ଶୀତୁଆ ସନ୍ଧ୍ୟାରେ ଜମୁଛି ଖାଦ୍ୟର ଆସର ଆମ ବ୍ୟଞ୍ଜନରେ ଭଳିକି ଭଳି ଖାଦ୍ୟ
ଶୀତୁଆ ସନ୍ଧ୍ୟାରେ ଜମୁଛି ଖାଦ୍ୟର ଆସର
ଆମ ବ୍ୟଞ୍ଜନରେ ଭଳିକି ଭଳି ଖାଦ୍ୟ
ମିଶନ ଶକ୍ତି ଷ୍ଟଲରେ ମା’ଙ୍କ ହାତ ତିଆରି ଖାଦ୍ୟର ମଜା
ଭୁବନେଶ୍ଵର -ଲୋକଙ୍କ ଗହଳି ସହିତ ଖାଦ୍ୟ ଓ ମନୋରଞ୍ଜନରେ ଝୁମୁଛି
ପ୍ରଦର୍ଶନୀ ପଡିଆ l ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷଙ୍କ ଦ୍ଵାରା ୩ ରୁ ୯ ଫେବୃଆରୀ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏକାମ୍ର ଉତ୍ସବରେ ଚଳିତ ଥର ମୁଖ୍ୟ ଆକର୍ଷଣ ସାଜୁଛି “ଓଡ଼ିଆ ବ୍ୟଞ୍ଜନ” l ମିଶନଶକ୍ତି ଠାରୁ ଆରମ୍ଭ କରି ମେଫେୟାର ପର୍ଯ୍ୟନ୍ତ ସମସ୍ତେ ନିଜର ଖାଦ୍ୟର ସ୍ୱାଦ ବାଢ଼ୁଛନ୍ତି ଗୋଟିଏ ସ୍ଥାନରେ l
ସୂଚନାଯୋଗ୍ୟ ଯେ ଏକାମ୍ର ଉତ୍ସବରେ ଚଳିତଥର ମୋଟ ୨୦ ଗୋଟି ଖାଦ୍ୟ ଷ୍ଟଲ୍ ପଡିଛି l ରାଜ୍ୟ ସରକାରଙ୍କ ମିଶନ ଶକ୍ତି, ମିଲେଟ ମିଶନ ଓ କୋରାପୁଟ କଫି ସହିତ ରାଜ୍ୟର ବିଭିନ୍ନ ନାମଦାମୀ ହୋଟେଲ ପାଲ ହାଇଟସ୍,ସ୍ଵସ୍ତି ଗ୍ରୁପ, ପିପୁଲ ପଦ୍ମଜା ପ୍ରିମିୟମ,ମେଫେୟାର,ଏମ୍ପାୟରସ୍, ମ୍ୟାଙ୍ଗୋ ହୋଟେଲ ଇତ୍ୟାଦି ଏହି ଖାଦ୍ୟମେଳାରେ ଯୋଗଦେଇଛନ୍ତି l
ସମଗ୍ର ରାଜ୍ଯ ଓଡ଼ିଶାର ସଂସ୍କୃତିକୁ ପାଳନ କରୁଥିବା ବେଳେ ଏକାମ୍ର ଉତ୍ସବରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପକ୍ଷରୁ ଓଡିଆ ପିଠାମିଠା ମେନୁରେ ଆରିଷା,କରଞ୍ଜି,ମଗଜ ଲଡୁ,ମାଲପୁଆ,ଛେନାପୋଡ଼ ଠାରୁ ଆରମ୍ଭ କରି ଆାଦିବାସୀ ଖାଦ୍ୟରେ ଖାସେରି ପକୋଡ଼ି,ଢେଙ୍କାନାଳ ବରା ବର୍ଗର,କଟକ ଦହିବରା ଆଳୁଦମ,ହାଣ୍ଡି ସରବତ ପରି ଓଡ଼ିଆ ଖାଦ୍ୟକୁ ପରଷୁଛି ମିଶନ ଶକ୍ତି l କୋରାପୁଟ କଫି ଓ ମିଲେଟ ମିଶନ୍ ଦ୍ଵାରା ଲୋକଙ୍କୁ ମିଲେଟ ତିଆରି ଲଡୁ ପିଠା ସହିତ ଶୀତୁଆ ସନ୍ଧ୍ୟାରେ କୋରାପୁଟର ପ୍ରସିଦ୍ଧ କଫିକୁ ପିଇବାର ସୁଯୋଗ ପାଉଛନ୍ତି ରାଜଧାନୀବାସୀ l l ଏକାମ୍ର ଉତ୍ସବର ସାଜସଜ୍ଜାକୁ ନିଜ ମୋବାଇଲରେ
କଏଦ କରିଥିଲେ ଭୁବନେଶ୍ଵରବାସୀ l ଅନ୍ଯପକ୍ଷରେ ଚଳିତଥର ଖାଦ୍ୟ ମେଳାରେ ହୋଟେଲ ପାଲ ହାଇଟସ୍ ଷ୍ଟୋନ ଆଇସକ୍ରିମ ଜରିଆରେ ଲୋକଙ୍କୁ ନୂଆ ଅନୁଭୂତି ଦେଉଥିବା ବେଳେ ସ୍ଵସ୍ତି ଗ୍ରୁପ ଦ୍ୱାରା ପ୍ରସ୍ତୁତ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ଚକୁଳି ମଟନ,ଚାଇନିଜ୍ ଭେଜ ଫ୍ରାଏଡ୍ ରାଇସ୍,ଛେନାପୋଡ ଏବଂ ଲାଲକିଲା ରେଷ୍ଟୁରାଣ୍ଟ ପକ୍ଷରୁ ମୂଗ୍ଲାଇ ପରଠା, ବିରିୟାନୀ ଏକାମ୍ର ଉତ୍ସବରେ ମୁଖ୍ୟ ଆକର୍ଷଣ ପାଲଟିଛି l