Search for:
  • Home/
  • ରାଜ୍ୟ/
  • ସୋନୁଙ୍କ ଶାନଦାର୍ ପ୍ରଦର୍ଶନ ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା

ସୋନୁଙ୍କ ଶାନଦାର୍ ପ୍ରଦର୍ଶନ ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା

Spread the love

Loading

ସୋନୁଙ୍କ ଶାନଦାର୍ ପ୍ରଦର୍ଶନ
ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା
ଭୁବନେଶ୍ୱର-ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ସସ୍ଥ ସନ୍ଧ୍ୟା ଥିଲା ଖୁବ୍ ନିଆରା। ସନ୍ଧ୍ୟାରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କର ଶାନଦାର୍ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସୋନୁଙ୍କୁ ଦେଖିବକୁ ସମସ୍ତ ସିଟ୍ ଫୁଲ୍ ହେବା ସହ ଛିଡା ହୋଇ ମଧ୍ୟ ଦର୍ଶକ ତାଙ୍କୁ ଲାଇଭ ଦେଖିବାର ସୁଯୋଗ ମିସ୍ କରି ନଥିଲେ। ୫୦ ରୁ ଉର୍ଦ୍ଧ୍ବ ଓଡ଼ିଆ ସଙ୍ଗୀତରେ ସେ କଣ୍ଠଦାନ କରିଛନ୍ତି। ସେ ଓଡ଼ିଆ ଗୀତ ଚାଲ୍ ବେଗି ବେଗୀ ଯିବା ସଜନୀ, ଗୁଣ୍ଡିଚା ଡାକୁଛି ଆ, ମୃଦଙ୍ଗ ବଜିଲାରେ, ପୁଚୁକି ଗାଲି, ଗୋରୀ ଝୁମୁରୁ ଝୁମୂରୁ ତୋର ପାଦ ପାଉଁଜି ଆଦି ଗାଇଥିଲେ। ଏଥିସହ ହିନ୍ଦୀରେ ମଧ୍ୟ ଗୀତ ବୋଲିଥିଲେ। ସନ୍ଧ୍ୟାରେ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଟୁଇନ୍ ସିଟି କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ବଲୱନ୍ତ ସିଂ ଉପସ୍ଥିତି ଥିଲେ।
ସନ୍ଧ୍ୟା ଆରମ୍ଭରେ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଓ ସଞ୍ଚିତା ପ୍ରିୟଦର୍ଶିନୀଙ୍କ ଗୀତକୁ ଶ୍ରୋତା ଉପଭୋଗ କରିଥିଲେ।

Leave A Comment

All fields marked with an asterisk (*) are required