍ବେଦିକ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ରେ ବସିଥିଲେ ଏବେ ଫର୍ମାସି ବିଦ୍ୟାର୍ଥିମାନେ ତାଙ୍କ ଅଧିକାର ପାଈଁ ରାଜ ରାସ୍ତାକୁ ଉଲହାଇଲେ। ରାଜ୍ୟ ସରକାରଙ୍କ କି ବିଚିତ୍ର ବ୍ୟବସ୍ଥା ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଗତ ୧୫ ଡିସେମ୍ବର ୨୦୨୩ ରେ ଓଡ଼ିଶା ସରକାର OSSSC (odisha Sub ordinate staff selection commission) ଦ୍ଵାରା ୧୦୦୨ ଫାର୍ମାଶିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ବାହାର କରାଇଥିଲେ। ଯେଉଁଟା କି ଜୁନ ୨୦୨୩ ରେ ବାହାରିବାର ଥିଲା ବୋଲି OSSSC କ୍ୟାଲେଣ୍ଡରରେ ମଧ୍ୟ ତାହା ଲିଖିତ ହେଇଥିଲା ,କିନ୍ତୁ ତାହା ପରିବର୍ତ୍ତିତ ହୋଇ ହେଇ ଡ଼ିସେମ୍ବରରେ ବାହାରିଲା। ଏଥି ନିମନ୍ତେ ଡିସେମ୍ବର ୧୫ ରୁ ଜାନୁଆରୀ ୧୫ ୨୦୨୪ ପର୍ଯ୍ୟନ୍ତ ଆବେଦନ ପାଇଁ ତାରିଖ ଥିଲା l ଠିକ ୧୬ ଜାନୁଆରୀ ୨୦୨୪ ପୁଣି ଥରେ ଓଡ଼ିଶା ସରକାର ୧୦୦୨ ପଦକୁ କମାଇ ୨୦୬ ପଦ ପାଇଁ ବିଜ୍ଞପ୍ତି କରିଦେଲେ। ରାତାରାତି ୮୦% ପଦ ସଂଖ୍ୟା କମାଇଦିଆଗଲା । ୧୨ ଜାନୁଆରୀ ୨୦୨୪ ଶାଲିନି ପଣ୍ଡିତ, ସ୍ବାସ୍ଥ୍ୟ ସଚିବ c ଚିଠି ଲେଖିଥିଲେ DMET ନିର୍ଦ୍ଦେଶକଙ୍କୁ, ଓଡ଼ିଶାରେ ଆଉଟ୍ସୋସ୍ରସିଂରେ ନର୍ସ, ଫାର୍ମାସିଷ୍ଟ ଓ ରେଡ଼ିଓଗ୍ରାଫର ପଦର ନିଯୁକ୍ତି ହେବ । ଯାହା ଫଳରେରେ ପୋଷ୍ଟ ସବୁ କୁ କମ କରିଦିଆ ଗଲା । ରାଜ୍ୟର ଶିକ୍ଷା ସ୍ଥିତି ଏତେ ଉନ୍ନତ ଯେ ଗୋଟେ ବି ସରକାରୀ ଫାର୍ମାସି ଶିକ୍ଷାନୁଷ୍ଠାନ ନାହିଁ।
ରାଜ୍ୟରେ ତୁରନ୍ତ ପୁଣି ଥରେ ୧୦୦୨ ପଦରେ ନିଯୁକ୍ତି କରିବା ସହ ସଠିକ୍ ଓ ସ୍ୱଚ୍ଛତା ର ସହ ନିଯୁକ୍ତି କରିବା ପାଇଁ ଆଜି ଏବିଭିପି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ। ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି l
ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି କି ସେ କୋଉ ଆଉଟ୍ସୋସ୍ରସିଂ ସଂସ୍ଥା ପାଇଁ ରଜ୍ୟ ସରକାରଙ୍କ ଏତେ ଦରଦ ବାହାରୁଚି। ତୁରନ୍ତ ରାଜ୍ୟ ସରକାର ଫାର୍ମାସୀ ଛାତ୍ରଛାତ୍ରୀ ଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ। ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ। ଏହି ଆନ୍ଦୋଳନରେ ଫାର୍ମାସି ଛାତ୍ରନେତା ,ପାର୍ଥଜିତ୍ ପୃଷ୍ଟି,ସତ୍ୟ ରଞ୍ଜନ ଦାସ, ସାଇ ଜୀବନ ଜ୍ୟୋତି,ଚନ୍ଦନ ସାହୁ ପ୍ରିତମ କୁମାର ବେହେରା ବିଶ୍ୱଜିତ୍ ପାତ୍ର, ବିଶ୍ୱଜିତ୍ ସାହୁ ପ୍ରମୁଖ ଆନ୍ଦୋଳନରେ ଉପସ୍ଥିତ ଥିଲେ l

Leave A Comment

All fields marked with an asterisk (*) are required