ଖୋକା ଭାଇଙ୍କ ସଙ୍ଗୀତର ମୂର୍ଚ୍ଛନାରେ ହଜିଲେ ଶ୍ରୋତା
ଆରମ୍ଭ ହେଲା ଏକାମ୍ର ଉତ୍ସବ
ଖୋକା ଭାଇଙ୍କ ସଙ୍ଗୀତର ମୂର୍ଚ୍ଛନାରେ ହଜିଲେ ଶ୍ରୋତା
ସବୁବର୍ଗଙ୍କୁ ଆକର୍ଷିତ କଲା ଭୁବନେଶ୍ଵର କାହାଣୀ ଉତ୍ସବ
ଆମ ବ୍ୟଞ୍ଜନରେ ଭଳିକି ଭଳି ଓଡ଼ିଆ ଖାଦ୍ୟ
ଭୁବନେଶ୍ଵର -ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଯାଇଛି ଏକାମ୍ର ଉତ୍ସବ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରୀପ୍ରେକ୍ଷୀରେ ଏଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟକୁ ନେଇ ହେଉଛି। ବିଡ଼ିଏ ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ସନ୍ଧ୍ୟାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ବିଏମସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷର ଉପାଧ୍ଯକ୍ଷ ବଳବନ୍ତ ସିଂ ଏବଂ ଭୁବନେଶ୍ଵର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତି ଥିଲେ।
ସନ୍ଧ୍ୟାରେ ଆଲୋକମାଳା ରାଜଧାନୀକୁ ଦେଇଛି ନୂଆ ରୂପ। ଆକର୍ଷଣୀୟ ସାଜସଜ୍ଜା ସହ ପ୍ରଦର୍ଶନୀ ପଡ଼ିଆରେ ଲୋକଙ୍କ ମନୋରଞ୍ଜନ ପାଇଁ ଆରମ୍ଭ ହୋଇଯାଇଛି ସଙ୍ଗୀତର ମୂର୍ଚ୍ଛନା ସନ୍ଧ୍ୟା। ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତର ସୁରେ ସୁରେ ଶ୍ରୋତା ହଜି ଯାଇଥିଲେ। ଶ୍ରୋତାଙ୍କ ମନରେ ଆଙ୍କି ହୋଇଯାଇଥିଲା ଖୋକା ଭାଇଙ୍କ ଛବି। ଶୀତୁଆ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଅଭିରାମ ଖୁଣ୍ଟିଆ, ରାଜେଶ ଶତପଥୀ, ଚିତ୍ରଭାନୁ ମହାନ୍ତି, କୃଷ୍ଣଚନ୍ଦ୍ର ସେଠୀ, ଶିଉଳି ଘୋଷ, ଜ୍ୟୋତିର୍ମୟୀ ନାୟକଙ୍କଠାରୁ ରୂପା ଶଗଡ଼ିରେ ସୁନା କନିଆ…, ଯା ରେ ଭାସି ଭାସିଯା….,ଆଜି ମତେ ମିଳିଗଲା ମୋ ମନ ମୟୂରୀ….ଆଦି ଗୀତ ଶୁଣିବାକୁ ମିଳିଥିଲା l ଉପସ୍ଥିତ ଦର୍ଶକ ଖୁବ୍ ମନଭରି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l
ସେହିପରି ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ ସହରର ୪ ଗୋଟି ପାର୍କରେ ଆରମ୍ଭ ହୋଇଛି ଭୁବନେଶ୍ୱର କାହାଣୀ ଉତ୍ସବ। ଦିନ ୨.୩୦ ରୁ ସନ୍ଧ୍ୟା ୭ଟା ୩୦ ଇନ୍ଦିରା ଗାନ୍ଧୀ ପାର୍କ,ବୁଦ୍ଧ ଜୟନ୍ତୀ ପାର୍କ,ଏପିଜେ ଅବଦୁଲ କାଲାମ ପାର୍କ ଠାରେ କାହାଣୀ ଶୁଣିଥିଲେ। ଏଥର କାହାଣୀ ଉତ୍ସବ ସବୁ ବର୍ଗଙ୍କୁ ଆକର୍ଷିତ କରିଛି। ପିଲାଠୁ ବୟସ୍କ ସମସ୍ତେ ଆସି ପାର୍କ ରେ ବସି ଗପ ଶୁଣିଥିଲେ। ପ୍ରଖ୍ଯାତ ଓଡ଼ିଆ କାହାଣୀକାର ଶାଶ୍ୱତୀ ପଟ୍ଟନାୟକ,ପ୍ରାଚୀତାରା,କୁନା ତ୍ରିପାଠୀ,ତପସ୍ୱିନୀ ପଣ୍ଡା,ସୁଜାତା ପ୍ରିୟମ୍ବଦା,ଶାଶ୍ୱତୀ ନନ୍ଦ ଶତପଥୀ ହୃଦୟ ରଞ୍ଜନ,ମୀରା ଦାସ,ଅଙ୍କିତା ପଟ୍ଟନାୟକ, ରିତେନ ପଟ୍ଟନାୟକ, ଗୌରହରି ବିଶ୍ଵାଳ,ବସନ୍ତ ସାହୁ, ଶିବାନୀ ଦାସ, ବିଦ୍ୟୁତ ଲତା ପାଣିଗ୍ରାହୀ, ସ୍ଵାଗତିକା ସେଠୀ,ସବିତା ପଟ୍ଟନାୟକ, ଆକାଶ ଦାସ ନାୟକ, ଯଶସ୍ୱୀନୀ ମହାପାତ୍ର,ଲୋପାମୁଦ୍ରା ମହାନ୍ତି, ସନ୍ତକାର,ସତ୍ୟବ୍ରତ ମହାପାତ୍ର, ବର୍ଷା ମିଶ୍ର, ସମ୍ପଦ୍ ମହାପାତ୍ରଙ୍କ କାହାଣୀକୁ ମନଭରି ଉପଭୋଗ କରିଥିଲେ l
ଶୀତୁଆ ସନ୍ଧ୍ୟାରେ ଜମିଛି ଖାଦ୍ୟର ଆସର। ଆମ ବ୍ୟଞ୍ଜନରେ ଭଳିକି ଭଳି ଖାଦ୍ୟର ପସରା ଖୋଲିଛି।
ଅନ୍ୟପକ୍ଷେ ସଂଧ୍ୟାରେ ଭିଡ଼ ଜମିଛି “ଆମ ବ୍ୟଞ୍ଜନ” ଠାରେ l ମିଶନଶକ୍ତି ଠାରୁ ଆରମ୍ଭ କରି ମିଶନ ଶକ୍ତିଠୁ ନେଇ ବଡ଼ ବଡ଼ ତାରକା ହୋଟେଲର ଷ୍ଟଲରେ ମିଳୁଚି ଓଡ଼ିଆ ଖାଦ୍ୟ। ସମସ୍ତେ ନିଜର ଖାଦ୍ୟର ସ୍ୱାଦ ବାଢ଼ୁଛନ୍ତି ଗୋଟିଏ ସ୍ଥାନରେ l ଚଳିତଥର ମୋଟ ୨୦ ଗୋଟି ଖାଦ୍ୟ ଷ୍ଟଲ୍ ପଡିଛି l ରାଜ୍ୟ ସରକାରଙ୍କ ମିଶନ ଶକ୍ତି, ମିଲେଟ ମିଶନ ଓ କୋରାପୁଟ କଫି ସହିତ ରାଜ୍ୟର ବିଭିନ୍ନ ନାମଦାମୀ ହୋଟେଲର ଷ୍ଟଲ୍ ପଡିଛି। ଓଡିଆ ପିଠାମିଠା ମେନୁରେ ଆରିଷା,କରଞ୍ଜି,ମଗଜ
ଲଡୁ,ମାଲପୁଆ,ଛେନାପୋଡ଼ ଠାରୁ ଆରମ୍ଭ କରି ଆାଦିବାସୀ ଖାଦ୍ୟରେ ଖାସେରି ପକୋଡ଼ି,ଢେଙ୍କାନାଳ ବରା ବର୍ଗର,କଟକ ଦହିବରା ଆଳୁଦମ,ହାଣ୍ଡି ସରବତ ପରି ଓଡ଼ିଆ ଖାଦ୍ୟକୁ ପରଷୁଛି ମିଶନ ଶକ୍ତି l କୋରାପୁଟ କଫି ଓ ମିଲେଟ ମିଶନ୍ ଦ୍ଵାରା ଲୋକଙ୍କୁ ମିଲେଟ ତିଆରି ଲଡୁ ପିଠା ସହିତ ଶୀତୁଆ ସନ୍ଧ୍ୟାରେ କୋରାପୁଟର ପ୍ରସିଦ୍ଧ କଫିକୁ ପିଇବାର ସୁଯୋଗ ପାଉଛନ୍ତି ରାଜଧାନୀବାସୀ l l ଏକାମ୍ର ଉତ୍ସବର ସାଜସଜ୍ଜାକୁ ନିଜ ମୋବାଇଲରେ
କଏଦ କରିଥିଲେ ଭୁବନେଶ୍ଵରବାସୀ l