ପର୍ବପର୍ବାଣୀ ଅନୁସାରେ ବଦଳୁଛି ଖାଦ୍ୟର ତାଲିକା
ପର୍ବପର୍ବାଣୀ ଅନୁସାରେ ବଦଳୁଛି ଖାଦ୍ୟର ତାଲିକା
– ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ଆମ ବ୍ୟଞ୍ଜନରେ ଗହଳି ଦିନକୁ ଦିନ ବଢି ଚାଲିଛି। ଭଳିକି ଭଳି ଖାଦ୍ୟ ପସରା ଦର୍ଶକଙ୍କୁ ଆକର୍ଷିତ କରୁଛି। ଆମ ବ୍ୟଞ୍ଜନରେ ମଣୋହିରେ ୪ ଟି ଷ୍ଟଲ୍ ରହିଛି। ପ୍ରଥମ ଷ୍ଟଲ ରେ ଓଡ଼ିଶା ଖାଦ୍ୟର ସମ୍ଭାରରେ ଉତ୍ସବ ପାଇଁ ପ୍ରତି ଦିନ ବଦଳୁଛି ଖାଦ୍ୟର ତାଲିକା। କୁହାଯାଏ ଓଡ଼ିଶାରେ ବାର ମାସରେ ତେର ପର୍ବ। ସେଥିପାଇଁ ଓଡ଼ିଶାରେ ପାଳିତ ହେଉଥିବା କିଛି ପର୍ବକୁ ନେଇ ଷ୍ଟଲରେ ଖାଇବା ରହୁଛି। ୭ ଦିନ ବ୍ୟାପୀ ଏହି ଷ୍ଟଲରେ ଯଥାକ୍ରମେ ମକର ସଂକ୍ରାନ୍ତି, ରଜ, କାର୍ତ୍ତିକ ପୂର୍ଣ୍ଣିମା, ନୂଆଖାଇ, କୁମାର ପୂର୍ଣ୍ଣମୀ, ମାଣବସା ଓ ବାଲିଯାତ୍ରାର ଥିମ୍ ରହିଛି। ବୁଧବାର କୁମାର ପୂର୍ଣ୍ଣମୀ ଅନୁସାରେ ଖାଇବା ତାଲିକାରେ ଭୂଷୀମିଶ୍ରି ପଣା, ଡାଲମା ଚପ୍ ସହିତ ଟମାଟୋ, ଖଜୁରୀ, ଖଟା ଯାମ୍, ଚାନ୍ଦ ଚକଟା, ନଡ଼ିଆ ପୁର କାକରା, ଚୋକୋ କାର୍ମେଲ ମୁଆଁ, ଚାଉଳ ଖିରୀ ରହିଥିଲା। ଏହାର ଦାମ ୫୦ଟଙ୍କାରୁ ଆରମ୍ଭ। ଆଜି ମାଣବସା ପାଇଁ ବିଭିନ୍ନ ପିଠା ରହିଛି ମେନୁରେ। ଏହି ଷ୍ଟଲରେ ମାଷ୍ଟର ଚେଫ୍ ଅଭିନାଶ ଉପସ୍ଥିତ ରହି ଲୋକଙ୍କ ସହ ମିଶିବା ସହ ଖାଇବାକୁ ନେଇ ସେସନ୍ ମଧ୍ୟ କରୁଛନ୍ତି।