ନିଖିଳ ଭାରତ ଭୁୟାଁ ସାଂକ୍ରୁତିକ ସମିତି ଭୁବନେଶ୍ଵର ର ବନ୍ଧୁମିଳନ ୨୦୨୪ ଅନୁଷ୍ଠିତ
ନିଖିଳ ଭାରତ ଭୁୟାଁ ସାଂକ୍ରୁତିକ ସମିତି ଭୁବନେଶ୍ଵର ର ବନ୍ଧୁମିଳନ ୨୦୨୪ ଅନୁଷ୍ଠିତ ହୋଇସାରିଛି।
ଭୁବନେଶ୍ୱର:ଆଦ୍ୟ ତାରିଖ ଦିନ ନିଖିଳ ଭାରତ ଭୁୟାଁ ସାଂକ୍ରୁତିକ ସମିତି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଵୋଟାନିକାଲ ଗାର୍ଡେନ ଭୁବନେଶ୍ଵର ଠାରେ ସମିତି ସଭାପତି ଶ୍ରୀ ଧୃଵ କାଲୋ। ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ପ୍ରର୍ଯ୍ୟାୟରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ବାରା ଦେବି ପୂଜନ କରାଯାଇ ସମାଜର ସ୍ଵାଧୀନତା ସଂଗ୍ରାମୀ ବିପ୍ଲବୀ ଧରଣୀଧର ନାୟକ, ବିପ୍ଲବୀ ମାଦ୍ରୀ କାଲୋ ଓ ବିପ୍ଲବୀ ରତ୍ନାକର ନାଏକ ଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶା ସ୍ଵର୍ଗତ ହେମାନନ୍ଦ ବିଶ୍ୱାଳ, ପୂର୍ବତନ କେଵିନେଟ ମନ୍ତ୍ରୀ ଓଡ଼ିଶା ସ୍ଵର୍ଗତ ଗଦାଧର ମାଝି, ସ୍ଵର୍ଗତ ଗଙ୍ଗାଧର ପ୍ରଧାନ, ସ୍ଵର୍ଗତ ଗୋଳକ ବିହାରୀ ନାଏକ ଆଦିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ବିଗତ ବର୍ଷେ ଇହଲିଳା ହୋଇଥିବା ଦିବଂଗତ ଆତ୍ମ ଙ୍କର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ରୀ ବିଜୟ କୁମାର ନାଏକ ସାଧାରଣ ସଂପାଦକ , ବାର୍ଷିକ ବିବରଣୀ ପଠନ କରିବି ପରେ ସମ୍ମିଳିତ ପରିବର ଙ୍କ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା। ଅତିଥି ମାନଙ୍କ ଦ୍ବାରା ସମାଜ ର ରୀତିନୀତି, ଭାଷା, ସଂସ୍କୃତି ଓ ପରମ୍ପରା ଦିଗରେ ଶ୍ରୀମତୀ ଅମିତା ବିଶ୍ଵାଲ , ଶ୍ରୀ ବସନ୍ତ ନାଏକ , ଶ୍ରୀ ରାଜେନ୍ଦ୍ର ଧାମେଲ,ଶ୍ରୀ ସଞ୍ଜୟ ଶେଖର ଗିରି ,ଲ ଶ୍ରୀ ମତି ସୁନିତା ବିଶ୍ଵାସ, ଶ୍ରୀ ରମେଶ ଚନ୍ଦ୍ର ମାଝୀ , ଶ୍ରୀ ମଲୟ ରଂଜନ କାଲୋ, ଶ୍ରୀ ନେହେରୁ ଧାମେଲା,ଆଳୋକ ପାତ କରିଥିବା ବେଲେ ଡା.ଜଞ୍ଜଶେନୀ ଛତ୍ରିଆ , ଭୁୟାଁ ସମାଜର ସ୍ଵତନ୍ତ୍ର ଭାଷାର ଵିକସ ଓ ରାଜ୍ୟ ସରକାର ଙ୍କୁ ଭାଷାର ମାନ୍ୟତା କରିବାକୁ ଯୋର ଦେଇଥିଲେ। ଭୁୟାଁ ସମାଜର ବିବାହ, ମୃତ୍ୟୁ ଆଦି ରୀତିନୀତି ର ଏକ ଭିଡିଓ ପ୍ରସ୍ତୁତି କରିବାର ମଧ୍ୟ ନିର୍ଣ୍ଣୟ ନିଆଗଲା। ଭୁବନେଶ୍ଵର ଠାରେ ଭୁୟାଁ ସମାଜର ଏକ ଭବନ ନିମନ୍ତେ ରାଜ୍ୟ ସରକାର ଙ୍କୁ ଦିଆଯାଇଥିବା ଆବେଦନ ଉପରେ ଯଥାଶୀଘ୍ର ଜମି ଓ ଭବନ ସ୍ଵିକ୍ରୁତ ପାଇଁ ସଭାପତି ଙ୍କ ଦାବି କୁ ସମସ୍ତେ ସମର୍ଥନ ଜଣାଇ ଥିଲେ। ଶ୍ରମତୀ ମାନସିକ ନାଏକ ଓ ଶ୍ରୀ ମତି କିର୍ତ୍ତୀବାଲା ନାଏକ, ଶ୍ରୀମତୀ ସାବିତ୍ରୀ ନାଏକ , ଶ୍ରୀମତୀ ରଂଜିତା ମାଝୀ ଓ କୁମାରୀ ଅନୁ ନାଏକ ଙ୍କ ତତ୍ବାବଧାନରେ ଶିଶୁ ଓ ମହିଳାଙ୍କ ପ୍ରତିଯୋଗିତା ଆୟତନ କରି ଅତିଥି ଙ୍କ ଠାରୁ ପୁରସ୍କାର ବିତରଣ କରାଯାଇଥିଲା। ସମାଜର ବୟୋଜ୍ୟେଷ୍ଠ ଶ୍ରୀ ଧୃଵ ଚରଣ ମାଝୀ, ଶ୍ରୀମତୀ ରମା ଖମାରୀ, ଶ୍ରୀ ବିଜୟ ନାଏକ, ଶ୍ରୀ ସଂତୋଷ ନାଏକ , ଶ୍ରୀ ହରେକୃଷ୍ଣ ମାଝୀ ଆଦି ପ୍ରମୁଖ ଙ୍କୁ ସର୍ମଧନା ରାଯାଇଥିଲା ।କାର୍ଯ୍ୟକ୍ରମ କୁ ଶ୍ରୀ ଅବନୀ କାନ୍ତ ନାଏକ ସଂଚାଳନ କରିଥିବା ବେଲେ ଶ୍ରୀ ଜଗଦିଶ ନାଏକ ଓ ଶ୍ରୀ ଗୌରଚନ୍ଦ୍ର ନାଏକ ସହଯୋଗ କରିଥିଲେ। ଶ୍ରୀ ନବୀନ ଚନ୍ଦ୍ର ଗୁରୁ , ଶ୍ରୀ ସଂତୋଷ ନାଏକ ଆଦି ଭୋଜି ବ୍ୟବସ୍ଥା ରେ ରହିଥିଲେ। ସାରା ଓଡ଼ିଶାରୁ ପ୍ରାୟ ୫୦୦ ସାମାଜିକ ବନ୍ଧୁମାନଙ୍କ ସମ୍ମିଳନୀ ରେ ହୋଇ ଥିବା କାର୍ଯ୍ୟକ୍ରମ ର ଶ୍ରୀ ନିଲମଣୀ ମୋ ଧନ୍ୟବାଦ ଦେଇ ସମାପନ ଘୋଷଣା କରିଥିଲେ।